ଅନ୍‌ସ୍କ୍ରିନ୍‌ ଦାଦିଙ୍କ ସହ ସୁଶାନ୍ତଙ୍କ ମସ୍ତିଭରା ଡ୍ୟାନ୍ସ..ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁକୁ ନେଇ ସମସ୍ତେ ମର୍ମାହତ। ପୋଲିସ ମଧ୍ୟ ଏହି ମାମଲାର ଯାଞ୍ଚ ପାଇଁ ଲାଗି ପଡ଼ିଛି। ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଫ୍ୟାନ୍ସମାନେ ବାରମ୍ବାର ଦାବି କରୁଛନ୍ତି। ଏମିତି ସମୟରେ ସୁଶାନ୍ତଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି। ଭିଡିଓକୁ ଦେଖିଲା ପରେ ପୁଣି ଥରେ ସୁଶାନ୍ତ ସ୍ମୃତି ଜୀବନ୍ତ ହୋଇଉଠିଛି ଫ୍ୟାନ୍ସଙ୍କ ମନରେ।

ଭିଡିଓରେ ଦେଖିବାକୁ ମିଳିଛି, ସୁଶାନ୍ତ ତାଙ୍କର ଅନ୍‌ସ୍କ୍ରିନ୍‌ ଦାଦିଙ୍କ ସହ ଏକଦମ୍‌ ମସ୍ତିଭରା ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓକୁ ମଲାୟାଲାମ୍‌ ଡ୍ୟାନ୍ସର ସୌଭାଗ୍ୟା ଭେଙ୍କଟେଶ ତାଙ୍କର ଇନଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓରେ ସୁଶାନ୍ତ ସୌଭାଗ୍ୟାଙ୍କ ମା’ଙ୍କ ସହ ମନଖୁସିରେ ଡ୍ୟାନ୍ସ କରୁଥିବା ନଜରକୁ ଆସିଛନ୍ତି।

ଏଠି କହିରଖିବୁ, ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଶେଷ ଫିଲ୍ମ ’ଦିଲ୍‌ ବେଚାରା’ରେ ସୁବୁଲକ୍ଷ୍ମୀଙ୍କୁ ତାଙ୍କର ଦାଦି ଭୂମିକାରେ ଦେଖିବାକୁ ମିଳିଥିଲା। ସୁଶାନ୍ତଙ୍କ ବିୟୋଗ ପରେ ପର୍ଦ୍ଦା ପଛର ଏଇ ଭିଡିଓ ଶେୟାର କରାଯିବା ପରେ ଦର୍ଶକଙ୍କ ପାଖରେ ଏହା ବେଶ ଆଦୃତ ହୋଇଛି। ହସ୍‌ଖୁସି ମିଜାଜ୍‌ର ସୁଶାନ୍ତ ଏଥରେ ବେଶ ମସ୍ତି କରୁଥିବା ଦେଖିବାକୁ ମିଳିଛି।

ସୌଭାଗ୍ୟା ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି ‘ ସୁଶାନ୍ତଙ୍କ ସହ ଆମ୍ମା, ଦୁହେଁ ଖୁବ୍‌ ଖୁସି ମିଜାଜ୍‌ରେ..’ ଏହି ଭିଡିଓକୁ ଦେଢଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

 

 

View this post on Instagram

 

Ammamma with Sushant ❤️ two of them full of positivity…

A post shared by Sowbhagya Venkitesh (@sowbhagyavenkitesh) on

ଆହୁରି ପଢ଼ନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

ନେହାଙ୍କ ଘରେ ବାଜିଲା ୱେଡିଂ ବେଲ୍‌: ମେହେନ୍ଦୀ, ହଳଦୀ ସେରେମୋନି ଫଟୋ ଭାଇରାଲ୍‌

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

You might also like