ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଫ୍ଲାଟ୍‌ ଭିତରକୁ ଯାଇଥିବା ଏହି ସନ୍ଦିଗ୍ଧ ଯୁବତୀ କିଏ ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କଲା ଭଳି ଘଟଣାର ଖୁଲାସା ହେବାରେ ଲାଗିଛି। ଏବେ ଏମିତି କିଛି ଖୁଲାସା ହୋଇଛି, ଯାହା ସମସ୍ତଙ୍କୁ ଚକିତ କରିଛି।

ଜୁନ୍‌ ୧୪ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରୁ ଉଦ୍ଧାର କରାଯାଇଥିଲା। ସେଇ ଦିନର କିଛି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି। ଜଣେ ସନ୍ଦିଗ୍ଧ ଯୁବତୀ ସୁଶାନ୍ତ ରହୁଥିବା ବିଲ୍ଡିଂ ପରିସର ଭିତରକୁ ପ୍ରବେଶ କରୁଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଖାଲି ଏତିକି ନୁହେଁ ସୁଶାନ୍ତଙ୍କ ମୃତଦେହ ପୋଲିସ୍‌ ଉଦ୍ଧାର ବେଳେ ବେଡ୍‌ରୁମ୍‌ ଭିତରେ ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ ଓ ତାଙ୍କ ହାତରେ ଏକ କଳା ରଙ୍ଗର ବ୍ୟାଗ୍‌ ଥିଲା। ଯାହା ଏବେ ସନ୍ଦେହ ଘେର ଭିତରେ।

Republic TV ପକ୍ଷରୁ ଦାବି କରାଯାଇଛି, ସୁଶାନ୍ତଙ୍କ ମୃତ୍ୟୁ ଦିନର(ଜୁନ୍‌ ୧୪) କିଛି ଫଟୋ ଓ କିଛି ଫୁଟେଜ୍‌ ସେମାନଙ୍କ ହାତରେ ଲାଗିଛି। ପ୍ରଥମ ଭିଡିଓରେ ସୁଶାନ୍ତଙ୍କ ବେଡ୍‌ରୁମ୍‌ରେ କଳା ରଙ୍ଗର ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ହାତରେ କଳା ବ୍ୟାଗ୍‌ ଧରି ଠିଆ ହୋଇଥିବା ନଜର ଆସିଥିବାବେଳେ, ଦ୍ୱିତୀୟ ଭିଡିଓରେ ସମ୍ପୃକ୍ତ ବ୍ୟକ୍ତି ଜଣକ ବ୍ୟାଗ୍‌ ସହ ବିଲ୍ଠିଂର ତଳକୁ ଆସିଥିବା ଦେଖିବାକୁ ମିଳିଛି। ଯେତେବେଳେ ଷ୍ଟ୍ରେଚରରେ ସୁଶାନ୍ତଙ୍କ ମୃତଦେହ ନିଆଯାଉଥିଲା, ସମ୍ପୃକ୍ତ ବ୍ୟକ୍ତି ଜଣକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ହେଲେ ସେତେବେଳେ ତାଙ୍କ ହାତରେ କୌଣସି ବ୍ୟାଗ୍‌ ନ ଥିଲା। ତୃତୀୟ ଭିଡିଓରେ ଦେଖିବାକୁ ମିଳିଛି ବ୍ଲ୍ୟୁ ରଙ୍ଗର striped ଟି-ଶାର୍ଟ ପିନ୍ଧିଥିବା ଜଣେ ଯୁବତୀ ସୁଶାନ୍ତ ରହୁଥିବା ବିଲ୍ଡିଂ ଭିତରକୁ ହଠାତ୍‌ ପ୍ରବେଶ କରୁଛନ୍ତି। ପୂର୍ବ ୨ଟି ଭିଡିଓରେ ନଜର ଆସିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଯୁବତୀ ଜଣକ କଥାବାର୍ତ୍ତା କରିବା ସହ ଏହାପରେ ସେ ସାଙ୍ଗେସାଙ୍ଗେ ସେଠାରୁ ପଳାଉଥିବା ନଜର ଆସିଛି। ଏସବୁ କିଛି ପୋଲିସ୍‌ ସମ୍ନାରେ ଚାଲିଥିବା ଦାବି କରାଯାଇଛି।

ଏଠାରେ ପ୍ରଶ୍ନ ଉଠୁଛି କଳା ରଙ୍ଗର ପୋଷାକ ପିନ୍ଧିଥିବା ବ୍ୟକ୍ତି ଜଣକ କିଏ ? ସେ ହାତରେ ଧରିଥିବା ବ୍ୟାଗ୍‌ରେ ପ୍ରକୃତରେ କ’ଣ ଥିଲା ? କାହିଁକି ଏହି ବ୍ୟାଗ୍‌ ହଠାତ୍‌ ଗାଏବ ହୋଇଯାଇଥିଲା ? କଳା ରଙ୍ଗର ବ୍ୟାଗ୍‌ରେ ଲୁଚି ରହିଛି କି ରହସ୍ୟ ? ଯେତେବେଳେ ପୋଲିସ୍‌ ଘର ଭିତରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରୁଥିଲା କାହିଁକି ସମ୍ପୃକ୍ତ ବ୍ୟକ୍ତି ଜଣକ ସେଠାରେ ଉପସ୍ଥିତ ଥିଲେ ? ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ସେଇ ଅଜଣା ଯୁବତୀଙ୍କ କ’ଣ ସମ୍ପର୍କ ରହିଛି ? କାହିଁକି ଉଭୟ କିଛି ସମୟ କଥାବାର୍ତ୍ତା ପରେ ସେଠାରୁ ପଳାଇଥିଲେ ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠିବା ସହ ଏହା ଏବେ ସନ୍ଦେହ ଘେର ଭିତରେ।

ପଢ଼ନ୍ତୁ: ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

You might also like