‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ନିର୍ମିତ ବିବେକ ଓବରୟ ଅଭିନୀତ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ ରିଲିଜ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଫଳରେ ଆସନ୍ତା ୧୧ ତାରିଖରେ ଏହି ଫିଲ୍ମ ରିଲିଜ ହେବା ସୁନିଶ୍ଚିତ ହୋଇଛି।

ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେସ୍ୟରେ ଏହି ଫିଲ୍ମ ନିର୍ମାଣ ହୋଇଥିବା ଅଭିଯୋଗ କରି ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ କଂଗ୍ରେସ ନେତା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ଏହାର ଶୁଣାଣି କରି କଂଗ୍ରେସ ନେତାଙ୍କ ଆବେଦନକୁ ଖାରଜ କରିବା ସହ ଅନାବଶ୍ୟକ ପ୍ରସଙ୍ଗରେ କୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରାଯାଇଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି।


ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ବରିଷ୍ଠ ବିଜେପି ନେତା ନଳିନୀ କୋହଲି। ଫିଲ୍ମର ମୁଖ୍ୟ ଅଭିନେତା ବିବେକ ଓବ୍‌ରେ ମଧ୍ୟଙ୍କ କୋର୍ଟଙ୍କ ରାୟକୁ ନେଇ ବେଶ୍‌ ଖୁସି। ଏ ନେଇ ସେ ଟ୍ୱିଟ୍‌ କରି ତାଙ୍କ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ

ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ

ମୁମ୍ବାଇରେ ୪ ମହଲା କୋଠା ଭୁଶୁଡ଼ି ୧୨ ମୃତ, ଏବେବି ୪୦ରୁ ଅଧିକ ଲୋକ ଫସିଥିବା ଆଶଙ୍କା

ଶେଷରେ ଭାରତ ପାଇଁ ଆକାଶ ମାର୍ଗ ଖୋଲିଲା ପାକିସ୍ତାନ

ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ଆରମ୍ଭ

କଂଗ୍ରେସର ସସ୍‌ପେଣ୍ଡ ବିଧାୟକ ରୋଶନ ବିମାନବନ୍ଦରରେ ଅଟକ

ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀଙ୍କ ତାଲିକା ମାଗିଲେ ମୋଦି

ମୁମ୍ବାଇରେ ଭୁଶୁଡ଼ିଲା ୪ ମହଲା କୋଠା, ଭଗ୍ନାବଶେଷ ତଳେ ୪୦ରୁ ୫୦ ଜଣ ଫସିଥିବା ଆଶଙ୍କା

ରାସ୍ତାରେ ଜଳିଗଲା ଯାତ୍ରୀବାହୀ ବସ୍

ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି

ବନ୍ୟାରେ ଉବୁଟୁବୁ ଆସାମ, ୧୧ ମୃତ

ଆସାମରେ ବନ୍ୟା ଯୋଗୁ ୧୫ ଲକ୍ଷ ଲୋକ ପ୍ରଭାବିତ

କର୍ଣ୍ଣାଟକ ରାଜନୀତି: ଗୁରୁବାର ହେବ ଆସ୍ଥା ଭୋଟ

You might also like