ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ? ପରଦା ହଟାଇଲେ ଏମ୍ସ ଡାକ୍ତରୀ ଟିମ୍‌

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଅସଲ କାରଣ କଣ ? ହତ୍ୟା ନା ଆତ୍ମହତ୍ୟା ? ଏହାକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଥିଓରୀ। ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ସୁରାକ୍ ଏମ୍ସ ଡାକ୍ତରୀ ଟିମ୍ ହାତରେ ଲାଗିନି।

ସୁଶାନ୍ତଙ୍କ ଶରୀରରେ ବିଷକ୍ରିୟା ହୋଇନଥିବା ପୂର୍ବରୁ ଜଣାପଡ଼ିଥିଲା। ବେକରେ ଥିବା ଆଘାତକୁ ନେଇ ବି ତଥ୍ୟ ମିଳିନି। ଯାହା ସିବିଆଇକୁ ଜଣାଇଛି ଏମ୍ସ ଟିମ୍। ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହେଉଛି। ଯଦି, ଏମ୍ସ ଟିମର ତଥ୍ୟ ଓ ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ସତ ହୁଏ,  ତେବେ ସୁଶାନ୍ତ ଆତ୍ମହତ୍ୟା କରିବା ନେଇ ସନ୍ଦେହ ଅଧିକ ଘନୀଭୂତ ହେଉଛି।

ସେପଟେ ୩୦୨ ଦଫା ଲଗାଇ ମାମଲା ତଦନ୍ତ କରିବାକୁ ସିବିଆଇ ପ୍ରସ୍ତୁତି ହେଉଥିବା ବି ଚର୍ଚ୍ଚା ହେଉଛି। ହେଲେ କେଉଁ ଆଧାରରେ ତଦନ୍ତ ହେଉଛି ସେ ନେଇ ଅସିବିଆଇ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇନି।୧୧୦ ଦିନ ପରେ ବି ସୁଶାନ୍ତଙ୍କ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରୁ ପରଦା ହଟି ପାରିନି ।

ମିଳିଥିବା ସୂଚନା ଅନୁଯାୟୀ, ଏମ୍ସ ପ୍ୟାନେଲ ମୁମ୍ବାଇ କୁପର ହସ୍‌ପିଟାଲର ପୋଷ୍ଟମର୍ଟମ ରିପୋର୍ଟ ଉପରେ ତାଙ୍କର ସହମତି ଜାହିର କରିଛି। କୁପର ହସ୍‌ପିଟାଲର ପୋଷ୍ଟମୋର୍ଟମ ରିପୋର୍ଟରେ କୁହାଯାଇଥିଲା ଯେ, ଫାଶୀ ଯୋଗୁ ଶ୍ୱାସରୁଦ୍ଧ ହୋଇ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହା ବ୍ୟତୀତ ପାରିପାର୍ଶ୍ୱିକ ସ୍ଥିତିରୁ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ଜନିତ ନୁହେଁ ବରଂ ଆତ୍ମହତ୍ୟା ବୋଲି ଜଣାପଡ଼ିଥିଲା।

 

 

ଆହୁରି ପଢ଼ନ୍ତୁ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

You might also like