ଆଜି EDରେ ହାଜର ହୋଇନପାରନ୍ତି ରିୟା
ମୁମ୍ବାଇ: ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ହାଜର ହୋଇନପାରନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ। ସୁପ୍ରିମକୋର୍ଟରେ ଶୁଣାଣି ନ ସରିବା ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ସେ ସମୟ ମାଗିଛନ୍ତି।
ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ED ସମନ ଜାରି କରିଛି। ତେବେ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ନ ସରିବା ଯାଏ ତାଙ୍କ ବୟାନକୁ ସ୍ଥଗିତ ରଖିବା ପାଇଁ ସେ ଅନୁରୋଧ କରିଛନ୍ତି ବୋଲି ରିୟାଙ୍କ ଓକିଲ କହିଛନ୍ତି।
ସୁଶାନ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ରିୟାଙ୍କ ଆକାଉଣ୍ଟକୁ ୧୫ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି। ଏହି ଟଙ୍କା ରିୟାଙ୍କ ଆକାଉଣ୍ଟକୁ କାହିଁକି ଟ୍ରାନ୍ସଫର ହୋଇଛି, ସେ ଦିଗରେ ଖୋଳତାଡ଼ କରିବ ED। ଅନ୍ୟପକ୍ଷରେ, ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୭ ଜଣଙ୍କ ନାଁରେ CBI ମାମଲା ରୁଜୁ କରିଛି।