ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମ ‘ଦିଲ୍ ବେଚାରା’; ମାଗଣାରେ ଦେଖିପାରିବେ ଦର୍ଶକ
ମୁମ୍ବାଇ: ରିଲିଜ ହେଲା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’। ଡିଜ୍ନୀ ହଟ୍ଷ୍ଟାରରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ, ଏହାକୁ ମାଗଣାରେ ଦେଖିପାରିବେ ଦର୍ଶକ। ସୁଶାନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଥାଇରଏଡ୍ କ୍ୟାନ୍ସର ଆକ୍ରାନ୍ତ ଜଣେ ଯୁବତୀଙ୍କ ପ୍ରେମ, ସଂଘର୍ଷ ଓ ସ୍ୱପ୍ନପୂର୍ତ୍ତିକୁ ନେଇ ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସୁଶାନ୍ତ ସିଂ ରାଜପୁତ ଓ ସଞ୍ଜନା ସାଂଘି ଅଭିନୟ କରିଛନ୍ତି। ଏଥିରେ ସୈଫ୍ ଅଲ୍ଲୀ ଖାନ୍ ଓ ଜାଭେଦ୍ ଜାଫ୍ରେଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଫିଲ୍ମଟି ହଲିଉଡ ଫିଲ୍ମ The Fault in our Starsର ରିମେକ୍ ହେଉଛି ଦିଲ୍ ବେଚାରା। ମୁକେଶ ଛାବ୍ରା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି।
ସେପଟେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବୟାନ ରେକର୍ଡ କରାଇବାକୁ ମୁମ୍ବାଇ ପୋଲିସ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତଙ୍କୁ ସମନ କରିଥିଲା। ବାନ୍ଦ୍ରା ଥାନାରେ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା। ତେବେ ସେ ହିମାଚଳ ପ୍ରଦେଶରେ ଥିବାରୁ ସେ ଆସିପାରିବେ ନାହିଁ। ଏକ ପୋଲିସ ଟିମ୍ ସେଠାକୁ ଯାଇ କିମ୍ବା ବୈଦ୍ୟୁତିକ ମାଧ୍ୟମରେ କଙ୍ଗନାଙ୍କ ବୟାନ ରେକର୍ଡ କରାଯାଇପାରିବ ବୋଲି ତାଙ୍କ ଓକିଲ କହିଛନ୍ତି।