ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍ଙ୍କ ଖୁଲାସା-‘ଅଭିନୟ ପାଇଁ ମୋତେ ପ୍ରଡ୍ୟୁସରଙ୍କ ସହ ରାତି କାଟିବା ପାଇଁ କୁହାଯାଇଥିଲା’
ମୁମ୍ବାଇ: ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍କୁ ନେଇ ପୁଣି ଜଣେ ଅଭିନେତ୍ରୀ ମୁହଁ ଖୋଲିଛନ୍ତି। ବଲିଉଡ୍ ଅଭିନେତା ସୁଶାନ୍ତ ସିଂଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍ ତଥା ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କାଷ୍ଟିଂ କାଉଚ୍କୁ ନେଇ ଖୁଲାସା କରିଛନ୍ତି। ଅଙ୍କିତା ବଲିଉଡ୍ ବବଲ୍କୁ ଦେଇଥିବା ସାକ୍ଷାତକାରରେ ଅନେକ ଘଟଣାର ଖୁଲାସା କରିଛନ୍ତି। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସୁଶାନ୍ତଙ୍କ ସହ ବ୍ରେକ୍ ଅପ୍କୁ ନେଇ ଅଙ୍କିତା ମୁହଁ ଖୋଲିଥିବା ବେଳେ ଏବେ କାଷ୍ଟିଂ କାଉଚ୍କୁ ନେଇ ଅଙ୍କିତା ବଡ଼ ଖୁଲାସା କରିଛନ୍ତି।
ସାକ୍ଷାତକାର ବେଳେ ଅଙ୍କିତା ଖୁଲାସା କରି କହିଛନ୍ତି, ‘ଅଭିନୟର ସୁଯୋଗ ଦେବା ପାଇଁ ଫିଲ୍ମ ପ୍ରଡ୍ୟୁସର ତାଙ୍କ ସହ ଶୋଇବା ପାଇଁ କହିଥିଲେ। ମୋତେ ଲାଗେ ଯେ ମୁଁ ବହୁତ ଷ୍ଟ୍ରଙ୍ଗ୍। ମୁଁ କାହାକୁ ବି ଏଭଳି ସୁଯୋଗ ଦେଇ ନାହିଁ ଯେ, ମୋତେ ସେମାନେ ଏଭଳି ନଜରରେ ଦେଖନ୍ତୁ। ହଁ, ମୁଁ ମୋ ଜୀବନରେ ଥରେ ଦୁଇଥର ଏଭଳି ଘଟଣାର ସାମ୍ନା କରିଛି।’
View this post on Instagram
ଅଙ୍କିତା କହିଛନ୍ତି, ‘ଯେତେବେଳେ ମୋତେ ୧୯ରୁ ୨୦ ବର୍ଷ ବୟସ ହୋଇଥିଲା, ସେତେବେଳେ ସାଉଥ୍ ଫିଲ୍ମରେ ଅଭିନୟ କରିବା ପାଇଁ ମୋ ପାଖକୁ ଅଫର ଆସିଥିଲା। ଜଣେ ବ୍ୟକ୍ତି ମୋତେ ରୁମ୍କୁ ଡାକିଥିଲେ ଓ କହିଥିଲେ ଅଙ୍କିତା ଆମେ ତୁମକୁ କିଛି ପଚାରିବାକୁ ଚାହୁଁଛୁ। ଏହାପରେ ମୋତେ କହିଥିଲେ, ତୁମକୁ କମ୍ପ୍ରୋମାଇଜ୍ କରିବାକୁ ପଡ଼ିବ। ବ୍ୟକ୍ତି ଜଣକ ମୋତେ ଯେଉଁ ରୁମ୍କୁ ଡାକିଥିଲେ, ସେହି ସମୟରେ ସେ ରୁମ୍ରେ କେହିବି ନଥିଲେ। ମୁଁ ଏକୁଟିଆ ଥିଲି। ସମ୍ପୃକ୍ତ ବ୍ୟକ୍ତିଙ୍କ ମୁହଁରୁ ଏଭଳି କଥା ଶୁଣିବା ପରେ ମୁଁ ଚାଲାକି କରି ତାଙ୍କୁ ପଚାରିଥିଲି, କୁହନ୍ତୁ କେଉଁ ପ୍ରକାରର କମ୍ପ୍ରୋମାଇଜ୍ କରିବାକୁ ପଡ଼ିବ ? କ’ଣ ମୋତେ ଡିନର କିମ୍ବା ପାର୍ଟିରେ ଯିବାକୁ ପଡ଼ିବ କି ? ଫିଲ୍ମର ପ୍ରଡ୍ୟୁସର କ’ଣ ଚାହୁଁଛନ୍ତି ? ଶେଷରେ ମୋର ଏସବୁ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ତୁମକୁ ପ୍ରଡ୍ୟୁସରଙ୍କ ସହ ଶୋଇବାକୁ ପଡ଼ିବ। ଏହା ଶୁଣିବା ପରେ ମୁଁ ପୁରାପୂରି ଆଶ୍ଚର୍ଯ୍ୟ ହୋଇଯାଇଥିଲି। କାରଣ ଏସବୁ ମୁଁ କେବେ ଭାବିନଥିଲି। ମୁଁ ବିଚଳିତ ନହୋଇ ତାଙ୍କର ବ୍ୟାଣ୍ଡ୍ ବଜାଇ ଦେଇଥିଲି। ମୁଁ ତାଙ୍କୁ ପଚାରିଥିଲି, ଆପଣଙ୍କ ପ୍ରଡ୍ୟୁସରଙ୍କୁ ଶୋଇବା ପାଇଁ ଝିଅ ଦରକାର ନା ଜଣେ ଟାଲେଣ୍ଟେଡ୍ ଅଭିନେତ୍ରୀ ଦରକାର ? ଏହାପରେ ସେଠାରୁ ମୁଁ ସଙ୍ଗେସଙ୍ଗେ ବାହାରି ଆସିଥିଲି। ଏହି ସମୟରେ ବ୍ୟକ୍ତି ଜଣକ ମୋତେ କ୍ଷମା ପ୍ରାର୍ଥନା କରିଥିଲେ ଓ କହିଥିଲେ , ମୁଁ ଆପଣଙ୍କୁ ମୋ ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେବା ପାଇଁ ଚେଷ୍ଟା କରିବି। ଏହାପରେ ମୁଁ ସିଧାସିଧା ତାଙ୍କୁ ମନା କରି ଦେଇଥିଲି ଓ କହିଥିଲି, ଆପଣ ଚାହିଁଲେ ବି ମୁଁ ଏହି ଫିଲ୍ମରେ କାମ କରିବି ନାହିଁ।’
View this post on Instagram
ଖାଲି ଏହି ଗୋଟିଏ ଘଟଣା ନୁହେଁ ଏଭଳି ଆଉ ଏକ ଘଟଣା ମଧ୍ୟ ଅଙ୍କିତା ସହ ଘଟିଥିଲା। ଅଙ୍କିତା କହିଛନ୍ତି, ‘ଟିଭି ଇଣ୍ଡଷ୍ଟ୍ରିରେ ନାଁ କମାଇବା ପରେ ପୁଣିଥରେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଥିଲି। ଏହି ସମୟରେ ମୋତେ ପୁଣିଥରେ କାଷ୍ଟିଂ କାଉଚ୍ର ସାମ୍ନା କରିବାକୁ ପଡ଼ିଥିଲା। ଜଣେ ବଡ଼ ଅଭିନେତାଙ୍କ ସହ ଏହା ସାମ୍ନା କରିବାକୁ ପଡ଼ିଥିଲା। ଯେତେବେଳେ ମୁଁ ତାଙ୍କ ସହ ହାତ ମିଳାଇଥିଲି, ଏହି ସମୟରେ ମୋତେ ଠିକ୍ ଲାଗିନଥିଲା। ମୁଁ କୌଣସି ଆକ୍ଟରଙ୍କ ନାଁ ନେବାକୁ ଚାହୁଁ ନାହିଁ, ହେଲେ ତାଙ୍କ ସହ ହାତ ମିଳାଇବା ପରେ ମୋତେ ସେହି ସମୟରେ ଅଜବ ପ୍ରକାର ଲାଗିଥିଲା। ଇଣ୍ଡଷ୍ଟ୍ରିରେ ସମସ୍ତେ ଏହି ବଡ଼ ଅଭିନେତାଙ୍କୁ ଜାଣନ୍ତି।’
View this post on Instagram
ଏଭଳି ଭାବରେ ଦୁଇ ଦୁଇଥର କାଷ୍ଟିଂ କାଉଚ୍ର ଶିକାର ହୋଇଥିଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଯଦି ଅଙ୍କିତାଙ୍କ ୱର୍କଫ୍ରଣ୍ଟ୍ କଥା କହିବା, ସିରିୟଲ୍ ‘ପବିତ୍ର ରିସ୍ତା’ରୁ ସେ ଟିଭି ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଏହି ସିରିୟଲ ଚାଲିଥିଲା। ଏହି ସିରିୟଲରେ ଅଙ୍କିତା ସୁଶାନ୍ତଙ୍କ ସହ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା। ଦୀର୍ଘ ଦିନ ଧରି ଉଭୟ ଡେଟ୍ ମଧ୍ୟ କରିଥିଲେ। ହେଲେ କିଛିଦିନ ପରେ ସେମାନଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା। ଅଙ୍କିତା ଫିଲ୍ମ ‘Manikarnika’ ଓ ‘Baaghi 3’ ରେ ମଧ୍ୟ ଅଭିନୟ କରିଛନ୍ତି।
View this post on Instagram