ସୁଶାନ୍ତଙ୍କ ଘର ପାଖ ସେଇ ବଙ୍ଗଳାରେ ଲୁଚି ରହିଛି ଅନେକ ରହସ୍ୟ !

ମୁମ୍ବାଇ(ସୁରେଶ ଦାଶ): ସୁଶାନ୍ତ ସିଂହ ରାଜପୁତ୍‌ ହତ୍ୟା ମାମଲା ନୂଆ ମୋଡ ନେଉଛି। ସୁଶାନ୍ତଙ୍କୁ ନେଇ ପ୍ରତିଦିନ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି।  ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଉଠିଥିବା ସନ୍ଦେହ ଏବେ ଦୃଢୀଭୂତ ହେବାରେ ଲାଗିଛି। ଏପରିକି ସୁଶାନ୍ତଙ୍କ ମୃତ୍ୟୁ ସହ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁକୁ ନେଇ ମଧ୍ୟ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦିଶାଙ୍କ ମୃତ୍ୟୁ ଆତ୍ମ ହତ୍ୟା ନୁହେଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ରାଣେ ଅଭିଯୋଗ ଆଣିବା ପରେ ଏହି ମାମଲା ଅଧିକ ଅଡୁଆ ସୂତାରେ ଛନ୍ଦ ହୋଇଯାଇଛି।

ନାରାୟଣ ରାଣେ ଅଭିଯୋଗ ଆଣିଛନ୍ତି, ଦିଶା ଆତ୍ମହତ୍ୟା କରିନାହାନ୍ତି। ଏପରିକି ତାଙ୍କୁ ବଳାତ୍କାର କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ଏହି ମାମଲାରେ ନାରାୟଣ ରାଣେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଯାହା ଏହି ମାମଲାକୁ ଅଧିକ ଜଟିଳ କରି ଦେଇଛି।

ସେ କହିଛନ୍ତି, ସୁଶାନ୍ତଙ୍କ ଘର ନିକଟରେ ଏକ ବଙ୍ଗଳା ଅଛି। କିଛି ମନ୍ତ୍ରୀ ପ୍ରତିଦିନ ସେଠାକୁ ଆସନ୍ତି । ସେମାନେ ସେଠାରେ ତିନି ଘଣ୍ଟା ରୁହନ୍ତି। ୩ ଘଣ୍ଟା ଏଠାରେ ରହି ସେମାନେ କ’ଣ କରନ୍ତି?  ୧୩ ତାରିଖରେ ସେମାନେ ସେଠାରେ ଏକତ୍ରିତ ହୋଇଥିଲେ ଏବଂ ସେଠାରୁ ସୁଶାନ୍ତଙ୍କ ଘରକୁ ଯାଇଥିଲେ | ଯଦି ମନ୍ତ୍ରୀମାନେ ସେଠାକୁ ଯାଇଛନ୍ତି, ସେମାନେ କେମିତି କ୍ୟାମେରାରେ ରହିଲେ ନାହିଁ।

ରାଣା କେହିଛନ୍ତି,  ସମସ୍ତେ ଜାଣନ୍ତି ଅପରାଧୀ କିଏ।  ଅପରାଧୀକୁ ବଞ୍ଚାଇବାକୁ ଚେଷ୍ଟା  କରଯାଉଛି । କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ, ଏହା ହୋଇପାରିବ ନାହିଁ। ବିରୋଧୀ ସକ୍ଷମ। ସେ ଏପରି ଘଟଣା ଘଟିବାକୁ କଦାପି ଦେବେ ନାହିଁ।

ସୁଶାନ୍ତଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀ ତାଙ୍କ ସହ ରହୁଥିଲେ। ସେ ତାଙ୍କୁ ୯ ତାରିରେ ଛାଡି ଚାଲି ଯାଇଥିଲେ। ଏହି ମାମଲାର ମୁଖ୍ୟ ବ୍ୟକ୍ତି ତିନି କିମ୍ବା ଚାରି ଦିନ ହେବ ନିଖୋଜ ଅଛନ୍ତି। ପୋଲିସ କହୁଛି ସେ କେଉଁଠି ଅଛନ୍ତି ଜାଣି ନାହିଁ। କିନ୍ତୁ ମୁମ୍ବାଇ ପୋଲିସ  ପାଇଁ ଏହା ଅଜ୍ଞାତ ହୋଇ ନ ଥିବା ବୋଲି ରାଣେ କହିଛନ୍ତି ।

କରୋନା ମୁକାବିଲା ନେଇ ଉଦ୍ଧବ ସରକାରଙ୍କ ଭୂମିକାକୁ ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି ରାଣେ। 

You might also like