ଆତ୍ମହତ୍ୟା ପୂର୍ବରୁ ଏହିସବୁ ଜିନିଷ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଥିଲେ ସୁଶାନ୍ତ !

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାରେ ମୁମ୍ବାଇ କମିଶନରେଟ୍‌ ପୋଲିସ୍‌ ପରମବୀର ସିଂ ଆଜି ପ୍ରେସ୍‌ମିଟ୍‌ କରି  ନିଜ ବିଭାଗର ଦୋଷ ଲୁଚାଇବାର ଅପପ୍ରୟାସ କରିଛନ୍ତି। ସୁଶାନ୍ତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ତଦନ୍ତରେ ଅବହେଳା, ତଥ୍ୟ ଲୁଚାଇବା, ବିହାର ପୋଲିସକୁ ସହଯୋଗ ନ କରିବା ଏପରିକି ତଦନ୍ତ ପାଇଁ ଆସିଥିବା ବିହାର ଆଇପିଏସ୍‌ଙ୍କୁ ଜବରଦସ୍ତ କ୍ୱାରେଣ୍ଟିନ୍‌କୁ ପଠାଇବା ପରି ଅଭିଯୋଗ ମୁମ୍ବାଇ ପୋଲିସ ବିରୋଧରେ ଆସିଛି। ଏତେ ସବୁ ଅଭିଯୋଗ ଆସିବା ପରେ ନିଜ ବିଭାଗର ଭାବମୂର୍ତ୍ତି ବଜାୟ ରଖିବା ପାଇଁ ଆଜି ଏକ ପ୍ରେସ୍‌ ମିଟ୍‌ ଡାକିଥିଲେ। ତେବେ ପ୍ରେସ୍‌ ମିଟ୍‌ରେ ସୁଶାନ୍ତଙ୍କ ସମ୍ପର୍କରେ ଯେଉଁ ତଥ୍ୟ ରଖି ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରଛନ୍ତି ତାହା ମୁମ୍ବାଇ ପୋଲିସର ଭାବମୂର୍ତ୍ତିକୁ ଅଧିକ କ୍ଷୂର୍ଣ୍ଣ କରିଛି।

ପରମବୀର ସିଂ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା କରିବାର ପୂର୍ବଦିନ ଅର୍ଥାତ୍‌ ଜୁନ୍‌ ୧୩ରେ ତାଙ୍କ ଘରେ କୌଣସି ପାର୍ଟି ହୋଇନଥିଲା।  ଅନ୍ୟପକ୍ଷେ ‌ଯନ୍ତ୍ରଣାହୀନ ମୃତ୍ୟୁ ପାଇଁ ସୁଶାନ୍ତ ଗୁଗୁଲ୍‌ରେ ସର୍ଚ୍ଚ କରିଥିଲେ ବୋଲି ଜଣାପଡ଼ିଛି। ଏହାସହ ସେ bipolar disorder ଅର୍ଥାତ୍‌ ଡିପ୍ରେସନ୍‌କୁ ନେଇ କିଛି ଶବ୍ଦ ସେ ଗୁଗୁଲ୍‌ରେ ସର୍ଚ୍ଚ କରିଥିଲେ।

ଖାଲି ଏତିକି ନୁହେଁ psychophonia ଶବ୍ଦ ମଧ୍ୟ ସେ ଗୁଗୁଲ୍‌ରେ ସର୍ଚ୍ଚ କରିଥିଲେ।  psychophonia ଅର୍ଥ ମନର ଭୟ ଅର୍ଥାତ୍‌ ଏହା ଏକ ମାନସିକ ରୋଗ। ଯଦି କୌଣସି ବ୍ୟକ୍ତି ଏହା ଶିକାର ହୁଅନ୍ତି, ତେବେ ସେହି ସମୟରେ ସେ ଏତେ ଡିପ୍ରେସନ୍‌ରେ ଥାଆନ୍ତି, ସେହି ସମୟରେ ସେ ନିଜେ ନିଜର କ୍ଷତି କରିବାକୁ ମଧ୍ୟ ପଛାଇ ନଥାନ୍ତି। ଏପରିକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ମଧ୍ୟ ନେଇଥାନ୍ତି।

ଜୁନ୍‌ ୧୬ରେ ମୁମ୍ବାଇ ପୋଲିସ୍‌ ସୁଶାନ୍ତଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରି ସେମାନଙ୍କର ଦସ୍ତଖତ ମଧ୍ୟ ନେଇଥିଲା।

ଅନ୍ୟପକ୍ଷରେ ଯାହା କୁହାଯାଉଥିଲା ଯେ, ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଦିଶା ସାଲିଆନଙ୍କ ମୃତ୍ୟୁ ସମ୍ପର୍କିତ ଫାଇଲ୍ ଭୁଲ୍‌ରେ ଡିଲିଟ୍ କରାଯାଇଛି, ତେବେ କୌଣସି ଫାଇଲ୍‌ ଡିଲିଟ୍‌ ହୋଇନାହିଁ ଓ ଏହାର ତଦନ୍ତ ଚାଲିଛି ବୋଲି ମୁମ୍ବାଇ କମିଶନରେଟ୍‌ ପୋଲିସ୍‌ କହିଛନ୍ତି।

ଜୁନ୍‌ ୧୪ରେ ସୁଶାନ୍ତ ମୁମ୍ବାଇ ବାନ୍ଦ୍ର ସ୍ଥିତ ତାଙ୍କ ଫ୍ଲାଟ୍‌ରେ ଆତ୍ମହତ୍ୟା କରିଥିଲେ। ଯାହା ବଲିଉଡ୍‌ ଇଣ୍ଡଷ୍ଟ୍ରିଠୁ ଆରମ୍ଭ କରି ତାଙ୍କ ଫାନ୍ସ, ସାଙ୍ଗସାଥୀ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

ଆହୁରି ପଢ଼ନ୍ତୁ: ଉଭଣୀର ଲୁହ ଭିଜା ଚିଠି- ଥାଳି ସଜ୍ଜା ହୋଇଛି, ଦୀପ ଜଳୁଛି…ହେଲେ କୁଆଡେ ଗଲା ସେଇ ମୁହଁ….

ଆହୁରି ପଢ଼ନ୍ତୁ

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋଣଙ୍କ ନାଁ!

ସୁଶାନ୍ତ ସିଂ ମୃତ୍ୟୁ ଘଟଣା: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ସାରା ଓ ଶ୍ରଦ୍ଧାଙ୍କୁ ହୋଇପାରେ ସମନ୍‌

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

You might also like