ସୁଶାନ୍ତଙ୍କ ମୃତ୍ୟୁ ପରେ କେଉଁଠି ରହୁଛି ତାଙ୍କ ପ୍ରିୟ Fudge ? ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କୁ ଝୁରି ହେଉଛି ତାଙ୍କ ପୋଷା କୁକୁର Fudge। Fudgeକୁ ବହୁତ ଭଲ ପାଉଥିଲେ ସୁଶାନ୍ତ। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରିୟ Fudge କେଉଁଠି ରହିଲା ସେ ନେଇ ପ୍ରଶ୍ନ ଉଠାଇଥିଲେ ଫ୍ୟାନ୍ସ। ଏବେ Fudgeର ଏକ ଫଟୋ ସାମ୍ନାକୁ ଆସିଛି। Fudgeକୁ ସୁଶାନ୍ତଙ୍କ ପିତା ନିଜ ପାଖରେ ରଖିଛନ୍ତି। ସୁଶାନ୍ତଙ୍କ ପିତା ଏବଂ Fudgeର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଫଟୋରେ ସୁଶାନ୍ତଙ୍କ ବାପା Fudgeକୁ ଆଉଁଶୁଥିବା ଦେଖିବାକୁ ମିଳିଛି। ଲାଗୁଛି, Fudge ବି ସୁଶାନ୍ତଙ୍କ ବାପାଙ୍କୁ ଆପଣେଇ ନେଇଛି।

ସୁଶାନ୍ତଙ୍କ ମୃତ୍ୟୁ ପରେ ଆମେରିକାରେ ରହୁଥିବା ତାଙ୍କର ଭଉଣୀ ଶ୍ୱେତା ଭାରତରେ ରହୁଛନ୍ତି। ଶ୍ୱେତା ସୁଶାନ୍ତଙ୍କ ଜଡିତ ସ୍ମୃତିକୁ ସୋଶାଲ ମିଡିଆରେ ଶେୟାର କରୁଛନ୍ତି। ସେ ଆଉ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି।  ଏହି ଫଟୋକୁ ଶେୟାର କରି ଶ୍ୱେତା କହିଛନ୍ତି, Fudge ତାଙ୍କ ବାପାଙ୍କ ସହ ବେଶ ଭଲରେ ରହିଛି। ଏହାକୁ ଦେଖି ସୁଶାନ୍ତଙ୍କ ଫ୍ୟାନ୍ସମାନେ ଆଶ୍ୱସ୍ତ ହୋଇଛନ୍ତି।  ତେବେ ଏହି ଫଟୋ ଏବେର ନା ପୁରୁଣା ତାହା ସ୍ପଷ୍ଟ ହୋଇନି।

ଫଟୋ ଦେଖି ଏହା ମୁମ୍ବାଇର ନା ପାଟନାର ଏବେକାର ଫଟୋ ତାହା ସ୍ପଷ୍ଟ ଜଣାପଡ଼ୁନି। ତେବେ Fudge  ମୁମ୍ବାଇରୁ ପାଟନା ଆସିଛି ଏବଂ ସେଠାରେ ସୁଶାନ୍ତଙ୍କ ପରିବାର ସହ ରହୁଥିବା ଫ୍ୟାନ୍ସମାନେ କହୁଛନ୍ତି।

ସୁଶାନ୍ତ ତାଙ୍କ ପେଟ୍‌ Fudgeକୁ ବହୁତ ଭଲ ପାଉଥିଲେ। ସୋଶାଲ ମିଡିଆରେ ଏହାର ଫଟୋ, ଭିଡିଓ ମଧ୍ୟ ସେୟାର କରୁଥିଲେ।

You might also like