ନୂଆଦିଲ୍ଲୀ : ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପିତା କୃଷ୍ଣ କିଶୋର ସିଂହ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁଶାନ୍ତ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ : ଦ ଜଷ୍ଟିସ୍’ର ରିଲିଜକୁ ରୋକ୍ ଲଗାଇବା ନେଇ ସେ ନ୍ୟାୟଳୟର ଦ୍ୱାରସ୍ଥ ହୋଇଛନ୍ତି।

ତେବେ ଏହା ପୂର୍ବରୁ ସିଙ୍ଗଲ୍ ବେଞ୍ଚ ଫିଲ୍ମର ରିଲିଜକୁ ରୋକ ଲଗେଇବା ନେଇ ମନା କରିଦେଇଥିଲେ। ସେ ସିଙ୍ଗଲ୍ ବେଞ୍ଚର ଆଦେଶ ବିରୋଧରେ କୋର୍ଟରେ ଆବେଦନ କରିଥିଲେ। ଡିଭିଜନ୍ ବେଞ୍ଚ ଦ୍ୱାରା ଏହି ମାମଲାର ଶୁଣାଣି ହେବ। ଏଠାରେ ସୂଚନା ଥାଉଯେ ପାଇଁ ଜୁନ ୧୦ ରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଥିଲେ।

କୋର୍ଟ କହିଥିଲେ ଯେ ଏହି ଫିଲ୍ମ ନା କୌଣସି ବାୟୋପିକ୍ କହୁଛି ନା ତାଙ୍କ ଜୀବନରେ ଘଟିଥିବା ଘଟଣାର ପ୍ରକୃତ ତଥ୍ୟ କହୁଛି। ପୂର୍ବ ଆଦେଶରେ ସୁଶାନ୍ତ ସିଂ ରାଜପୁତଙ୍କ ପିତା କୃଷ୍ଣ କିଶୋର ସିଂଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶରେ କହିଛନ୍ତି ଯେ “ମରୋଣତ୍ତର ଗୋପନୀୟତା ଅଧିକାର ଗ୍ରହଣୀୟ ନୁହେଁ।” ସିଙ୍ଗଲ ବେଞ୍ଚ୍‌ର ଏହି ଆଦେଶ ବିରୋଧରେ ପିତା କୃଷ୍ଣ ସିଂ ପୁଣି ଥରେ କୋର୍ଟରେ ଆବେଦନ କରିଛନ୍ତି।

ସୂଚନା ଥାଉକି ପୂର୍ବ ବର୍ଷ ଜୁନ ୧୪ରେ ସୁଶାନ୍ତ୍ ସିଂହ ନିଜ ରୁମ୍‌ରେ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମିଳିଥିଲେ। ସଂଦିଗ୍ଧ ମୃତ୍ୟର ଯାଞ୍ଚକୁ ନେଇ ମୁମ୍ବାଇ ପୁଲିସ୍ ଓ ସିବିଆଇ ଟିମ୍ ସହିତ ପାଞ୍ଚଟି ଏନେଜ୍ସି ଖୋଳତାଡ କରୁଛି। ଏଭଳି ଜଣେ ଉଦୀୟମାନ ତାରାଙ୍କର ହଠାତ୍ ଦେହାନ୍ତ ହେତୁ ସାଧାରଣରେ ବିଭିନ୍ନ ପ୍ରକାରର ମତାମତ ସୃଷ୍ଟି ହୋଇଥିଲା। ତେବେ ଏହି ଘଟଣାରେ ଅନୁପ୍ରାଣିତ କିଛି ପିଲ୍ମକୁ ଉପରେ ସୁଶାନ୍ତଙ୍କ ପରିବାର ଆପତ୍ତି କରିଛନ୍ତି। ଫିଲ୍ମରେ ପୁଅର ନାମ ବ୍ୟବହାର ଏବଂ କିଛି ବ୍ୟବହୃତ ତଥ୍ୟ  ଉପରେ ପ୍ରତିବନ୍ଧକ ଲଗାଇବାକୁ ସେମାନେ ଅନୁରୋଧ କରିଛନ୍ତି।

Other Stories