ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟାଙ୍କୁ ମିଳିଲା ହତ୍ୟା ଧମକ
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାକୁ ମାସେ ବିତି ଗଲାଣି। ହେଲେ ଏବେ ବି ରହସ୍ୟ ଘେରରେ ସୁଶାନ୍ତଙ୍କ ମୃତ୍ୟୁ। କେଉଁ କାରଣ ପାଇଁ ସୁଶାନ୍ତ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ଯାଞ୍ଚ ଦାବି କରି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ଏବେ ଚର୍ଚ୍ଚାରେ ଅଛନ୍ତି। ସୁଶାନ୍ତଙ୍କୁ ମନେ ପକାଇ ରିୟା ଇନ୍ଷ୍ଟାଗ୍ରାମରେ ଏକ ଇମୋସ୍ନାଲ୍ ପୋଷ୍ଟ ଶେଆର୍ କରିଥିଲେ। ହେଲେ ଏହି ପୋଷ୍ଟକୁ ନେଇ ଲୋକମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ। ଏପରିକି ରିୟାଙ୍କୁ ଦୁଷ୍କର୍ମ ଓ ଜୀବନରୁ ହତ୍ୟା କରିବା ପାଇଁ ଧମକ ମିଳିଛି। ଜଣେ ୟୁଜର ରିୟାଙ୍କୁ ଧମକ ଦେଇ ଲେଖିଛନ୍ତି, ‘ମୁଁ ନିଶ୍ଚିତ ଯେ, ତୁମକୁ ଦୁଷ୍କର୍ମ ନ ହେଲେ ହତ୍ୟା କରାଯିବ। ଯଦି ତୁମେ ଆତ୍ମହତ୍ୟା ନ କରିବ ମୁଁ ଲୋକ ପଠାଇ ତୁମକୁ ମାରିଦେବି’। ଏହି ଘଟଣାକୁ ନେଇ ରିୟା ମୁମ୍ବାଇର ସାନ୍ତା କ୍ରୁଜ୍ ଥାନାରେ ୨ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୋଲିସ୍ ରିୟାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରିଛି।
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାର କିଛି ଦିନ ପରେ ରିୟା ତାଙ୍କର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ର କମେଣ୍ଟ୍ସ୍ ବିକଳ୍ପକୁ ବନ୍ଦ କରି ଦେଇଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ପାଇଁ ଅନେକ ଲୋକ ରିୟାଙ୍କୁ ଦାୟୀ କରିଛନ୍ତି। ଖାଲି ଏତିକି ନୁହେଁ ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଉଛି। ତେବେ ଏସବୁ ସମସ୍ୟାରୁ ମୁକୁଳିବା ପାଇଁ ରିୟା ଏହି ପଦକ୍ଷେପ ଗ୍ରହଣ କରିଥିଲେ। ହେଲେ କିଛି ଦିନ ପରେ ଏହାକୁ ସେ ପୁଣି ଚାଲୁ ରଖିଥିଲେ ଅର୍ଥାତ୍ ଏହାକୁ ସେ ଡିଆକ୍ଟିଭେଟ୍ କରି ଦେଇଥିଲେ।
ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କ ଆତ୍ମା ସହ କଥାବାର୍ତ୍ତା ହୋଇଥିବାର ଦାବି କଲେ ଏହି ବ୍ୟକ୍ତି,ଆତ୍ମହତ୍ୟା କାରଣରେ କହିଲେ…