Sushant Singh Death Case: ଡ୍ରଗ୍ସ ଲିଙ୍କ୍‌କୁ ନେଇ ବଡ଼ ଖୁଲାସା କଲେ ସୁଶାନ୍ତଙ୍କ ପର୍ସନାଲ୍‌ ଷ୍ଟାଫ୍ ଓ ହାଉସ୍‌ ମ୍ୟାନେଜର

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ଗତ ଦୁଇଦିନ ଭିତରେ Narcotics Control Bureau (NCB) ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର ସାମୁଏଲ୍‌ ମିରଣ୍ଡା ଓ ସୁଶାନ୍ତଙ୍କ ପର୍ସନାଲ୍‌ ଷ୍ଟାଫ୍‌ ଦୀପେଶ ସାୱନ୍ତଙ୍କୁ ଗିରଫ କରିଛି।

ଦୀପେଶ ଓ ସାମୁଏଲ୍‌ଙ୍କୁ ଜେରା ପରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇ ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରେ ଡ୍ରଗ୍‌ ପାର୍ଟି ହେଉଥିଲା ବୋଲି ଜଣାପଡ଼ିଛି। ଏପରିକି ପାୱନା ଫାର୍ମ ହାଉସ୍‌, ୱାଟର୍‌ଷ୍ଟୋନ୍‌ରେ ମଧ୍ୟରେ ଡ୍ରଗ୍‌ ପାର୍ଟି ହେଉଥିବା ଘଟଣା ସାମ୍ନାକୁ ଆସିଛି।

ଅନ୍ୟପକ୍ଷରେ, ଡ୍ରଗ୍ସ ଲିଙ୍କ୍‌ ମାମଲାକୁ ନେଇ ଶୌଭିକଙ୍କୁ ଜେରାପରେ NCB ପକ୍ଷରୁ ବାନ୍ଦ୍ରା, ଅନ୍ଧେରୀ ଓ ସାନ୍ତାକ୍ରୁଜ୍‌ର ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି। ଏହି ଘଟଣାରେ ସମ୍ପୃକ୍ତି ନେଇ ବହୁ ବଡ଼ ବଡ଼ ଲୋକଙ୍କ ନାଁ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି।

ଡ୍ରଗ୍ସ ଲିଙ୍କ୍‌ ମାମଲାରେ ସେପ୍ଟେମ୍ବର ୯ ଯାଏ NCB ଶୌଭିକ, ସାମୁଏଲ୍, ଦୀପେଶ ଓ ଅବଦୁଲ ବାସିତ ପରିହାରଙ୍କୁ ରିମାଣ୍ଡରେ ନେଇଛି।

ତେବେ ଏହି ମାମଲାରେ କରଣ, ଅବାସ୍‌ ଓ କାଇଜେନ୍‌ ଇବ୍ରାହିମ୍‌ଙ୍କୁ ଜାମିନ ମିଳିଥିବା ବେଳେ ଅନ୍ୟମାନଙ୍କୁ ଜେରା ଚାଲିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ, ଗିରଫ ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପ୍ରସ୍ତୁତ ଅଛନ୍ତି ବୋଲି ରିୟାଙ୍କ ଓକିଲ ସତୀଶ ମନ୍‌ସିନ୍ଧେ ଆଜି ଏହା କହିଛନ୍ତି।

ପଢ଼ନ୍ତୁ: ‘ଗିରଫ ପାଇଁ ରିୟା ପ୍ରସ୍ତୁତ’

ଆହୁରି ପଢ଼ନ୍ତୁ

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମାନହାନୀ ମକଦ୍ଦମା ରୁଜୁ କଲେ ଅର୍ବାଜ୍‌ ଖାନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ଆଜି

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା

କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

NCB ଆଗରେ କାନ୍ଦିଲେ ଦୀପିକା

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

You might also like