ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କୁ ପୁଣି ସମନ୍।  ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ୍ କରିଛି। ଆଜି ମୁମ୍ବାଇ ଇଡି ଅଫିସ୍‌ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରିୟାଙ୍କ ଭାଇ ସୌଭିକଙ୍କୁ ୧୮ ଘଣ୍ଟାର ମାରାଥନ୍ ଜେରା କରିଥିଲା ଇଡି।

ଶୁକ୍ରବାର ଇଡି ରିୟାଙ୍କୁ ୮ ଘଣ୍ଟା ଜେରା କରିଥିଲା ତେବେ ଜେରା ବେଳେ ରିୟେ ଇଡିଙ୍କୁ ତାଙ୍କର ଆଉ ଏକ ଫୋନ ନମ୍ବର ଲୁଚାଇଥିଲେ। ତେବେ କାହିଁକି ଏଇ ଫୋନ ନମ୍ବର ରିୟା ଲୁଚାଇଥିଲେ ? ଏହି ‍ଫୋନରେ କିଛି ରହସ୍ୟ ଲୁଚି ରହିଛି କି ? ଏମିତି ଅନେକ ପ୍ରଶ୍ନ ଆସୁଛି। ତେବେ ଇଡି ରିୟାଙ୍କୁ ସୋମବାର ପୁଣି ଜେରା କରିବ।

ତେବେ ଶୁକ୍ରବାର ଜେରାରୁ ଜଣାପଡ଼ିଛି, ରିୟା ତାଙ୍କର ଇଲେକ୍ଟ୍ରୋନିକ ସାମଗ୍ରୀ ଜମା କରିବା ପାଇଁ ଯାଇଥିଲେ। ହେଲେ ତାଙ୍କର ଏକ ଫୋନ ନମ୍ବର କହି ନ ଥିଲେ। କିନ୍ତୁ ସେ ଏହି ନମ୍ବରକୁ ପୂର୍ବରୁ ବ୍ୟବହାର କରୁଥିଲେ। ଇଡି ଯେତେବେଳେ ଅନ୍ୟ ଫୋନର କଲ ରେକର୍ଡିଂ ଦେଖାଇଲେ ସେତେବେଳେ ସେ ଏକ ଫୋନ ନମ୍ବର ବ୍ୟବହାର କରୁଥିବା ସ୍ୱୀକାର କରିଥିଲେ। ଏହା ପରେ ଇଡି ରିୟାଙ୍କ ହିଡେନ ଡାଟା ଡାଉନଲୋଡ କରିବା ପାଇଁ ଯୋଜନା କରୁଛି।

ଇଡି ହାତରେ ସୁଶାନ୍ତଙ୍କ ଆକାଉଣ୍ଟ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ଜଣାପଡ଼ିଛି। ସୁଶାନ୍ତଙ୍କ ସାଢ଼େ ୪ କୋଟି ଫିକ୍ସ ଜମାରୁ ଅଢ଼େଇ କୋଟି ଟଙ୍କା ସୁଶାନ୍ତଙ୍କ ଦୁଇ ଜଣ ଚାଟାର୍ଡ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଥିବା ଜଣାପଡ଼ିଛି। ତେବେ ଏହି ଟଙ୍କା କାହିଁକି ଓ କେଉଁ ଉଦ୍ଦେଶ୍ୟରେ ପଠାଯାଇଛି ତାକୁ ନେଇ ଖୋଳତାଡ଼ କରାଯାଇଛି।  ଏହାସହ ସୁଶାନ୍ତଙ୍କ CA ସିର୍ଦ୍ଦାଥ ଶ୍ରୀଧର ଏସମ୍ପର୍କରେ ଜାଣିଛନ୍ତି ନା ନାହିଁ ତାକୁ ନେଇ ବି ଏବେ ସନ୍ଦେହ ବଢ଼ିଛି।

ସେପଟେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ଶାଲିନୀଙ୍କ ମୃତ୍ୟୁକୁ ନେଇ ଖୋଳତାଡ଼ ଜାରି ରଖିଛି ମୁମ୍ବାଇ ପୋଲିସ । ଦିଶା ଶେଷ ଥର ପାଇଁ ନିଜ ସାଙ୍ଗ ଅଙ୍କିତାଙ୍କୁ କଲ୍ କରିଥିଲେ ବୋଲି ପୋଲିସ କହିଛି । ମାମଲାରେ ଅଙ୍କିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ଖୁବ୍‌ଶୀଘ୍ର ଆହୁରି ୨୦ରୁ ୨୫ ଜଣଙ୍କର ବୟାନ ରେକର୍ଡ କରାଯିବ ବୋଲି ପୋଲିସ କହିଛି । ଦିଶାଙ୍କ ମୃତଦେହ ନିଃବସ୍ତ୍ର ଅବସ୍ଥାରେ ମିଳିବା ଘଟଣାକୁ ଗୁଜବ ବୋଲି କହିଛି ପୋଲିସ । ଘଟଣା ପରେ ପୋଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା ।ଦିଶାଙ୍କ ବାପା ମାଆ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।

 

 

ଆହୁରି ପଢ଼ନ୍ତୁ

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

ନା ଅଛି ବେଡ୍‌ ନା ତକିଆ…ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

You might also like