ସୁଶାନ୍ତଙ୍କ ମୃତ୍ୟୁ ଦିନ ଏକ ଖାସ୍‌ ନମ୍ବରରେ ୧ ଘଣ୍ଟାରୁ ଅଧିକ ସମୟ‌ କଥା ହୋଇଥିଲେ ରିୟା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏସବୁ ଭିତରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଫୋନ୍‌ କଲ୍‌ ରେକର୍ଡସ୍‌କୁ ନେଇ ED ହାତରେ ଅନେକ ତଥ୍ୟ ଲାଗିଥିବା ସୂଚନା ମିଳିଛି।

ED ସୂତ୍ରରୁ ଉଦ୍ଧୃତ କରାଯାଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟରେ ଦାବି କରାଯାଇଛି ଯେ, ଯେଉଁ ଦିନ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ଅର୍ଥାତ୍‌ ଜୁନ୍‌ ୧୪ରେ, ସେହିଦିନ ରିୟା ଏକ ଖାସ୍‌ ନମ୍ବରରେ ଘଣ୍ଟାଏରୁ ଅଧିକ ସମୟ କଥାବାର୍ତ୍ତା ହୋଇଥିଲେ। ABP ନ୍ୟୁଜ୍‌ର ସୂଚନା ଅନୁସାରେ, ସୁଶାନ୍ତଙ୍କ ମୃତ୍ୟୁ ଦିନ ରିୟାଙ୍କୁ ୭ଟି ଫୋନ୍‌ କଲ୍‌ ଆସିଥିବାବେଳେ ରିୟା ନିଜ ଫୋନ୍‌ରୁ ୯ଥର ଅନ୍ୟ ନମ୍ବରକୁ କଲ୍‌ କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଦିନ ରିୟା ଜଣେ ମହିଳାଙ୍କ ସହ ଫୋନ୍‌ରେ ୧ ଘଣ୍ଟା ୩୬ ସେକେଣ୍ଡ୍‌ କଥା ହୋଇଥିଲେ।

ସୁଶାନ୍ତଙ୍କ ମୃତ୍ୟୁ ଯେଉଁ ଦିନ ହୋଇଥିଲା ସମ୍ପୃକ୍ତ ମହିଳା ଜଣକ ସକାଳ ୭ଟା ୩୮ରେ ରିୟାଙ୍କୁ କଲ୍‌ କରିଥିଲେ। ଏହି ସମୟରେ ଉଭୟ ୩୦ ମିନିଟ୍‌ ୫୫ ସେକେଣ୍ଡ୍‌ କଥା ହୋଇଥିଲେ। ଏହାପରେ ସକାଳ ୮ଟାରେ ରିୟା, ଉକ୍ତ ମହିଳାଙ୍କୁ ଫୋନ୍‌ କରିଥିଲେ ଓ ଉଭୟ ପାଖାପାଖି ୩୦ ମିନିଟ୍‌ କଥା ହୋଇଥିଲେ। ଏହାପରେ ରିୟା ସକାଳ ୮ଟା ୩୮ରେ ପୁଣିଥରେ ସମ୍ପୃକ୍ତ ମହିଳାଙ୍କୁ କଲ୍‌ କରିଥିଲେ ଓ ଉଭୟ ୫ ମିନିଟ୍‌ ୪୧ ସେକେଣ୍ଡ୍‌ ଯାଏ କଥା ହୋଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି ସମ୍ପୃକ୍ତ ମହିଳା ଜଣକ କିଏ ? କାହିଁକି ରିୟା ଜୁନ୍‌ ୧୪ରେ ତାଙ୍କ ସହ ବାରମ୍ବାର ଫୋନ୍‌ରେ କଥା ହୋଇଥିଲେ। ଏନେଇ ତନାଘନା ଚାଲିଥିବା ଜଣାପଡ଼ିଛି।

ପଢ଼ନ୍ତୁ: ମୃତ୍ୟୁର ୯ ଦିନ ପୂର୍ବରୁ ରିୟାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ସୁଶାନ୍ତ, କଲ୍‌ ରେକର୍ଡସ୍‌ରୁ ହେଲା ଖୁଲାସା

You might also like