‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ପ୍ରମାଣିତ କରିବା ପାଇଁ ଲାଗି ପଡ଼ିଛି ମୁମ୍ବାଇ ପୋଲିସ । ଏପରିକି ସୁଶାନ୍ତ ମୃତ୍ୟୁର ତଦନ୍ତ ନ ହେବା ପାଇଁ ସବୁ ପ୍ରକାର କଳ ବଳ ଆଉ କୌଶଳ ଖଟାଇ ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଥିବାବେଳେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ ବି କରିନାହିଁ। ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମୁମ୍ବାଇ ପୋଲିସକୁ ଶ୍ରେଷ୍ଠ ପୋଲିସ ଟିମ୍‌ ବୋଲି କହିଛନ୍ତି। ସେତିକି ନୁହେଁ,  ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର ମୁମ୍ବାଇ ପୋଲିସ ପ୍ରତି ଅପମାନ ବୋଲି ମଧ୍ୟ କହିଛନ୍ତି । 

ଅପରାଧୀକୁ ସୁରକ୍ଷା ଦେବା ପାଇଁଏବେ ଶିବସେନା ସାଂସଦ ସଞ୍ଜୟ ରାଉତ୍ ଆଉ ପାଦେ ଆଗେଇ ଆସିଛନ୍ତି। ସେ ସୁଶାନ୍ତଙ୍କ ପାରିବାରିକ କଥାକୁ ସାର୍ବଜନୀନ କରି ତାହାକୁ ସୁଶାନ୍ତଙ୍କ ମୃତ୍ୟୁ ସହ ଯୋଡ଼ିବାକୁ ଚେଷ୍ଟା କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ଆଜି ଯାଏ ମୁହଁ ଖୋଲି ନ ଥିବା ସଞ୍ଜୟ ରାଉତ ଦଳୀୟ ମୁଖପତ୍ର ସାମ୍‌ନାରେ କହିଛନ୍ତି, ସୁଶାନ୍ତଙ୍କ ପିତା ଦ୍ୱିତୀୟ ବିବାହ କରିଥିଲେ। ଏଥିପାଇଁ ସୁଶାନ୍ତ ଓ ତାଙ୍କ ବାପାଙ୍କ ମଧ୍ୟରେ ଭଲ ସମ୍ପର୍କ ନ ଥିଲା।

ସୁଶାନ୍ତଙ୍କ ପରିବାର ପାଟ୍‌ନାରେ ରହୁଥିଲେ। ବାପାଙ୍କ ଦ୍ୱିତୀୟ ବିବାହକୁ ସୁଶାନ୍ତ ଗ୍ରହଣ କରିପାରି  ଥିଲେ। ତେଣୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା।  ସାଂସଦ ଏକଥା ମଧ୍ୟ କହିଛନ୍ତି ଯେ, ସୁଶାନ୍ତଙ୍କ ବାପାଙ୍କୁ କେହି ଭୁଲ୍‌ ପରାମର୍ଶ ଦେଉଛନ୍ତି ଯାହା ଫଳରେ ସେ ବିହାରରେ FIR ରୁଜୁ କରିଛନ୍ତି।

ସେତିକି ନୁହେଁ, ସେ ତାଙ୍କର ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡିଙ୍କୁ ମଧ୍ୟ ଟାଣିଛନ୍ତି। ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି, ସୁଶାନ୍ତଙ୍କ ଜୀବନରେ ଦୁଇ ଜଣ ଯୁବତୀ ଆସିଥିଲେ। ଅଙ୍କିତା ଓ ରିୟା। ଅଙ୍କିତା ତାଙ୍କୁ ଛାଡ଼ି ଦେଇଥିଲେ। ହେଲେ ଯିଏ ତାଙ୍କ ସହ ଥିଲେ ତାଙ୍କ ଉପରେ ଅଭିଯୋଗ ଆସିଛି।

ତେବେ ସୁଶାନ୍ତ ଏବଂ ଅଙ୍କିତା କାହିଁକି ଅଲଗା ହେଲେ ଏହାର ମଧ୍ୟ ଯାଞ୍ଚ ହେବା ଆବଶ୍ୟକ। କ’ଣ ଏମିତି ଘଟିଲା ଯେଉଁଥିପାଇଁ ଅଙ୍କିତା ସୁଶାନ୍ତଙ୍କ ସହ ସମ୍ପର୍କ ଛିନ୍ନ କରି ଦେଇଥିଲେ ? ସଞ୍ଜୟ ମଧ୍ୟ ସିବିଆଇ ତଦନ୍ତକୁ ବିରୋଧ କରିବା ସହ ମାମଲାର ରାଜନୀତିକରଣ କରାଯାଉଥିବା କହିଛନ୍ତି।

ମୁମ୍ବାଇ ପୋଲିସକୁ ପ୍ରଶଂସା କରି ସେ କହିଛନ୍ତି, ମୁମ୍ବାଇ ପୋଲିସ ଦୁନିଆର ସବୁଠାରୁ ଦକ୍ଷ ତଦନ୍ତକାରୀ ପୋଲିସ। ତେଣୁ ଏହାର ସିବିସଆଇ ତଦନ୍ତ କରିବା ମୁମ୍ବାଇ ପୋଲିସର ଅପମାନ ବୋଲି ସେ କହିଛନ୍ତି।

 

 

 

ଆହୁରି ପଢ଼ନ୍ତୁ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

ନା ଅଛି ବେଡ୍‌ ନା ତକିଆ…ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ ପେଡଲର ଗିରଫ

You might also like