ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର

ନୂଆଦିଲ୍ଲୀ:ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ୍ସମାନେ ସୁଶାନ୍ତଙ୍କ ଶେଷ ଫିଲ୍ମ ଦିଲ୍‌ ବେଚାରା (Dil  Bechara) ଦେଖିବାକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ଏହି ଉତ୍ସୁକତାକୁ  ବଢାଇ ଦେଇଛି ଦିଲ୍‌ ବେଚାରାର ଟ୍ରେଲର । ଇତି ମଧ୍ୟରେ ଦିଲ୍‌ ବେଚାରାର ଟ୍ରେଲର ରିଲିଜ ହୋଇଛି। 

ଏହି ଫିଲ୍ମରେ ସୁଶାନ୍ତଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସଞ୍ଜନା ସାଘିଂ। ଫିଲ୍ମ ଟ୍ରେଲର ରିଲିଜ୍‌ ହେବା ପରେ ପରେ ଏହା ୟୁ ଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି।

ଫିଲ୍ମଟି ଜୁଲାଇ ୨୪ରେ ରିଲିଜ୍‌ ହେବ। ସୁଶାନ୍ତ ଏବଂ ସଞ୍ଜନାଙ୍କର ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ହଟ୍‌ଷ୍ଟାର ଡିଜ୍‌ନିରେ ରିଲିଜ୍‌ ହେବ। ଦୁଇ କ୍ୟାନ୍ସସର ରୋଗୀଙ୍କ ଜୀବନୀକୁ ନେଇ ଗଠିତ ଫିଲ୍ମ ଜନ୍‌ ଗ୍ରୀନ୍‌ଙ୍କ ଉପନ୍ୟାସ Fault in Our Stars ଉପରେ ଆଧାରିତ। ଫ୍ୟାନ୍ସମାନେ ଏହି ଟ୍ରେଲର ବହୁତ୍ ପସନ୍ଦ କରିଛନ୍ତି। ଫିଲ୍ମର ରିଲିଜ୍‌କୁ ଅପେକ୍ଷା କରିଛନ୍ତି।

ସୂଚନାଥାଉ କି, ସୁଶାନ୍ତ ସିଂ ରାଜପୁତ୍‌ ଜୁନ୍‌ ୧୪ ତାରିଖ ତାଙ୍କ ନିଜ ଘରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତ ଜଣେ ମେଧାବୀ ଛାତ୍ର ଥିଲେ ହେଁ ୨୦୦୨ କଲେଜ ଛାଡି ଫିଲ୍ମ ଦୁନିଆକୁ ଆସିଥିଲେ। ୨୦୦୯ରେ ଟେଲି ଧାରାବାହିକ ପବିତ୍ର ରିସ୍ତାରେ ଦର୍ଶକଙ୍କ ମନକୁ କିଣି ନେଇଥିଲେ। ତା ପରେ ‘କାୟ ପୋ ଛେ’, ଶୁଦ୍ଧ ଦେଶୀ ରୋମାନ୍ସ, ଏସ୍‌ ଏସ୍‌ ଧୋନୀ; ଦ ଅନ୍‌ଟୋଲ୍‌ଡ ଷ୍ଟୋରୀ, କେଦାରନାଥ, ଛିଛୋରେ ଆଦି ଫିଲ୍ମରେ ଅଭିନୟ କରିଥିଲେ।

 

ଆହୁରି ପଢ଼ନ୍ତୁ

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

You might also like