ସରିଲା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ!

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସରିଛି। ଦୀର୍ଘ ଦିନର ଖୋଳତାଡ଼ ପରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହେଉଛି ବୋଲି ଜାତୀୟ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହେଉଛି। ପ୍ରାୟ ଦୁଇ ମାସର ତଦନ୍ତ ପରେ ମାମଲାର ଚୂଡ଼ାନ୍ତ ରିପୋର୍ଟ ସିବିଆଇ ପ୍ରସ୍ତୁତ କରିଛି। ପାଟନା କୋର୍ଟରେ ମାମଲାର ସିବିଆଇ ତଦନ୍ତ ରିପୋର୍ଟ ଦାଖଲ କରିପାରେ ବୋଲି ସୂଚନା ମିଳିଛି।

ତେବେ ଏହି ରିପୋର୍ଟରେ କଣ ଥିବ ତା ଉପରେ ସାରା ଦେଶର ନଜର ରହିଛି। ସିବିଆଇର ତଦନ୍ତ, ଏମ୍ସ ଟିମ୍‌ର ଅନୁଧ୍ୟାନ ସମ୍ପର୍କରେ ସବିଶେଷ ତଥ୍ୟ ରହିପାରେ। ପୂର୍ବରୁ ମାମଲାରେ ଏମ୍ସର ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏଥିରେ ସୁଶାନ୍ତଙ୍କ ହତ୍ୟା ଥିଓରୀ ସମ୍ପର୍କରେ କୌଣସି ସୁରାକ୍ ଲାଗିନଥିବା କୁହାଯାଉଥିଲା।

ତେବେ ଏହି ତଥ୍ୟ ସିବିଆଇର ଚୂଡ଼ାନ୍ତ ରିପୋର୍ଟରେ ରହିଛି କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ। ମାମଲାରେ ରିୟା ଚକ୍ରବର୍ତ୍ତି ମୁଖ୍ୟ ଅଭିଯୁକ୍ତ ଥିଲେ। ତେବେ ସିବିଆଇ ତାଙ୍କୁ ୬ ଥର ପଚରାଉଚର କରିଛି।

 

You might also like