ସୁପ୍ରିମକୋର୍ଟରେ ଅଭିଯୋଗ ଆଣିଲେ ଓକିଲ-ସୁଶାନ୍ତଙ୍କୁ ହତ୍ୟା କରାଯାଇଛି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି। ସୁଶାନ୍ତଙ୍କ ବେକରେ ଥିବା ଚିହ୍ନ ଏ ଦିଗକୁ ଇସାରା କରିଛି। ସୁପ୍ରିମକୋର୍ଟରେ ଏନେଇ ଜଣାଇଛନ୍ତି ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ।

ପ୍ରଥମ ଥର ପାଇଁ କୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ବଡ଼ ତଥ୍ୟ ରଖାଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ମିତୁ ପହଞ୍ଚିଥିଲେ। ହେଲେ ସେତେବେଳକୁ ମୃତଦେହ ତଳେ ରଖାଯାଇଥିଲା। ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହକୁ କିଏ ଦେଖିଛି ତାକୁ ନେଇ ପ୍ରଶ୍ନ ଉଠିଛି।

ମୁମ୍ବାଇ ପୋଲିସ୍ ମାମଲାକୁ ନେଇ ସଠିକ୍ ତଦନ୍ତ କରିନି। ମାମଲାରେ ଆଦିତ୍ୟ ଠାକରେଙ୍କ ନାଁ ଚର୍ଚ୍ଚା ହେଉଥିବାରୁ ଏହାର ସିବିଆଇ ତଦନ୍ତ ଜରୁରୀ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଯାଇଛି। ଏହି ମାମଲାରେ ସୁଶାନ୍ତଙ୍କ ବାପାଙ୍କ ଓକିଲ, ରିୟା, ବିହାର ପୋଲିସ୍, ମହାରାଷ୍ଟ୍ର ସରକାର ଏବଂ ସିବିଆଇ ପକ୍ଷଙ୍କୁ ଆଜି ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି। ଆସନ୍ତାକାଲି ମାମଲାର ଶୁଣାଣି ହେବ। ଏହି ମାମଲାରେ ସିବିଆଇ ନା ମୁମ୍ବାଇ ପୋଲିସ୍ ତଦନ୍ତ କରିବ ସେ ନେଇ କୋର୍ଟ କାଲି ଶୁଣାଣି କରିବେ।

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

You might also like