ସୁଶାନ୍ତ ସିଂ ମୃତ୍ୟୁ ମାମଲା: CBI ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ
ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ମୁମ୍ବାଇ ପୋଲିସ୍କୁ ନିର୍ଦ୍ଦେଶ ଦେବାସହ ମୃତ୍ୟୁ ସମ୍ପର୍କିତ ସମସ୍ତ ତଥ୍ୟ CBIକୁ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଯଦି କୌଣସି ନୂଆ ଏତଲା ଦାୟର ହୁଏ, ତେବେ CBI ଏହାର ତଦନ୍ତ କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ତଦନ୍ତ ପାଇଁ ସିବିଆଇର SIT ଟିମ୍ ଆଜି ମୁମ୍ବାଇ ଯିବ ବୋଲି ଜଣାପଡ଼ିଛି।
ସୂଚନାଥାଉ କି, ଅଗଷ୍ଟ ୫ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ୩ ଦିନ ମଧ୍ୟରେ ଦାଖଲ କରିବାକୁ ମହାରାଷ୍ଟ୍ର ସରକାର ଓ ପୋଲିସ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ନାମଞ୍ଜୁର ମଧ୍ୟ କରିଥିଲେ।
ଜୁନ୍ ୧୪ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍ରୁ ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା।