ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଖାରଜ କଲେ ସୁପ୍ରିମ୍ କୋର୍ଟ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟରେ କରାଯାଇଥିବା ଯାଚିକାକୁ ଖାରଜ କରିଦିଆଯାଇଛି। ଅର୍ଥାତ୍ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରିବ ନାହିଁ। ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ କହିଛନ୍ତି, ଏବେ ଏହି ମାମଲାର ତଦନ୍ତ ମୁମ୍ବାଇ ପୋଲିସକୁ କରିବାକୁ ଦିଆଯାଉ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ମୁମ୍ବାଇ ପୁଲିସ ଠାରୁ ସିବିଆଇକୁ ଟ୍ରାନ୍ସଫର କରିବା ପାଇଁ ଅଲକା ପ୍ରିୟା ସୁପ୍ରିମ୍ କୋର୍ଟରେ ଅପିଲ୍ କରିଥିଲେ। ତେବେ ତାଙ୍କ ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମ୍ କୋର୍ଟ। ମୁଖ୍ୟ ବିଚାରପତି ଏସଏ ବୋବଡେ, ଜଷ୍ଟିସ୍ ଏଏସ୍ ବୋପତ୍ରା ଓ ବି. ରାମାସୁବ୍ରମଣ୍ୟମଙ୍କୁ ନେଇ ଗଠିତ ତିନିଜଣିଆ ବେଞ୍ଚ୍ ପକ୍ଷରୁ କୁହାଯାଇଛି, ମୁମ୍ବାଇ ପୋଲିସକୁ ତା’ କାମ କରିବାକୁ ଦିଆଯାଉ। ଯଦି ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଯଦି କିଛି ଠୋସ୍ ପ୍ରମାଣ ଅଛି, ତାହେଲେ ଏଥିପାଇଁ ବମ୍ବେ କୋର୍ଟଙ୍କ ଦ୍ୱାରସ୍ଥ ହେବା ଦରକାର।

ସୂଚନାଯୋଗ୍ୟ, ଜୁନ୍ ୧୪ ତାରିଖରେ ସୁଶାନ୍ତ ମୁମ୍ବାଇସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ। ଏହା ପରଠାରୁ ମୁମ୍ବାଇ ପୋଲିସ୍ ଏହାର ତଦନ୍ତ କରୁଛି। ଏହି ମାମଲାରେ ମୁମ୍ବାଇ ପୋଲିସ୍ ବଲିଉଡ୍ ନିର୍ଦ୍ଦେଶକ ମହେଶ ଭଟ୍ଟ, ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ୍ ଜୋହରଙ୍କ ସିଇଓଙ୍କ ସମେତ ଅନେକ ନାମୀ ହସ୍ତୀଙ୍କ ବୟାନ ରେକର୍ଡ କରିଛି। ଆଗାମୀ ଦିନରେ ଆଉ କିଛି ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କୁ ମଧ୍ୟ ପଚରାଉଚୁରା କରାଯାଇପାରେ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ନେଇ ସାରା ଦେଶରେ ଦାବି ଉଠିଛି। ଏହାବ୍ୟତୀତ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ମାମଲାକୁ ସିବିଆଇକୁ ହସ୍ତାନ୍ତର ନେଇ ଦାବି କରିଛନ୍ତି। ଏପରିକି ସୁଶାନ୍ତଙ୍କ ପିତା କେକେ ସିଂ ପାଟଣା ପୋଲିସରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର୍ ଦାଖଲ କରିଛନ୍ତି। ଏହା ବିରୋଧରେ ରିଆ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋଣଙ୍କ ନାଁ!

ସୁଶାନ୍ତ ସିଂ ମୃତ୍ୟୁ ଘଟଣା: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ସାରା ଓ ଶ୍ରଦ୍ଧାଙ୍କୁ ହୋଇପାରେ ସମନ୍‌

You might also like