ସାମ୍ନାକୁ ଆସିଲା ସୁଶାନ୍ତଙ୍କ ବ୍ୟାଙ୍କ ବିବରଣୀ; ଶପିଂ‌, ମେକ୍‌ଅପ୍ ‌ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ରିୟା !

ମୁମ୍ବାଇ(ସୁରେଶ ଦାଶ): ୨୦୧୯ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା। ହେଲେ ଗତ କିଛି ମାସ ମଧ୍ୟରେ ୧୫ କୋଟି ଟଙ୍କା ଟ୍ରାନ୍ସଫର୍ ହୋଇଥିଲା‌। ଏହି ଟଙ୍କାକୁ ରିୟା ଉଠାଇଥିବା ନେଇ ସୁଶାନ୍ତଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏସବୁ ଭିତରେ ସୁଶାନ୍ତଙ୍କ ବ୍ୟାଙ୍କ୍‌ ବିବରଣୀ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ରିୟା ସୁଶାନ୍ତଙ୍କ ଟଙ୍କାକୁ କେବଳ ନିଜ ପାଇଁ ନୁହେଁ ବରଂ ତାଙ୍କ ଭାଇଙ୍କ ପାଇଁ ମଧ୍ୟ ଖର୍ଚ୍ଚ କରିଥିଲେ। ଫ୍ଲାଇଟ୍‌ ଟିକେଟ୍‌, ମେକ୍ ଅପ୍‌ ଏବଂ ଭାଇଙ୍କ ଖର୍ଚ୍ଚ ଇତ୍ୟାଦି ପାଇଁ ରିୟା, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩ କୋଟି ଟଙ୍କା ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ଏକ ବ୍ୟାଙ୍କ ବିବରଣୀରୁ ଏହା ଜଣାପଡ଼ିଛି।

ଏକ ବ୍ୟାଙ୍କ ବିବରଣୀ ଅନୁଯାୟୀ, ୨୦୧୯ ଅକ୍ଟୋବର ୧୪ରେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୪ କୋଟି ୭୦ ଲକ୍ଷ ଟଙ୍କା ଥିଲା। ସେହି ଦିନ ରିୟା ଫ୍ଲାଇଟ୍‌ ଟିକେଟ୍‌ ପାଇଁ ତାଙ୍କ ଭାଇ ଶୋଭିକଙ୍କ ଆକାଉଣ୍ଟକୁ ୮୧,୯୦୧ ଟଙ୍କା ଟ୍ରାନ୍ସଫର କରିଥିଲେ। ଏହା ପରଦିନ, ୨୦୧୯ ଅକ୍ଟୋବର ୧୫ରେ ରିୟା ତାଙ୍କ ଭାଇଙ୍କ ହୋଟେଲ ଖର୍ଚ୍ଚ ପାଇଁ ସୁଶାନ୍ତଙ୍କ ଆକାଉଣ୍ଟରୁ ୪ ଲକ୍ଷ ୭୦ ହଜାର ଟଙ୍କା ବିଲ୍ ପ୍ରଦାନ କରିଥିଲେ। ସେଇ ଦିନ ଦିଲ୍ଲୀରେ ଏକ ହୋଟେଲ୍‌ରେ ରହିବା ପାଇଁ ୪ ଲକ୍ଷ ୩୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିଲା।

୨୦୧୯ ଅକ୍ଟୋବର ୧୬ରେ ରିୟା ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ଏବଂ ତାଙ୍କ ଭାଇ ଶୋଭିକଙ୍କ ବିମାନ ଟିକେଟ ପାଇଁ ୭୬,୦୦୦ ଟଙ୍କା ପ୍ରଦାନ କରିଥିଲେ। ଏହାପରେ କିଛିଦିନ ଭିତରେ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର୍‌ ହୋଇଥିଲା। ନଭେମ୍ବର ୧୪ରେ ରିୟାଙ୍କ ନାଁର ଦେଢ଼ ଲକ୍ଷ ଟଙ୍କା transaction ହୋଇଥିଲା। ମେକଅପ୍ ଓ ଶପିଂ ପାଇଁ ରିୟା ନଭେମ୍ବର ୨୦ ଏବଂ ୨୧ରେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୭୫,୦୦୦ ଟଙ୍କା ଖର୍ଚ୍ଚ କରିଥିଲେ। ନଭେମ୍ବର ୨୪ରେ ରିୟା ଶପିଂ ପାଇଁ ୨୨,୨୨୦ଟଙ୍କା ଖର୍ଚ୍ଚ କରିଥିଲେ। ନଭେମ୍ବର ୨୫ରେ ରିୟାଙ୍କ ଭାଇଙ୍କ ଟ୍ୟୁସନ୍‌ ଫି’ ମଧ୍ୟ ଦିଆଯାଇଥିଲା। ଏପରି ଭାବରେ ସୁଶାନ୍ତଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଟ୍ରାନ୍ସଫର୍‌ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଟଙ୍କା ହେରଫେର୍‌କୁ ନେଇ ଇଡି ଏକ ମାମଲା ରୁଜୁ କରିଛି।

ସୁଶାନ୍ତଙ୍କ ଆକାଉଣ୍ଟରୁ ୩ କୋଟି ଟଙ୍କା ରିୟା ଖର୍ଚ୍ଚ କରିଥିବା ନେଇ ବର୍ତ୍ତମାନ ସୁଦ୍ଧା ଏହି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଆହୁରି ତଦନ୍ତ ହେଲେ ଜଣାପଡ଼ିବ ପ୍ରକୃତରେ ସେ କେତେଟଙ୍କା ସୁଶାନ୍ତ ଆକାଉଣ୍ଟରୁ ଟ୍ରାନ୍ସପର୍‌ କରିଛନ୍ତି।

ଅନ୍ୟପକ୍ଷରେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ବିହାର ପୋଲିସ୍‌କୁ ମୁମ୍ବାଇ ପୋଲିସ୍‌ ସହାୟତା କରୁ ନ ଥିବା ଅଭିଯୋଗ ହୋଇଛି। ବିହାର ପୋଲିସ୍‌ ବାନ୍ଦ୍ରା ପୋଲିସ୍‌ ଷ୍ଟେସନକୁ ଯାଇ ତଦନ୍ତକାରୀ ଅଧିକାରୀଙ୍କୁ ଭେଟିଥିଲେ। ହେଲେ ମୁମ୍ବାଇ ପୋଲିସ୍‌ ତଦନ୍ତ ସହ ଜଡିତ ଦସ୍ତାବିଜ ଦେବାକୁ ମନା କରିଦେଇଥିବା ଜଣାପଡ଼ିଛି।

ଜୁଲାଇ ୩୧ରେ ମୁମ୍ବାଇ ପୋଲିସ୍‌ ସହିତ ଆଲୋଚନା ପରେ ବିହାର ପୋଲିସ୍‌ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ମୁମ୍ବାଇ ପୋଲିସ୍‌ ବିହାର ପୋଲିସକୁ ଅଟକାଇଥିଲେ ବୋଲି ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

You might also like