ରିଲିଜ ହେଲା ସୋନୁ ସୁଦଙ୍କ ଲାଟେଷ୍ଟ ସଙ୍ଗ୍ ’ପାଗଲ ନେହିଁ ହୋନା’, ଭାଇରାଲ୍ ହେଉଛି ଭିଡ଼ିଓ

ମୁମ୍ବାଇ: ଦେଶର କୋଣ ଅନୁକୋଣରେ ଏକ ପରିଚିତ ନାମ ସୋନୁ ସୁଦ୍‌ । ଗତ କିଛି ଦିନ ହେବ ଅସହାୟ ଏବଂ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସୋନୁ ସୁଦ୍‌ ସହାୟତାର ହାତ ବଢାଇ ସମସ୍ତଙ୍କ ହୃଦୟରେ ନିଜ ସ୍ଥାନ ସୁରକ୍ଷିତ ରଖି ପାରିଛନ୍ତି। ରିଲ୍‌ରେ ଭିଲିଆନ ରୋଲରେ ଦେଖିବାକୁ ମିଳୁଥିବା ସୋନୁଙ୍କୁ ଏବେ ରିୟଲ ହିରୋ ଭୂମିକାରେ ଦେଖୁଛନ୍ତି ଲୋକେ। ଗତ କିଛି ଦିନ ହେବ ସୋନୁଙ୍କ ଫ୍ୟାନ ବଢି ଯାଇଛନ୍ତି।

ଯାହା ବି ହେଉ, ବ୍ୟକ୍ତିଗତ ଜୀବନରେ ଲୋକଙ୍କୁ ସାହାଯ୍ୟ କରୁଥିବା ସୋନୁ ରିଲ ଲାଇଫ୍‌ରେ ବି ବେଶ ସକ୍ରିୟ। ଇତି ମଧ୍ୟରେ ସୋନୁ ତାଙ୍କୁ ମ୍ୟୁଜିକ ଭିଡିଓ ଡେବ୍ୟୁ କରିଛନ୍ତି। ଏଥିରେ ଗାୟିକା-ଅଭିନେତା ସୁନନ୍ଦା ଶର୍ମାଙ୍କ ସହ ସୋନୁଙ୍କୁ ଦେଖିବାକୁ ମିଳିଛି।

ସେ ‘ ପାଗଳ ନହିଁ ହୋନା..’ ମ୍ୟୁଜିକ୍‌ର ଡେବ୍ୟୁ କରିଛନ୍ତି। ଏହା ଏକ ସ୍ୟାଡ୍‌ ସଙ୍ଗ ଯେଉଁଥିରେ ସେ ସୁନନ୍ଦା ଶର୍ମାଙ୍କ ସହ ନଜରକୁ ଆସିଛନ୍ତି। ତାଙ୍କର ଏହି ଗୀତକୁ ଦେଖିବା ପରେ ଫ୍ୟାନ୍ସମାନେ ଭାବପ୍ରବଣ ହୋଇ ଉଠିଛନ୍ତି। ଗୀତଟିକୁ ନିଜେ ସୁନନ୍ଦା ଶର୍ମା ଗାଇଛନ୍ତି। ଏହାର ଲିରିକ୍ସ ଜାନୀ  ଲେଖିଛନ୍ତି ଏବଂ ମ୍ୟୁଜିକ ଦେଇଛନ୍ତି Avvy Sara। ରିଲିଜ ହେବା ପରେ ବେଶ ଭାଇରାଲ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୁନନ୍ଦାଙ୍କର ଏହା ପ୍ରଥମ ସ୍ୟାଡ ସଙ୍ଗ। ଅନ୍ୟ ଭିଡ଼ିଓ ସଙ୍ଗ ଠାରୁ ଏହି ଗୀତଟି ଟିକିଏ ଭିନ୍ନ। ସୂଚନାଯୋଗ୍ୟ ସୁନନ୍ଦାଙ୍କ ଗୀତ ସୋସିଆଲ ମିଡ଼ିଆରେ ବେଶ ଲୋକପ୍ରିୟ। ନବାବଜାଦେ ଓ ଲୁକାଛୁପି ପରି ସିନେମାରେ ସେ କାମ କରିସାରିଛନ୍ତି । ଅନ୍ୟପଟେ ସୋନୁ ସୁଦଙ୍କ ହାତରେ ବି ଏବେ କିଛି ଭଲ ଅଫର୍ ଅଛି । ଅକ୍ଷୟ କୁମାରଙ୍କ ସିନେମାପୃଥ୍ୱୀରାଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ସୋନୁ ସୁଦ ।

You might also like