୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ସୁପର-୩୦
ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ସୁପର-୩୦। ହ୍ରିତିକ୍ ରୋଶନ ଏବଂ ମୃଣାଲ ଠାକୁରଙ୍କ ଏହି ଫିଲ୍ମ ସିନେମା ହଲ୍ରେ କ୍ରମାଗତ ଭାବ ବେଶ ଭଲ ବିଜିନେସ୍ କରୁଛି।
ସିନେ କ୍ରିଟିକ୍ ତରୁଣ ଆଦର୍ଶଙ୍କ ତଥ୍ୟ ଅନୁସାରେ, ସୁପର-୩୦ ପ୍ରଥମ ଦିନ ଶୁକ୍ରବାର ୧୨ କୋଟି, ଦ୍ୱିତୀୟ ଦିନରେ ୧୮ କୋଟି ଓ ତୃତୀୟ ଦିନରେ ୨୦.୫୦ କୋଟି ଟଙ୍କା ଆୟ କରିଥିଲା । ଏଯାବତ୍ ଏହି ଫିଲ୍ମ ୯୯ କୋଟି ଟଙ୍କା ଆୟ କରିସାରିଲାଣି। ଖୁୁବ୍ ଶୀଘ୍ର ଶହେ କୋଟି କ୍ଲବରେ ସାମିଲ ହେବ ସୁପର-୩୦।
ସିନେମାର କାହାଣୀ ବିହାରର ଜଣେ ମହାନ୍ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ । ହ୍ରିିିତିକ୍ ରୋଶନଙ୍କ ବିପକ୍ଷରେ ନାୟିକା ମୃଣାଲ ଠାକୁରଙ୍କୁ ଦେଖିବାକୁ ମିଳିଛି। ବୀରେନ୍ଦ୍ର ସକ୍ସେନା ଏବଂ ପଙ୍କଜ ତ୍ରିପାଠୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି । ବିକାଶ ବହଲ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଅଭିନୟକୁ ବି ଉଭୟ ଦର୍ଶକ ଏବଂ ସମୀକ୍ଷକମାନେ ଖୁବ୍ ପସନ୍ଦ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଫିଲ୍ମ ସୁପର-୩୦ରେ ହ୍ରିତିକ୍ ତାଙ୍କର ବେଷ୍ଟ ପରଫର୍ମାନ୍ସ ଦେଇଛନ୍ତି।