୩୩ ବର୍ଷ ତଳେ ଲୁଚିଲୁଚି ବାହା ହୋଇଥିଲେ ସନ୍ନି ଦେଓଲ

ମୁମ୍ୱାଇ : ବଲିଉଡ଼ରେ ଲମ୍ୱା ଇନିଂସ ଖେଳିବା ପରେ ୬୨ ବର୍ଷରେ ଭାଗ୍ୟ ପରୀକ୍ଷା କରିବାକୁ ରାଜନୀତିକୁ ଡେଇଁଛନ୍ତି ବ଼ଲିଉଡ଼ର ଘାୟଲ ଷ୍ଟାର ସନ୍ନି ଦେଓଲ। ନିଜ ଫିଲ୍ମ କ୍ୟାରିଅରରେ ବହୁ ହିଟ୍ ଦେଇଥିବା ସନ୍ନିଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ କେବେ ଲାଇମଲାଇଟ୍‌କୁ ଆସିପାରିନି। ମିଡ଼ିଆରେ ସନ୍ନି ଓ ଡିମ୍ପଲ କାପାଡିଆଙ୍କ ଲଭ୍‌ ଲାଇଫ୍‌କୁ ନେଇ ବେଳେବେଳେ ଗସିପ୍‌ ଜୋର ଧରେ। କିନ୍ତୁ ତାଙ୍କ ମ୍ୟାରେଜ, ସ୍ତ୍ରୀ, ପିଲାଙ୍କ ବିଷୟରେ ବହୁ କମ୍‌ ଆଲୋଚନା ହୁଏ ।

ସନ୍ନି ‘ବେତାବ’ ଫିଲ୍ମ ଜରିଆରେ ୧୯୮୩ ମସିହାରେ ବଲିଉଡରେ ଡେବ୍ୟୁ କରିଥିଲେ। ସେଥିରେ ତାଙ୍କ ସହ ସ୍କ୍ରିନ୍‌ ଶେଆର କରିଥିଲେ ଅମ୍ରିତା ସିଂ। ଏଥିରେ ସନ୍ନିଙ୍କୁ ରୋମାଣ୍ଟିକ ଭୂମିକାରେ ଦେଖିବାକୁ ମିଳିଥିଲା। ଏହା ସୁପରହିଟ୍‌ ମଧ୍ୟ ହୋଇଥିଲା।  ୩୩ ବର୍ଷ ତଳେ  ଅର୍ଥାତ ୧୯୮୪ ମସିହାରେ ସନ୍ନିଙ୍କ ବିବାହ ସମ୍ପନ୍ନ ହୋଇଯାଇଥିଲା। କାଳେ ପୁଅର ରୋମାଣ୍ଟିକ ଇମେଜ ଖରାପ ହୋଇଯିବ ଓ ଷ୍ଟାରଡମ ଉପରେ ପ୍ରଭାବ ପଡ଼ିବ ଏହାକୁ ଆଖି ଆଗରେ ରଖି ପରିବାର ପକ୍ଷରୁ ସନ୍ନିଙ୍କ ବିବାହକୁ ସମ୍ପୂର୍ଣ୍ଣ ଗୋପନ ରଖାଯାଇଥିଲା।

ଲଣ୍ଡନରେ ରହୁଥିବା ପୂଜା ଦେଓଲଙ୍କୁ ସନ୍ନି ବିବାହ କରିଥିଲେ। ପୂଜାଙ୍କ ସେପରି କିଛି ଫଟୋ ସୋଶାଲ ମିଡ଼ିଆରେ ମହଜୁଦ ନାହିଁ। ସେ ସମୟରେ ଉଭୟଙ୍କ ବିବାହ ସମ୍ପର୍କିତ ଏକ ଫଟୋ ୟୁକେର ଏକ ମାଗାଜିନର କଭର ପେଜରେ ପ୍ରକାଶ ପାଇଥିଲା।  ସନ୍ନି ଓ ପୂଜାଙ୍କ ୨ ପୁଅ କରନ ଓ ରାଜବୀର ଅଛନ୍ତି। ସନ୍ନିଙ୍କ ବଡ଼ ପୁଅ ବଲିଉଡ଼ରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଉଭୟ ଇନଷ୍ଟାଗ୍ରାମରେ ଖୁବ୍‌ ଆକ୍ଟିଭ ରହୁଥିବା ବେଳେ ମଦର୍ସ ଡେରେ କରନ ଭାଇ ଓ ମା’ଙ୍କ ସହ ଏକ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ନିଜ ମା’ଙ୍କୁ ‘ମଦର୍ସ ଡେ’ର ଅଭିନନ୍ଦନ ଜଣାଇବା ସହ ତାଙ୍କ ଜୀବନରେ ମା’ଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଇମୋଶନାଲ ପୋଷ୍ଟ କରିଛନ୍ତି।

ସନ୍ନିଙ୍କ ବିବାହକୁ ନେଇ ଆଲୋଚନା ହୁଏ ଯେ, ସେ ସମୟରେ ବିଜନେସ ଏଗ୍ରିମେଣ୍ଟ ପରି ଏହାକୁ ଖୁବ୍‌ ଲୁଚାଇ ରଖାଯାଇଥିଲା। ଷ୍ଟାରଡ଼ମ୍‌ର ସ୍ୱାଦ ଚାଖି ସାରିଥିବା ବଲିଉଡ଼ର ହିମ୍ୟାନ ଧର୍ମେନ୍ଦ୍ର ଚାହୁଁ ନ ଥିଲେ ବଲିଉଡ଼ରେ ଏଣ୍ଟ୍ରି କରୁ କରୁ ପୁଅର ବିବାହ ଖବର ପ୍ରଚାରିତ ହେଉ। ଏହା ତାଙ୍କ ଫିଲ୍ମି କ୍ୟାରିଅରକୁ ପ୍ରଭାବିତ କରିଥାନ୍ତା ବୋଲି ତାଙ୍କର ଧାରଣା ଥିଲା।

ଏହି କାରଣରୁ ବିବାହ ପରେ ମଧ୍ୟ ପୂଜା ବହୁ ଦିନ ପର୍ଯ୍ୟନ୍ତ ଭାରତ ନ ଆସି ଲଣ୍ଡନରେ ରହିଥିଲେ।  ସନ୍ନି ତାଙ୍କୁ ଦେଖା କରିବାକୁ ବରାବର ସେଠାକୁ ଯାଉଥିଲେ। ଯେତେବେଳେ ମିଡ଼ିଆରେ ଏହି ଖବର ଜୋର ଧରିଲା, ସେତେବେଳେ ସେ ଏହାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଥିଲେ।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

You might also like