ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣିଥରେ ସମନ୍‌ ଜାରି କରିଛି। ଆସନ୍ତାକାଲି ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ରିୟାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରିୟାଙ୍କ ଭାଇ ସୌଭିକଙ୍କୁ ୧୮ ଘଣ୍ଟାର ମାରାଥନ୍ ଜେରା କରିଥିଲା ଇଡି।

ତେବେ ସୁଶାନ୍ତଙ୍କ ଆକାଉଣ୍ଟ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବେ ସାମ୍ନାକୁ ଆସିଛି। Times Nowର ଏକ ରିପୋର୍ଟ ଅନୁସାରେ, ସୁଶାନ୍ତ ତାଙ୍କ ଉଉଣୀଙ୍କ ନାଁରେ ସାଢ଼େ ୪ କୋଟି ଟଙ୍କା ଫିକ୍ସଡ୍‌ ଡିପୋଜିଟ୍‌ କରିଥିଲେ। ହେଲେ ଅଢ଼େଇ କୋଟିରୁ ଅଧିକ ଟଙ୍କା ଅର୍ଥାତ୍‌ ୨.୬୩ କୋଟି ଟଙ୍କା ଗାଏବ ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି। ଅର୍ଥାତ୍‌ ଫିକ୍ସଡ୍‌ ଡିପୋଜିଟ୍‌ ସାଢ଼େ ୪ କୋଟି ଟଙ୍କାରୁ କମି ପୂରା ଅଧା ହୋଇଯାଇଛି।  ୨୦୧୯ ମେ’ ଓ ୨୦୨୦ ଏପ୍ରିଲ୍‌ ମଧ୍ୟରେ ଦୁଇ ଜଣ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ଏହି ଟଙ୍କା ଟ୍ରାନ୍ସଫର୍ ହୋଇଥିବା ଜଣାପଡ଼ିଛି।

ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ସୁଶାନ୍ତଙ୍କ ଲାଇଫ୍‌ରେ ରିୟା ଆସିବା ପରେ ସୁଶାନ୍ତଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଗାଏବ ହୋଇଥିବା ନେଇ ସୁଶାନ୍ତଙ୍କ ପରିବାର ଲୋକ ପୂର୍ବରୁ ଅଭିଯୋଗ ଆଣି ସାରିଛନ୍ତି।

ତେବେ ଏହି ଟଙ୍କା କାହିଁକି ଓ କେଉଁ ଉଦ୍ଦେଶ୍ୟରେ ପଠା ଯାଇଛି ? ଏଥିରେ ରିୟାଙ୍କ କିଛି ସମ୍ପୃକ୍ତି ଅଛି ନା ନାହିଁ ? ଏସମ୍ପର୍କରେ ଖୋଳତାଡ଼ ଚାଲିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

ନା ଅଛି ବେଡ୍‌ ନା ତକିଆ…ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

You might also like