ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିୟାଙ୍କୁ ଜେରା କରିପାରେ CBI

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ CBI ଖୋଳତାଡ଼ ଆରମ୍ଭ କରିଛି। ଦ୍ୱିତୀୟ ଥର ପାଇଁ ସୁଶାନ୍ତଙ୍କ ରୋଷେୟା ନିରଜଙ୍କୁ ପଚରାଉଚରା କରିଥିଲା ସିବିଆଇ। ଗତକାଲି ବିଳମ୍ବିତ ରାତି ଯାଏ ନିରଜ ଓ ସୁଶାନ୍ତଙ୍କ ସହ ଫ୍ଲାଟ୍‌ରେ ରହୁଥିବା ସିଦ୍ଧାର୍ଥ ପିଠାନୀଙ୍କୁ ପଚରାଉଚରା କରିଥିଲା ସିବିଆଇ।

ଆଜି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ଲୋକଙ୍କୁ ସିବିଆଇ ପଚରାଉଚରା କରିପାରେ। ଏହାସହ ଆଜି ବି ସିଦ୍ଧାର୍ଥ ଓ ସୁଶାନ୍ତଙ୍କ ମୃତ୍ୟୁ ଦିନ କବାଟ ତାଲା ଖୋଲିଥିବା ବ୍ୟକ୍ତିଙ୍କୁ ମଧ୍ୟ ଜେରା କରିପାରେ ସିବିଆଇ।

ନିରଜ ଓ ସିଦ୍ଧାର୍ଥଙ୍କୁ ସିବିଆଇ ଟିମ୍ ଗତକାଲି ପ୍ରାୟ ୫ ଘଣ୍ଟା ଧରି ପଚରାଉଚରା କରିଥିଲା। ଜୁନ୍ ୧୪ରେ କ’ଣ ଘଟିଥିଲା ସେ ନେଇ ଖୋଳତାଡ଼ କରିଛି CBI। ଏହି ସମୟରେ ସେଇଦିନ କବାଟ ଲକ୍ ଭାଙ୍ଗିଥିବା ମେକାନିକ୍ ମହମ୍ମଦ ରଫି ସେଖ୍ ବି ଉପସ୍ଥିତ ଥିଲେ।

ଫ୍ଲାଟ୍‌ରେ ପହଞ୍ଚିବା ପରେ ସୁଶାନ୍ତଙ୍କ ବେଡ୍‌ରୁମ୍‌ର ଲକ୍ କେମିତି ଭଙ୍ଗା ଗଲା ? ଏଥିପାଇଁ କେତେ ସମୟ ଲାଗିଲା ? ଭାଙ୍ଗିବା ପରେ ପ୍ରଥମେ ମୃତଦେହକୁ କିଏ ଦେଖିଲା ? ସୁଶାନ୍ତଙ୍କ ମୃତଦେହ କେଉଁ ଭଳି ଅବସ୍ଥାରେ ଥିଲା, ଆଉ ଏହାପରେ କେଉଁ ସବୁ ବ୍ୟକ୍ତିଙ୍କୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲା ସେ ନେଇ ସବୁ ଖୋଳତାଡ଼ ଆରମ୍ଭ କରିଛି ସିବିଆଇ।

ସିବିଆଇର ସ୍ପେଶାଲ୍‌ ଟିମ୍‌ରେ ଥିବା ୧୫ ଜଣ ସଦସ୍ୟଙ୍କୁ ୫ଟି ଅଲଗା ଅଲଗା ଟିମ୍‌ରେ ବିଭକ୍ତ କରାଯାଇଛି। କୁହାଯାଉଛି, ଏହି ଘଟଣାରେ ସିବିଆଇ କିଛି ବଡ଼ ଚେହେରାଙ୍କ ପାଖରେ ପହଞ୍ଚିପାରେ।

You might also like