ସପ୍ତାହକ ପରେ ସାମ୍ନାକୁ ଆସିଲା ‘ତାରକ ମେହଟା କା ଉଲଟା ଚଷମା’ର ଲେଖକଙ୍କ ଆତ୍ମହତ୍ୟା ଘଟଣା
ମୁମ୍ବାଇ: କମେଡି ଶୋ ‘ତାରକ ମେହଟା କା ଉଲଟା ଚଷମା’ର ଲେଖକ ଅଭିଷେକ ମକୱାନା ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ମିରର୍ର ରିପୋର୍ଟ ଅନୁସାରେ, ନଭେମ୍ବର ୨୭ରେ ମୁମ୍ବାଇର କାନ୍ଦିବଲି ସ୍ଥିତ ଘରେ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ଅଭିଷେକଙ୍କ ମୃତଦେହ ମିଳିଥିଲା। ତେବେ ମୃତ୍ୟୁର ସପ୍ତାହକ ପରେ ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଥିବାରୁ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ, ୩୭ ବର୍ଷୀୟ ଅଭିଷେକ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଛାଡ଼ି ଯାଇଛନ୍ତି, ଯାହା ପୋଲିସ୍ ହାତରେ ଲାଗିଛି।
ଆର୍ଥିକ ସମସ୍ୟା ଦେଇ ଗତି କରିବା ସହ ବ୍ୟକ୍ତିଗତ ସମସ୍ୟା ଥିଲା ବୋଲି ଅଭିଷେକ ସୁଇସାଇଡ୍ ନୋଟ୍ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି। ସେଥିପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି। ଏହି ସମସ୍ୟାର ମୁକାବିଲା କରିବାରେ ଅସମର୍ଥ ଥିବାରୁ ସେ ତାଙ୍କ ପରିବାର ସଦସ୍ୟଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି।
Easyloan due to which abhishek makwana writer of Tarak Mehta Ka Ulta Chasma commit suicide but which easyloan? @GooglePlayDev @GoogleIndia @GooglePlay just count https://t.co/5HsTj9MH79 pic.twitter.com/MJcMM6ZMYA
— Rahul K (@RahulK25822303) December 4, 2020
ପରିବାର ଲୋକଙ୍କ କହିବା ଅନୁସାରେ, ଅଭିଷେକ ସାଇବର ଠକେଇର ଶିକାର ହୋଇଥିଲେ। ଏପରିକି ତାଙ୍କୁ ବ୍ଲାକ୍ମେଲ୍ ମଧ୍ୟ କରାଯାଉଥିଲା। ଅଭିଷେକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କୁ ଠକମାନେ ଲଗାତାର ଭାବେ ଫୋନ୍ କରି ଅଭିଷେକ ନେଇଥିବା ଟଙ୍କା ଫେରାଇବାକୁ ଦାବି କରୁଥିଲେ।
Popular sitcom Taarak Mehta Ka Ooltah Chashmah writer #AbhishekMakwana, died by suicide on November 27.
His family suspects that he was a victim of cyber fraud and blackmail.#MenToo pic.twitter.com/BXD9mwxsVf
— Men’s Day Out (@MensDayOutIndia) December 4, 2020
ସାଇବର ଠକମାନେ ଚାହୁଁଥିଲେ ଅଭିଷେକ ନେଇଥିବା ଲୋନ୍ ଟଙ୍କାକୁ ତାଙ୍କ ପରିବାର ସଦସ୍ୟ ଫେରାନ୍ତୁ। କାରଣ ଅଭିଷେକ ସେମାନଙ୍କୁ ଲୋନ୍ରେ ଗ୍ୟାରେଣ୍ଟର କରିଥିଲେ।
ଅଭିଷେକଙ୍କ ଭାଇ ପୋଲିସ୍କୁ ବୟାନ ଦେଇ କହିଛନ୍ତି, ଅଭିଷେକ ଆର୍ଥିକ ଠକେଇର ଶିକାର ହୋଇଥିଲେ ବୋଲି ଫାଇନାନ୍ସସିଆଲ୍ ରେକର୍ଡ ଓ ଇମେଲ୍ରୁ ଜଣାପଡ଼ିଛି।
View this post on Instagram
ଅଭିଷେକ ‘ତାରକ ମେହଟା କା ଉଲଟା ଚଷମା’ ଶୋ ପାଇଁ ଲେଖାଲେଖି କରୁଥିଲେ।