ଭାରି ଖୁସି ଲାଗେ ଏହି ହସ ଦେଖିଲେ…ସୁଶାନ୍ତଙ୍କ ଜନ୍ମଦିନ ପୂର୍ବରୁ ଏମିତି ଭାବପ୍ରବଣ ଫଟୋ ଶେୟାର କଲେ ଶ୍ୱେତା

ମୁମ୍ବାଇ: ୭ ମାସ ବିତିଗଲା। ଏକମାତ୍ର ଗେହ୍ଲାଭାଇକୁ ଆଉ ଦେଖି ନାହାନ୍ତି ଭଉଣୀମାନେ । କେବଳ ତା’ର ସ୍ମୃତିକୁ ନେଇ ଯାହା ବଞ୍ଚିଛନ୍ତି। ଆଜି ଭାଇର ଜନ୍ମଦିନ । କିନ୍ତୁ ଭାଇ ତାଙ୍କର ନାହିଁ। କେଉଁ ଅଫେରା ଦୁନିଆକୁ ଚାଲି ଯାଇଛି ଯେ ଆଉ ଆସିବନି। ହଁ, ଆମେ ଏଠି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ କଥା କହୁଛୁ। ଗତବର୍ଷ ଜୁନ୍‌ ୧୪ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରୁ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ତେବେ ଏହା ଆତ୍ମହତ୍ୟା ଥିଲା ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିଲା, ତାହା ଏବେ ବି ସସ୍‌ପେନ୍ସ ଭିତରେ।

ଫ୍ୟାନ୍ସମାନେ ମଧ୍ୟ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଏବେବି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ସେପଟେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ ସୁଶାନ୍ତଙ୍କ ସହ ଜଡ଼ିତ କିଛି ନା କିଛି ଜିନିଷ ସୋସିଆଲ୍‌ ମିଡିଆରେ ଶେଆର କରୁଥିବା ଦେଖିବାକୁ ମିଳିଛି। ଆଜି ସୁଶାନ୍ତଙ୍କ ଜନ୍ମଦିନ । ଏହି ଅବସରରେ ଗତକାଲି ଭଉଣୀ ଶ୍ୱେତା କୀର୍ତ୍ତି ସିଂହ ସୁଶାନ୍ତଙ୍କର ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସୁଶାନ୍ତ ହସୁଥିବା ଦେଖିବାକୁ ମିଳିଛି।

ଏହି ଫଟୋକୁ ଶେୟାର କରି ଏହାର କ୍ୟାପ୍ସନ ଦେଇ ଶ୍ୱେତା ଲେଖିଥିଲେ ‘ଆଉ ଗୋଟିଏ ଦିନ ପରେ ସୁଶାନ୍ତଙ୍କ ଜନ୍ମଦିନ’ । ଫଟୋକୁ ସେୟାର କରି ସେ ଲେଖିଥିଲେ, ‘ସବୁଠାରୁ ଅଧିକ ଖୁସି ଲାଗେ ଏହି ହସକୁ ଦେଖିଲେ।‘ ଏହି ଫଟୋକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଛନ୍ତି। ମାତ୍ର ୫ ଘଣ୍ଟାରେ ୩୬୯ ରିଟୁଇଟ ହେବା ସହ ୪୮୩ ଲାଇକ୍‌ ଏବଂ ୩୪ କମେଣ୍ଟ ମିଳିଛି। ଏହି ଫଟୋ ଉପରେ ଫ୍ୟାନ୍ସମାନେ ବହୁତ୍ ହୃଦୟସ୍ପର୍ଶୀ କମେଣ୍ଟ ମଧ୍ୟ ଦେଇଛନ୍ତି। ଏପରିକି ଟୁଇଟରରେ #ONEDAYFORSSRBIRTHDAY ଟ୍ରେଣ୍ଡିଂ କରୁଛି।

ଅଳ୍ପ କିଛି ଦିନ ତଳେ ସୁଶାନ୍ତଙ୍କର ଏକ ଚିଠି ଶେୟାର କରିଥିଲେ ଶ୍ୱେତା ସିଂ। ଏହି ଚିଠି ମଧ୍ୟ ସେତେବେଳେ ଖୁବ୍‌ ଭାଇରାଲ ହୋଇଥିଲା। ଏହି ଚିଠିଟି ସୁଶାନ୍ତଙ୍କ ଫ୍ୟାନ୍ସଙ୍କୁ ଭାବପ୍ରବଣ କରି ଦେଇଥିଲା। 

ସୁଶାନ୍ତଙ୍କ ଦ୍ୱାରା ଲେଖାଯାଇଥିବା ଏକ ଚିଠି‌କୁ ଶ୍ୱେତା ଏବେ ସୋସିଆଲ୍‌ ମିଡିଆରେ ଶେଆର କରିଛନ୍ତି। ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୁଶାନ୍ତ ଲେଖିଛନ୍ତି, ‘ଜୀବନର ୩୦ ବର୍ଷ କିଛି ହେବାରେ ହିଁ ଅତିବାହିତ ହୋଇଗଲା।’

ଶ୍ୱେତାଙ୍କ ଦ୍ୱାରା ଶେଆର କରାଯାଇଥିବା ଚିଠିରେ ସୁଶାନ୍ତ ଲେଖିଥିଲେ, ‘ମୁଁ ଭାବୁଛି, ମୁଁ ମୋ ଜୀବନର ୩୦ ବର୍ଷ କିଛି କରିବା ଉଦ୍ଦେଶ୍ୟରେ ବିତାଇ ସାରିଲିଣି। ମୁଁ ସବୁକିଛିରେ ଭଲ କରିବାକୁ ଚାହୁଁଥିଲି। ଭଲ ଟେନିସ୍‌ ଖେଳିବାକୁ ଚାହୁଁଥିଲି। ସ୍କୁଲ୍‌ରେ ଭଲ ଛାତ୍ର ହେବାକୁ ମଧ୍ୟ ଚାହୁଁଥିଲି। ଏଥିପାଇଁ ସବୁକିଛିକୁ ମୁଁ ସେଇ ଦୃଷ୍ଟିକୋଣରୁ ହିଁ ଦେଖୁଥିଲି। ମୁଁ ଯେଉଁଭଳି ଭାବରେ ଥିଲି, ଠିକ୍‌ ନଥିଲି। ଯଦି ମୁଁ ସବୁଥିରେ ଭଲ କରିଛି, ତଥାପି ମୁଁ ଠିକ୍‌ ନଥିଲି….ମୁଁ ଅନୁଭବ କରୁଛି,ମୁଁ ଯେଉଁ ଖେଳ ଖେଳୁଥିଲି,ତା’ହାଭୁଲ୍‌ ଥିଲା।‌ କାରଣ ଖେଳ ହିଁ କହିଥାଏ ପ୍ରକୃତରେ ତୁମେ କ’ଣ !’

You might also like