ସିନେମା ହଲ୍‌ରେ ରିଲିଜ୍‌ ହେବ ‘ଦିଲ୍‌ ବେଚାରା’!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’କୁ ସିନେମା ହଲ୍‌ରେ ରିଲିଜ୍‌ କରିବାର ଯୋଜନା ଚାଲିଛି। କରୋନା ମହାମାରୀ ପାଇଁ ଫିଲ୍ମକୁ ଡିଜିଟାଲ୍‌ ପ୍ଲାଟଫର୍ମରେ ରିଲିଜ୍‌ କରାଯାଇଥିଲା।  ଓଟିଟି ପ୍ଲାଟଫର୍ମ ‘ଡିଜ୍‌ନି ହଟଷ୍ଟାର୍‌’ ଫିଲ୍ମକୁ ଦେଖିବା ପରେ ଲୋକମାନେ ଢେର୍‌ ସାରା ଭଲ ପାଇବା ଦେଇଥିଲେ। ଯାହାକୁ ଦେଖି ଏବେ ଏହି ଫିଲ୍ମକୁ ସିନେମା ହଲ୍‌ରେ ରିଲିଜ୍‌ କରିବାକୁ ଯୋଜନା ଚାଲିଛି।

ଅନ୍‌ଲକ୍‌-୫ରେ ଅକ୍ଟୋବର ୧୫ରୁ ସିନେମା ହଲ୍ ଖୋଲିବା ପରେ ଏହି ଫିଲ୍ମ ସିନେମା ହଲ୍‌କୁ ଆସିବ ବୋଲି ଚର୍ଚ୍ଚା ହେଉଛି। ଏନେଇ ହଲ୍‌ଗୁଡ଼ିକ ଇଚ୍ଛା ମଧ୍ୟ ପ୍ରକାଶ କରିଛନ୍ତି। ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ହଲ୍‌ ଖୋଲିଲା ପରେ ‘ଦିଲ୍‌ ବେଚାରା’ ମୁକ୍ତିଲାଭ କରିବ। ଏଥିସହ ଡିଜିଟାଲ୍‌ ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିବା ଅନେକ ଫିଲ୍ମ ବି ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। କ୍ରିଷ୍ଟୋଫର୍‌ ନୋ‌ଲାନ୍‌ଙ୍କ ‘ଟେନେଟ୍‌’, କିଆରା ଆଡ୍‌ଭାନିଙ୍କ ‘ଇନ୍ଦୁ କି ଜୱାନି’, ‘ସୂରଜ ପେ ମଙ୍ଗଲ ଭାରି’ ଆଦି ଚଳଚ୍ଚିତ୍ର ବି ସିନେମା ହଲ୍‌ରେ ମୁକ୍ତିଲାଭ କରିବ।

ଦିଲ୍‌ ବେଚାରା ଫିଲ୍ମରେ ସୁଶାନ୍ତଙ୍କ ବ୍ୟତୀତ ସଞ୍ଜନା ସାଙ୍ଘୀ ଏବଂ ସେଫ୍‌ ଅଲ୍ଲୀ ଖାଲ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମଟି ହଟ୍‌ଷ୍ଟାର୍‌ରେ ରିଲିଜ୍‌ ହେବାର ପ୍ରଥମ ଦିନରେ ୯୫ମିଲିୟନ୍‌ ଭ୍ୟୁ କରିଥିବା ସୂଚନା ମିଳିଛି।

 

ଆହୁରି ପଢ଼ନ୍ତୁ

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

You might also like