ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କୁ CBIର ଜେରା

ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଆଜି CBI ନିକଟରେ ହାଜର ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଜେରା ଚାଲିଛି।

ସିବିଆଇର ସମନ ପରେ ରିୟା ଭାଇ ସୌଭିକଙ୍କ ସହ ମୁମ୍ବାଇ ସ୍ଥିତ DRDO ଗେଷ୍ଟ୍‌ହାଉସ୍‌ରେ ହାଜର ହୋଇଛନ୍ତି।

ତେବେ ରିୟା ସିବିଆଇରେ ହାଜର ହେବାପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚକ୍‌ମା ଦେଇଥିବା ଶୁଣିବାକୁ ମିଳୁଛି। ରିୟାଙ୍କ ଘର ମୁମ୍ବାଇ ସାନ୍ତାକ୍ରୁଜ୍‌ରେ। DRDO ଗେଷ୍ଟ୍‌ ହାଉସ୍‌ରୁ ଏହା ପାଖାପାଖି ୨୦ମିନିଟ୍‌ର ସମୟ। ହେଲେ ରିୟା ସିଧାସଳଖ ଘରୁ DRDO ଗେଷ୍ଟ୍‌ ହାଉସ୍‌କୁ ନ ଯାଇ ପ୍ରଥମେ ବାନ୍ଦ୍ରା ଓ ତା’ପରେ ୟୁଟର୍ଣ୍ଣ ମାରି ବସ୍ତି ଅଞ୍ଚଳ ଦେଇ DRDO ଗେଷ୍ଟ୍‌ ହାଉସ୍‌ରେ ପହଞ୍ଚିଥିବା ସୂଚନା ମିଳିଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଚକ୍‌ମା ଦେବାପାଇଁ ରିୟା ଏଭଳି କରିଥିବା ଜଣାପଡ଼ିଛି।

ସୂଚନାଥାଉ କି, ସୁଶାନ୍ତଙ୍କ ସହ ଫ୍ଲାଟ୍‌ରେ ରହୁଥିବା ସିଦ୍ଧାର୍ଥ ପିଠାନୀ, ଦୀପେଶ ସାୱନ୍ତ ଓ ସୁଶାନ୍ତଙ୍କ ରୋଷେୟା ନିରଜ ମଧ୍ୟ ସିବିଆଇ ନିକଟରେ ହାଜର ହୋଇଛନ୍ତି। ଏମାନେ ପୂର୍ବରୁ ମଧ୍ୟ ସିବିଆଇ ନିକଟରେ ହାଜର ହୋଇଥିଲେ। ଆଜି ରିୟା ଓ ଏମାନଙ୍କୁ ସାମ୍ନାସାମ୍ନି ବସା ଯାଇ ସିବିଆଇ ଜେରା କରିପାରେ ବୋଲି ଜଣାପଡ଼ିଛି।

କାଲି ସୌଭିକ୍‌ଙ୍କୁ ମାରାଥନ ଜେରା କରିଥିଲା CBI।

ଆହୁରି ପଢ଼ନ୍ତୁ

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

You might also like