ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: କଙ୍ଗନାଙ୍କୁ ଥାନାରେ ହାଜର ପାଇଁ ନୋଟିସ୍‌

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା ଘଟଣାରେ ମୁମ୍ବାଇ ପୋଲିସ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କୁ ସମନ୍‌ ଜାରି କରିଛି। ବୟାନ ରେକର୍ଡ ପାଇଁ ବାନ୍ଦ୍ରା ଥାନାରେ ହାଜର ହେବାପାଇଁ କଙ୍ଗନାଙ୍କୁ କୁହାଯାଇଛି। ଏବେ ହିମାଚଳପ୍ରଦେଶରେ କଙ୍ଗନା ଅଛନ୍ତି।

ଜୁନ୍‌ ୧୪ରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୁଶାନ୍ତ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପରେ କଙ୍ଗନା ୨ ମିନିଟ୍‌ର ଏକ ଭିଡିଓ ରିଲିଜ କରିଥିଲେ। ଯେଉଁଥିରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ପରିବାରବାଦ ଚାଲିଥିବା ନେଇ ଅଭିଯୋଗ ଆଣିଥିଲେ। ସୁଶାନ୍ତ ମଧ୍ୟ ଏହାର ଶିକାର ହୋଇଥିଲେ ବୋଲି କଙ୍ଗନା ଅଭିଯୋଗ ଆଣିଥିଲେ।

ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କ ଆତ୍ମା ସହ କଥାବାର୍ତ୍ତା ହୋଇଥିବାର ଦାବି କଲେ ଏହି ବ୍ୟକ୍ତି,ଆତ୍ମହତ୍ୟା କାରଣରେ କହିଲେ…

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣାରେ ପୋଲିସ୍‌ ପ୍ରମୁଖ ବଲିଉଡ୍‌ ବ୍ୟକ୍ତିତ୍ୱ ଯଥା-କାଷ୍ଟିଂ ଡାଇରେକ୍ଟର ମୁକେଶ୍‌ ଛାବ୍ରା, ୟଶ୍‌ ରାଜ୍‌ ଫିଲ୍ମ(YRF) ଚେୟାର୍‌ମ୍ୟାନ୍‌ ଆଦିତ୍ୟ ଚୋପ୍ରା, YRF କାଷ୍ଟିଂ ଡାଇରେକ୍ଟର ଶାନୋ ଶର୍ମାଙ୍କ ସମେତ ଅନେକ ପ୍ରମୁଖ ବଲିଉଡ୍‌ ବ୍ୟକ୍ତିତ୍ୱ ଜେରା ହୋଇସାରିଲାଣି।

You might also like