ସୁଶାନ୍ତଙ୍କ ମୃତ୍ୟୁର ୧୩ ଦିନ ପରେ ପରିବାର ସଦସ୍ୟ ଦେଲେ ଲୁହ ଭିଜା ବୟାନ..କରିଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍‌ ଆଉ ନାହାନ୍ତି। ଏହା ଭିତରେ ବିତି ଗଲାଣି ୧୩ ଦିନ। ସୁଶାନ୍ତଙ୍କ ପରିବାର ଏବଂ ତାଙ୍କର ଅନେକ ଫ୍ୟାନ୍ସ ଏହି ଦୁଃଖକୁ ଏ ପର୍ଯ୍ୟନ୍ତ ଭୁଲି ପାରି ନାହାନ୍ତି। ଏହି ସମୟରେ ତାଙ୍କର ପରିବାର ପକ୍ଷରୁ ସୁଶାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବାର୍ତ୍ତା ଦେଇଛନ୍ତି। ଏହି ବାର୍ତ୍ତାରେ ସେ ତାଙ୍କର ଗେହ୍ଲା ପୁଅ ଗୁଲ୍‌ଶନ ଅର୍ଥାତ୍‌ ସୁଶାନ୍ତଙ୍କୁ ଅଲବିଦା କହିବା ସହ ଏକ ବଡ ଘୋଷଣା କରିଛନ୍ତି। ଏଠି କହିରଖିବୁ ସୁଶାନ୍ତଙ୍କୁ ତାଙ୍କ ଘରେ ଗେହ୍ଲାରେ ଗୁଲ୍‌ଶନ୍‌ ବୋଲି ଡାକିଥାନ୍ତି।

ଏହି ବାର୍ତ୍ତାରେ କୁହାଯାଇଛି, ‘ଅଲବିଦା ସୁଶାନ୍ତ ! ଦୁନିଆ ପାଇଁ ଯିଏ ସୁଶାନ୍ତ ସିଂ ରାଜପୁତ୍‌ ଥିଲା, ସେ ଆମ ପାଇଁ ଆମର ଗେହ୍ଲା ଗୁଲ୍‌ଶନ ଥିଲା। ଏକ ଖିଆଲି, ଗପୁଡା ଏବଂ ବହୁତ୍‌ ସମଝଦାର୍‌ ପିଲା ଥିଲା। ସବୁ ଜିନିଷକୁ ଖୁବ୍‌ ଖୁସିରେ ଗ୍ରହଣ କରୁଥିଲା। କୌଣସି  ସ୍ୱପ୍ନ ତା ଆଖିରେ ରହୁ ନ ଥିଲା। ସେ ସିଂହ ପରି ତା’ର ସ୍ୱପ୍ନ ପଛରେ ଧାଉଁଥିଲା। ଯେତେବେଳେ ହସୁଥିଲା, ମନ ଖୋଲି ହସୁଥିଲା।‘

‘ସେ ଆମ ପରିବାରର ଗୌରବ ଥିଲା, ପ୍ରେରଣା ଥିଲା। ଟେଲିସ୍କୋପ ତା‘ର ସବୁଠାରୁ ବେଶି ପସନ୍ଦର ଜିନିଷ ଥିଲା। ଏଥିରେ ସେ ତାରାମାନଙ୍କୁ ଦେଖୁଥିଲା। ଆମେ ଏବେ ବି ଏହି କଥାକୁ ଗ୍ରହଣ କରିପାରୁନୁ-ଆମେ ତା’ର ହସ ଆଉ କେବେ ଶୁଣିବାକୁ ପାଇବୁନି ବୋଲି…ତା‘ର ଚମକୁଥିବା ଆଖି ଆଉ ଦେଖିବାକୁ ପାଇବୁନି ବୋଲି..ବିଜ୍ଞାନକୁ ନେଇ ତା’ର ଶେଷ ହେଉ ନ ଥିବା କଥା କେବେ ଶୁଣିବାକୁ ପାଇବୁନି ବୋଲି…। ସିଏ ଯିବା ପରେ ଆମ ପରିବାରରେ ଶୂନ୍ୟତା ଛାଇ ଯାଇଛି, ଯାହା କେବେ ବି ଶେଷ ହେବନି। ସେ ତା’ର ପ୍ରତ୍ୟେକ ଫ୍ୟାନ୍ସମାନଙ୍କୁ ହୃଦୟର ସହ ଭଲ ପାଉଥିଲା। ’

ଏହି ବାର୍ତ୍ତାରେ କୁହାଯାଇଛି, ସୁଶାନ୍ତର ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଏକ ଫାଉଣ୍ଡେସନ ‘SSR  ଫାଉଣ୍ଡେସନ’ ଖୋଲାଯାଉଛି। ଏଥରେ ସୁଶାନ୍ତଙ୍କ ଫ୍ୟାନ୍ସମାନଙ୍କ ପାଇଁ ଆହୁରି ଲେଖାଯାଇଛି, ଆମ ଗୁଲଶନ୍‌ଙ୍କୁ ଏତେ ଭଲ ପାଉଥିବାରୁ ଧନ୍ୟବାଦ୍‌। ତା‘ର ନାଁ ଏବଂ ଲିଗାସିକୁ ସମ୍ମାନ ଦେବାପାଇଁ ତାଙ୍କ ପରିବାର ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେସନ ନିର୍ମାଣ କରୁଛନ୍ତି। ଏହି ଫାଉଣ୍ଡେସନ ସୁଶାନ୍ତଙ୍କ ପସନ୍ଦ ଜିନିଷ ଅର୍ଥାତ୍‌ ବିଜ୍ଞାନ, ସିନେମା ଏବଂ ସ୍ପୋର୍ଟସ୍‌ କ୍ଷେତ୍ରରେ ରୁଚି ରଖିଥିବା ୟଙ୍ଗ ଷ୍ଟରମାନଙ୍କୁ ସହାୟତା କରିବ। ଏଥିସହିତ ପାଟଣାର ରାଜୀବ ନଗରସ୍ଥିତ ତାଙ୍କ ଘରକୁ ମେମୋରିଆଲ କରାଯିବ। ଏଠାରେ ଆମେ ତା’ର ବ୍ୟକ୍ତିଗତ ଜିନିଷ ସବୁ ରଖିବୁ ଯେମିତି କି ତାଙ୍କର ହଜାର ହଜାର ପୁସ୍ତକ, ଟେଲିସ୍କୋପ, ଫ୍ଲାଇଟ୍‌ ସିମ୍ୟୁଲେଟର ଏବଂ ଅନ୍ୟାନ୍ୟ ଜିନିଷ। ଏହି ଫାଉଣ୍ଡେସନ ସହ ତାଙ୍କର ଫ୍ୟାନ୍ସ ମାନେ ଜଡିତ ରହିବେ।

ବାର୍ତ୍ତାର ଶେଷରେ କୁହାଯାଇଛି, ‘ ସୁଶାନ୍ତର ସୋଶାଲ ମିଡିଆ ଅକାଉଣ୍ଟକୁ ତାର ପରିବାର ଲୋକ ସମ୍ଭାଳିବେ। ଏହା ଦ୍ୱାରା ତାଙ୍କର ସ୍ମୃତି ଏବଂ ଲିଗାସି ସବୁଦିନ ସତେଜ ରହିବ। ପରିବାର ପକ୍ଷରୁ ସବୁ ଫ୍ୟାନ୍ସକୁ ଭଲ ପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ଦିଆଯାଇଛି।

 

ଆହୁରି ପଢ଼ନ୍ତୁ

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

You might also like