ଅଡ଼ୁଆରେ ସୁପରଷ୍ଟାର ରଜନୀକାନ୍ତ, ଗିରଫ ଦାବି କଲେ ଲୋକେ

ନୂଆଦିଲ୍ଲୀ: Man Vs Wild ଶୋ‘ରେ ଶୁଟିଂକୁ ନେଇ ଏବେ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। କିଛିଦିନ ତଳେ ଶୁଣିବାକୁ ମିଳିଥିଲା, ବେୟର ଗ୍ରିଲ୍ସଙ୍କ ସହ ଶୁଟିଂ ସମୟରେ ରଜନୀକାନ୍ତ ଆହତ ହୋଇଥିଲେ। ହେଲେ ପରେ ଏହି ଘଟଣାକୁ ନେଇ ଗ୍ରିଲ୍ସ ସଫେଇ ଦେଇଥିଲେ। ଏହାପରେ ମଧ୍ୟ ରଜନୀକାନ୍ତଙ୍କୁ ନେଇ ଚର୍ଚ୍ଚା ଥମି ନ ଥିଲା। ଏହି ଶୋ’ରେ ସୁଟିଂକୁ ନେଇ ଏବେ ସେ ଫସି ଯାଇଥିବା ଜଣାପଡ଼ିଛି।

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ରଜନୀକାନ୍ତ, ଗ୍ରିଲ୍ସଙ୍କ ସହ Man Vs Wildର ଶୁଟିଂ କର୍ଣ୍ଣାଟକର ବାନ୍ଦିପୁର ଟାଇଗର୍‌ ରିଜର୍ଭ ପାର୍କରେ କରୁଛନ୍ତି। ତେବେ ଶୋ’ର ଶୁଟିଂକୁ ନେଇ କିଛି କାର୍ଯ୍ୟକର୍ତ୍ତା ଚିନ୍ତା ପ୍ରକଟ କରିଛନ୍ତି। ସେମାନେ ଆଶଙ୍କା କରିଛନ୍ତି,  ଶୁଟିଂ ପାଇଁ ଯେଉଁ ଦଳ ଟାଇଗର୍‌ ରିଜର୍ଭ ପାର୍କରେ ଉପସ୍ଥିତ ରହିଛନ୍ତି ସେମାନଙ୍କ ଦ୍ୱାରା ଏଠାରେ ଥିବା ପଶୁମାନଙ୍କୁ କ୍ଷତି ପହଞ୍ଚିପାରେ। ତା ଛଡ଼ା, ପାଗ ଶୁଖିଲା ଥିବାରୁ ଜଙ୍ଗଲରେ ନିଆଁ ଲାଗିଯିବାର ଆଶଙ୍କା ମଧ୍ୟ କରାଯାଉଛି। ଯଦି ସେପରି ହୁଏ ତେବେ ଏହି ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିବ।

ଏହି ଘଟଣାକୁ ନେଇ ଜଣେ କାର୍ଯ୍ୟକତ୍ତା କହିଛନ୍ତି, Man Vs Wildର ଶୁଟିଂ ମୌସୁମୀ ସମୟରେ ମଧ୍ୟ ହୋଇପାରିବ। ଅନ୍ୟପକ୍ଷରେ କେତେକ ପ୍ରକୃତିପ୍ରେମୀ ଏହି ଘଟଣାକୁ ନେଇ ରଜନୀକାନ୍ତଙ୍କ ଗିରଫ ଦାବି କରିଛନ୍ତି।

ସୂଚନାଥାଉ କି, ଏହି ଶୋର ସୁଟିଂ ପାଇଁ ସହଯୋଗ କରିଥିବାରୁ ସୁପରଷ୍ଟାର ରଜନୀକାନ୍ତଙ୍କ ଏକ ଟ୍ୱିଟ୍‌ କରି Bear Gryllsଙ୍କୁ ଧନ୍ୟବାଦ ଦେଇଥିଲେ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ରଜନୀକାନ୍ତଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Man Vs Wild ଶୋ’ରେ ଭାଗ ନେଇଥିଲେ। ଗତବର୍ଷ ଅଗଷ୍ଟ ୧୨ରେ ପ୍ରସାରିତ ହୋଇଥିଲା।

You might also like