ସୁଶାନ୍ତ‌ଙ୍କ ବିଷୟରେ ରୋଚକ ତଥ୍ୟ ଦେଲେ କୋ-ଆକ୍ଟର ନରେଶ ଦିବାକର

ନୂଆଦିଲ୍ଲୀ: ସୁଶାନ୍ତ ସିଂ ମୃତ୍ୟୁ ଦୁଇମାସରୁ ଅଧିକ ହୋଇଗଲାଣି। ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ହୋଇପାରି ନାହିଁ। ମାତ୍ର ୩୪ ବର୍ଷ ବୟସରେ ସିନା ଚାଲିଗଲେ ସୁଶାନ୍ତ ହେଲେ ତାଙ୍କର ଅଭିନୟ, ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଯାଇଛନ୍ତି।

ନିକଟରେ ତାଙ୍କର ଜଣେ ସହ ଅଭିନେତା ନରେଶ ଦିବାକର ସୁଶାନ୍ତଙ୍କ ବିଷୟରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ନରେଶ ଇନ୍‌ଷ୍ଟାରେ ଏକ ଭିଡିଓ ସେୟାର କରି କହିଛନ୍ତି, ସୁଶାନ୍ତଙ୍କ ଘରେ ଏକ କଫିନ ଆକୃତିର ଏକ ବାକ୍ସ ରଖିଛନ୍ତି। ଏହି ବାକ୍ସରେ ସେ ତାଙ୍କର ସମସ୍ତ ପ୍ରାଇଜ, ଆୱାର୍ଡସ ଏବଂ ଆଚିଭମେଣ୍ଟସ୍‌ ରଖିଥାନ୍ତି।

ନରେଶ ଦିବାକର  ଏଡି ଭିଡିଓରେ କହିଛନ୍ତି, ସାଧାରଣତଃ ବଡ ବଡ଼ ଷ୍ଟାର ଏବଂ ସେଲେବ୍ରିଟିଙ୍କ ଘରେ ଆୱାର୍ଡସ ଏବଂ ଆଚିଭମେଣ୍ଟ ସବୁ ରଖିବା ପାଇଁ ସ୍ୱତନ୍ତ୍ର ରୁମ୍‌ ଥାଏ, ଗ୍ୟାଲେରି ଥାଏ। ହେଲେ ସୁଶାନ୍ତଙ୍କ ଘରେ ସେପରି କିଛି ନ ଥିଲା। ନରେଶ ଯେତେବେଳେ ତାଙ୍କ ଘରକୁ ଯାଇଥିଲେ, କଫିନ ଆକୃତିର ଏକ କାଠବାକ୍ସରେ ଏସବୁ ରଖାଯାଇଥିଲା। ନରେଶ ପ୍ରଥମେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏହାର କାରଣ ମଧ୍ୟ ସୁଶାନ୍ତଙ୍କୁ ପଚାରିଥିଲେ। ଏହାର ଉତ୍ତରରେ ସୁଶାନ୍ତ କହିଥିଲେ- ‘ ଟଙ୍କା ଏବଂ ପ୍ରଶଂସା ମୋ ମନ ଭିତରକୁ କେବେ ପଶୁ ଏକଥା ମୁଁ ଚାହେଁନା। ସେଥିପାଇଁ ସବୁ ଆୱାର୍ଡସ ଏଠାରେ ରଖୁଛି।’

ନରେଶ ସୁଶାନ୍ତଙ୍କ ସମ୍ପର୍କରେ ଅନେକ କିଛି କହିଛନ୍ତି ଏହି ଭିଡିଓରେ । ଥରେ ସୁଶାନ୍ତ ତାଙ୍କୁ ସକାଳ ୬ଟାରେ ଫୋନ କରି କହିଲେ, ‘ମୋ ପାଖରେ ମାତ୍ର ଅଧଘଣ୍ଟାଏ ସମୟ ଅଛି। ଶୀଘ୍ର ଆସି ଘରେ ପହଞ୍ଚ।’ ସେ ତରବର ହୋଇ ଯେତେବେଳେ ସୁଶାନ୍ତଙ୍କ ଘରେ ପହଞ୍ଚିଲେ, ସୁଶାନ୍ତ ତାଙ୍କୁ ଲୁଡୋ ଖେଳିବା ପାଇଁ କହିଥିଲେ। ନରେଶ ଏକଥା ମଧ୍ୟ କହିଛନ୍ତି, ସୁଶାନ୍ତ ଲୁଡୋ ଖେଳିବାକୁ ଖୁବ ଭଲ ପାଉଥିଲେ। ଏପରିକି ଫିଲ୍ମ ସେଟ୍‌ରେ ବି ସେ ଲୁଡୋ ଖେଳୁଥିଲେ।

ଆହୁରି ପଢ଼ନ୍ତୁ

You might also like