ସାମ୍ନାକୁ ଆସିଲା ରିୟାଙ୍କ କଲ୍‌ ଡିଟେଲ୍ସ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ ମାମଲାର ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ଏହି ଘଟଣାରେ ଏବେ ସମସ୍ତଙ୍କ ନଜର ରିୟା ଚକ୍ରବର୍ତ୍ତୀ ଉପରେ। ଏବେ ରିୟା ଚକ୍ରବର୍ତ୍ତୀଙ୍କ କଲ୍‌ ଡିଟେଲ୍‌ସ ସାମ୍ନାକୁ ଆସିଛି। ଏହି କଲ୍‌ ଡିଟେଲ୍ସରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରିୟା କେମିତି ସୁଶାନ୍ତଙ୍କୁ ବ୍ଲାକ୍‌ମେଲ କରୁଥିଲେ ତାହା ସ୍ପଷ୍ଟ ହୋଇଛି।

ଏହି କଲ୍‌ ଡିଟେଲ୍ସରୁ ଜଣାପଡ଼ିଛି, ସୁଶାନ୍ତ ଯେତେବେଳେ ୨୦ରୁ ୨୪ ଜାନୁଆରୀ ୨୦୨୦ ମଧ୍ୟରେ ନିଜ ଭଉଣୀ ରାନୀଙ୍କ ପାଖକୁ ଚଣ୍ଡୀଗଡ଼ ଯାଇଥିଲେ। ଏହି ୫ ଦିନ ମଧ୍ୟରେ ରିୟା ପ୍ରାୟ ୨୫ଥର କଲ୍‌ କରିଛନ୍ତି।

ମିଳିଥିବା ସୂତ୍ରରୁ ପ୍ରକାଶ, ସୁଶାନ୍ତ ନଭେମ୍ବର ମାସରେ ଭଉଣୀଙ୍କୁ ସାହାଯ୍ୟ ମାଗିବା ପାଇଁ କଲ କରିଥିଲେ ଏବଂ ଚଣ୍ଡିଗଡ ଯିବା ପାଇଁ ତିନି ଭଉଣୀଙ୍କ ସହ ଟିକେଟ ବୁକ୍‌ କରିଥିଲେ। ଏହା ଜାଣିବା ପରେ ରିୟା ତାଙ୍କୁ ବାରମ୍ବାର ନ ଯିବା ପାଇଁ କହିଥିଲେ ଏବଂ ବ୍ଲାକ ମେଲ କରିଥିଲେ।

ପୁଣି ଡିସେମ୍ବରରେ ଏକ ନୂଆ ନମ୍ବରରୁ ସୁଶାନ୍ତ ଫୋନ କରି ସାହାଯ୍ୟ ମାଗିଥିଲେ। ସୁଶାନ୍ତ କହିଥିଲେ, ରିୟା ଏବଂ ତାର ପରିବାର ଲୋକେ ମୋତେ ମେଣ୍ଟାଲ ହସ୍‌ପିଟାଲ ପଠାଇବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ସେ ମେଣ୍ଟାଲ ହସ୍‌ପିଟାଲ ଯିବାକୁ ଚାହୁଁ ନାହାଁନ୍ତି। ସେ ମୁମ୍ବାଇରୁ ସବୁକିଛି ଛାଡି ହିମାଚଳରେ ସେଟଲ୍‌ ହେବାକୁ  ଚାହୁଁଛନ୍ତି।

ଏହା ପରେ ସେ ଗାଡିରେ ଚଣ୍ଡୀଗଡ଼ ଚାଲି ଯାଇଥିଲେ। ସେ ନିଜେ ଗାଡ଼ି ଚଲାଉଥିଲେ। ସେଠାରେ ସେ ୨ ଦିନ ରହିଥିଲେ। ଏହି ଖବର ସିଦ୍ଧାର୍ଥ ପଠାନୀ ରିୟାଙ୍କୁ ଦେଇଥିଲେ। ଏହା ପରେ ରିୟା ତାଙ୍କୁ ଫେରି ଆସିବା ପାଇଁ ବ୍ଲାକ ମେଲ କରିଥିଲେ। ଏପରିକି ୩-୪ ଦିନ ମଧ୍ୟରେ ୨୫ ଥର ଫୋନ କରିଥିଲେ।

ସୂଚନାଥାଉ କି, ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ଜୁନ୍‌ ୧୪ ୨୦୨୦ରେ ହୋଇଥିଲା। ତାଙ୍କର ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରେ ଫାଶି ଲଗାଇ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ହେଲା ତାଙ୍କ ମୃତ୍ୟୁକୁ ନେଇ ବିବାଦ ତେଜିବାରେ ଲାଗିଛି।

 

 

You might also like