ଫେରାର୍‌ ହୋଇଗଲେ କି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ? ଖୋଜିପାଉନି ପୋଲିସ !

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଫେରାର ହୋଇ ଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରେହା ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ଫେରାର୍ ଥିବା କୁହାଯାଉଛି।

ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ବାପା କୃଷ୍ଣ କୁମାର ସିଂହ ପଟନା ଥାନାରେ ଏକ ମାମଲା ରୁଜୁ କରିବା ପରେ ପୁଲିସ ରିୟାଙ୍କୁ ଖୋଜିବା ଆରମ୍ଭ କରିଦେଇଛି। ଏନେଇ ମଙ୍ଗଳବାର ବିହାର ପୁଲିସର ଏକ ୪ ଜଣିଆ ଟିମ୍‌ ମୁମ୍ବାଇରେ ଆସି ପହଞ୍ଚିଥିଲା। ପୁଲିସ ଯେତେବେଳେ ମୁମ୍ବାଇ ସ୍ଥିତ ରିୟାଙ୍କ ବାସଭବନରେ ପହଞ୍ଚିଲା, ସେତେବେଳେ ରିୟା ଗାଏବ ଥିବା ‘ଟାଇମ୍‌ସ ନାଓ’ରେ ଖବର ପ୍ରକାଶ ପାଇଛି।

ସୁଶାନ୍ତଙ୍କ ବାପା ଥାନାରେ ୬ ଜଣଙ୍କ ନାଁରେ ମାମଲା କରିଥିବା ନେଇ ମଙ୍ଗଳବାର ପଟନା ରାଜୀଭ ନଗର ଥାନା ଇନ୍‌ଚାର୍ଜ ଯୋଗେନ୍ଦ୍ର ରବିଦାଶ ସୂଚନା ଦେଇଥିଲେ। ରେହାଙ୍କ ସମେତ ଅନ୍ୟ ୫ ଜଣଙ୍କ ନାଁରେ ଆଇପିସି ଧାରା ୩୪୦,୩୪୧,୩୮୦, ୪୦୬,୪୨୦ ଏବଂ ୩୦୬ ଲାଗିଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରିୟା ଆଣ୍ଟିସିପେଟୋରୀ ବେଲ୍ ପାଇଁ ଯୋଜନା କରୁଛନ୍ତି। ସେଥିପାଇଁ ସେ ପୋଲିସ ସହିତ ଯୋଗାଯୋଗ କରୁନାହାଁନ୍ତି ବୋଲି କୁହାଯାଉଛି।
ସୁଶାନ୍ତ ମୃତ୍ୟୁ ପର୍ଯ୍ୟନ୍ତ ରିୟା ତାଙ୍କ ରହିତ ରହିଥିଲେ। ଉଭୟ ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା। କିନ୍ତୁ ହଠାତ୍‌ ଜୁନ୍‌ ୧୪ରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ।

You might also like