ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର୍‌ ଦିଶାଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର କଥା

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଓ‌ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ଘଟଣାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ସାଂସଦ ନାରାୟଣ ରାଣେ ଚାଞ୍ଚଲ୍ୟକର କଥା କହିଛନ୍ତି। ସେମାନଙ୍କୁ ‘ହତ୍ୟା’ କରାଯାଇଛି ବୋଲି ସେ କହିଛନ୍ତି। ଉଭୟଙ୍କ ମୃତ୍ୟୁର ପୂର୍ବ ଦିନରେ ହୋଇଥିବା ପାର୍ଟିରେ କେଉଁ କେଉଁମାନେ ସବୁ ସାମିଲ ହୋଇଥିଲେ ସେମାନଙ୍କୁ ପୋଲିସ୍‌ ଖୋଜି ବାହାର କରୁ ବୋଲି ନାରାୟଣ ରାଣେ କହିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠାଇବା ସହ ଉଦ୍ଧବ ଠାକ୍‌ରେ ସରକାରଙ୍କୁ ସମାଲୋଚନା କରିଛନ୍ତି ନାରାୟଣ ରାଣେ।

ସେ କହିଛନ୍ତି, ଯଦି ଦିଶା ଆତ୍ମହତ୍ୟା କରିଛନ୍ତି, ତା’ହେଲେ ପୋଲିସ୍‌ କାହିଁକି ଏହାର ତଦନ୍ତ କଲା ନାହିଁ ? ମୁଁ ଜାଣେ, ସେ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି। ଏପରିକି ତାଙ୍କ ସହ ଦୁଷ୍କର୍ମ ମଧ୍ୟ ହୋଇଛି। କାହିଁକି ନା ତାଙ୍କ ଶରୀରର ପ୍ରାଇଭେଟ୍‌ ପାର୍ଟସ୍‌ରେ କ୍ଷତ ଥିବା ଜଣାପଡ଼ିଥିଲା। ତେଣୁ ପୋଲିସ୍‌ ଏହାର ତଦନ୍ତ କରିବା ଉଚିତ୍‌।

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ୍‌ କାହାକୁ ସୁରକ୍ଷା ପ୍ରଦାନ କରୁଛି ବୋଲି  ନାରାୟଣ ରାଣେ ପ୍ରଶ୍ନ ଉଠାଇଛନ୍ତି। ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅନେକ ବିଶେଷଜ୍ଞ କହୁଛନ୍ତି। ଯେଉଁ ଦିଗରୁ ରାଜ୍ୟ ସରକାରଙ୍କ ତଦନ୍ତ ଚାଲିଛି, ଏଥିରୁ ସ୍ପଷ୍ଟ ହୋଇଛି ଯେ ସରକାର କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି। ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା, କିନ୍ତୁ ମୁମ୍ବାଇ ପୋଲିସ ଏ ବାବଦରେ FIR ପଞ୍ଜୀକୃତ କରିନାହିଁ। ହେଲେ ଏହି ପରିପ୍ରେକ୍ଷୀରେ ବିହାରରେ ଏକ FIR ପଞ୍ଜୀକୃତ ହୋଇଥିଲା। କିନ୍ତୁ ମୁମ୍ବାଇରେ ନୁହେଁ। ଦେଢ଼ ମାସରୁ ଅଧିକ ଦିନ ବିତିଲାଣି, ହେଲେ ଅଭିଯୁକ୍ତ କିଏ ? ବର୍ତ୍ତମାନ ସୁଦ୍ଧା ଏହା ସାମ୍ନାକୁ ଆସିନାହିଁ।

ନାରାୟଣ ରାଣେ ପ୍ରଶ୍ନ ଉଠାଇ କହିଛନ୍ତି, ‘ସୁଶାନ୍ତଙ୍କ ମୃତ୍ୟୁର ପୂର୍ବଦିନ ରାତିରେ ତାଙ୍କ ସହ କେଉଁମାନେ ରାତିରେ ଭୋଜି କରୁଥିଲେ ? କାହିଁକି ସେମାନଙ୍କୁ ଗିରଫ କରାଯାଇ ନାହିଁ ? ସୁଶାନ୍ତଙ୍କୁ କାହିଁକି ଏକ ନିର୍ଦ୍ଦିଷ୍ଟ ହସ୍ପିଟାଲ୍ ନିଆଯାଇଥିଲା ?‌ ଏସବୁ କିଛି ସନ୍ଦେହ ଘେରରେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ୩ ଦିନ ମଧ୍ୟରେ ଦାଖଲ‌ କରିବାକୁ ମହାରାଷ୍ଟ୍ର ସରକାର ଓ ପୋଲିସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ପଢ଼ନ୍ତୁ: ରିୟାଙ୍କୁ ମିଳିବନି ସୁରକ୍ଷା, ୩ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ଆହୁରି ପଢ଼ନ୍ତୁ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋଣଙ୍କ ନାଁ!

ସୁଶାନ୍ତ ସିଂ ମୃତ୍ୟୁ ଘଟଣା: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ସାରା ଓ ଶ୍ରଦ୍ଧାଙ୍କୁ ହୋଇପାରେ ସମନ୍‌

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

You might also like