ମୃତ୍ୟୁର ଦୁଇମାସ ପରେ ମିଳିଲା ସୁଶାନ୍ତଙ୍କ ବ୍ୟକ୍ତିଗତ ଡାଇରୀ, ହେଲେ….

ମୁମ୍ବଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ମାମଲାକୁ ନେଇ ପୁଣି ଏକ ଚମକାଇ ଦେବା ପରି ଖବର ସାମ୍ନାକୁ ଆସିଛି। ଘଟଣାର ତଦନ୍ତ କରିବା ପାଇଁ ସିବିଆଇ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ମାମଲା ଦାଏର କରିଛି। ଦିନକୁ ଦିନ ମାମଲା ଅଡୁଆ ସୁତା ପରି ଛନ୍ଦି ହୋଇ ପଡ଼ୁଥିବାବେଳେ ଏମିତି ଏକ ଖବର ମିଳିଛି ଯାହା ତଦନ୍ତକୁ ସହଜ କରିଦେଇ ପାରିବ।

ସୁଶାନ୍ତଙ୍କ ପର୍ସନାଲ ଡାଇରୀ ମିଳିଛି। ଏହି ଡାଇରୀରେ ସେ ନିଜର ବ୍ୟକ୍ତିଗତ ଅନୁଭବ ଏବଂ ତାଙ୍କ ଭବିଷ୍ୟତର ଯୋଜନାକୁ ନେଇ ଲାଖିଥିଲେ। ତେବେ ଦୁଃଖର କଥା, ଏହି ଡାଇରୀରୁ କିଛି ପୃଷ୍ଠା ଗାଏବ ହୋଇ ଯାଇଛି। ସମ୍ଭବତଃ ଏହି ପୃଷ୍ଠାକୁ କେହି ଜାଣିଶୁଣି ଚିରି ବାହାର କରିଦେଇଛି।

ସୁଶାନ୍ତଙ୍କ ବାପା କେକେ ସିଂହଙ୍କ ଓକିଲ ବିକାଶ ସିଂହ ଏହି ଡାଇରୀ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଏହି ଡାଇରୀରେ ଅନେକ ସତ୍ୟ ଲୁଚି ରହିଛି। ତେଣୁ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ରହସ୍ୟ ଏହି ଡାଇରୀ ଉନ୍ମୋଚନ କରିବ ବୋଲି ସେ କହିଛନ୍ତି। ତେବେ TimesNow ପକ୍ଷରୁ ସୁଶାନ୍ତଙ୍କର ଏହି ଡାଇରୀ ମିଳିଥିବା କୁହାଯାଇଛି। TimesNow ପକ୍ଷରୁ କୁହାଯାଇଛି ସୁଶାନ୍ତଙ୍କର ଏହି ଡାଇରି ମିଳିଛି ଏବଂ ଏଥିରୁ କିଛି ପୃଷ୍ଠା ଚିରି ଦିଆଯାଇଛି। ଏହି ଡାଇରୀରେ ଏକ ନାଁ ରହିଛି ଆଉ ଏହାର ପରବର୍ତ୍ତୀ ପୃଷ୍ଠା ଚିରି ଦିଆଯାଇଛି। ଏହାକୁ ଦେଖିବା ପରେ ପୁଣି ଥରେ ମୁମ୍ବାଇ ପୋଲିସର ନିରପେକ୍ଷତା ପ୍ରତି ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ଏକ ସାକ୍ଷାତକାର ଦେଇ କହିଛନ୍ତି, ସୁଶାନ୍ତ ପର୍ସନାଲ ଡାଇରୀ ଲେଖୁଥିଲେ। ସେ କହିଥିଲେ, ସୁଶାନ୍ତ ଯେତେବେଳେ ତାଙ୍କ ସହ ଥିଲେ ସେତେବେଳେ ମଧ୍ୟ ସେ ଡାଇରୀରେ ଆଗାମୀ ୫ ବର୍ଷ ପାଇଁ ପ୍ଲାନିଂ ଲେଖି ରଖୁଥିଲେ।

ସୂଚନାଥାଉ କି, ସୁଶାନ୍ତଙ୍କ ସହ ତାଙ୍କ ଘରେ ରହୁଥିବା ତାଙ୍କର ବନ୍ଧୁ ସିଦ୍ଧାର୍ଥ ପିଠାନୀ ସୁଶାନ୍ତଙ୍କ ମୃତ୍ୟୁ ପରେ ପୋଲିସକୁ କହିଥିଲେ, ଘଟଣା ଦିନ ସୁଶାନ୍ତଙ୍କ ରୁମ୍‌ରଆ କିଛି କାଗଜ ଟୁକୁଡା ପଡ଼ିଥିଲା। ସେ  ପୋଲିସକୁ ତାଙ୍କୁ ୨୦ ଡାଇରୀ ଏବଂ ନୋଟବୁକ୍‌ ଦେଇଥିଲେ। ଏପରିକି ଘରେ ଯେଉଁ କାଗଜ ଟୁକୁଡା ପଡ଼ିଥିଲା ପୋଲିସ ତାହାର ଫଟୋ ମଧ୍ୟ ନେଇଥିଲା।

ସେହିପରି ସୁଶାନ୍ତଙ୍କ ମୃତ୍ୟୁର ୨ ମାସ ପରେ ତାଙ୍କ ଡାଇରୀ ମିଳିବା ଏକ ବହୁତ ବଡ ଖବର । ଏହି ଡାଇରୀ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତକୁ ଆଗେଇବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ।

 

ଆହୁରି ପଢ଼ନ୍ତୁ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

ନା ଅଛି ବେଡ୍‌ ନା ତକିଆ…ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ ପେଡଲର ଗିରଫ

You might also like