ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ସଲମାନ୍ଙ୍କ ଏକ୍ସ-ମ୍ୟାନେଜରଙ୍କୁ ଜେରା
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ମୁମ୍ବାଇ ପୋଲିସ୍ ସଲମାନ୍ ଖାନ୍ଙ୍କ ଏକ୍ସ-ମ୍ୟାନେଜର୍ ରେଶ୍ମା ଶେଟ୍ଟୀଙ୍କ ବୟାନ ରେକର୍ଡ କରିଛି। ବାନ୍ଦ୍ରା ପୋଲିସ୍ ଷ୍ଟେସନରେ ପାଖାପାଖି ୫ ଘଣ୍ଟା ତାଙ୍କୁ ଜେରା କରାଯାଇଥିଲା।
ହେଲେ ରେଶ୍ମା କ’ଣ ସବୁ ବୟାନ ଦେଇଛନ୍ତି ଓ କେଉଁସବୁ କଥାର ଖୁଲାସା କରିଛନ୍ତି, ପୁଲିସ୍ ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ କିଛି ସୂଚନା ପ୍ରଦାନ କରିନାହିଁ। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାରେ ଘଟଣାରେ ଏପର୍ଯ୍ୟନ୍ତ ଯେତେ ଜଣଙ୍କ ବୟାନ ରେକର୍ଡ କରାଯାଇଛି ଓ ସେମାନଙ୍କୁ କ’ଣ କ’ଣ ସବୁ ପ୍ରଶ୍ନ କରାଯାଇଛି, ସେସମ୍ପର୍କରେ ପୋଲିସ୍ ସୂଚନା ପ୍ରଦାନ କରିଛି। ହେଲେ ରେଶ୍ମା ତାଙ୍କ ବୟାନରେ କ’ଣ ସବୁ କହିଛନ୍ତି ପୋଲିସ୍ ସେସମ୍ପର୍କରେ ଏ ପର୍ଯ୍ୟନ୍ତ କିଛିବି ସୂଚନା ପ୍ରଦାନ କରି ନାହିଁ। ଏହାକୁ ଗୁପ୍ତ ରଖାଯାଇଛି। ଯାହାକୁ ନେଇ ସୁଶାନ୍ତଙ୍କ ଫ୍ୟାନ୍ସମାନେ ଏବେ ପ୍ରଶ୍ନ ଉଠାଇବା ସହ ପୋଲିସ୍ ଉପରେ ସନ୍ଦେହ କରିଛନ୍ତି।
୨୦୧୦ରେ ସଲମାନଙ୍କ ମ୍ୟାନେଜର ଭାବରେ ରେଶ୍ମା ଯୋଗ ଦେଇଥିଲେ। ୨୦୧୮ ଯାଏ ସେ ସଲମାନ୍ଙ୍କ ସବୁ କାମ ହ୍ୟାଣ୍ଡେଲ୍ କରୁଥିଲେ। ସଲମାନ୍ଙ୍କ ବ୍ୟତୀତ ରେଶ୍ମା ଅକ୍ଷୟ କୁମାର, ଆଲିଆ ଭଟ୍ଟ ଏବଂ କାଟ୍ରିନା କୈଫଙ୍କ ପାଇଁ ମଧ୍ୟ କାମ କରିଥିବା ନେଇ ସୂଚନା ମିଳିଛି।
ଜୁନ୍ ୧୪ରେ ସୁଶାନ୍ତ ମୁମ୍ବାଇ ସ୍ଥିତ ଫ୍ଲାଟ୍ରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ଏ ଯାବତ ୩୦ରୁ ଅଧିକ ଜଣଙ୍କୁ ଜେରା କରି ସାରିଲାଣି ମୁମ୍ବାଇ ପୋଲିସ।
ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଫିଲ୍ଲ ନିର୍ମାତା ଶେଖର ଦେଲେ ଚାଞ୍ଚଲ୍ୟକର ବୟାନ