ଅାଜି ରିଲିଜ୍ ହୋଇଛି ହିନ୍ଦୀ ଫିଲ୍ମ ‘ସୁଇ ଧାଗା’

ପ୍ରଥମ ଥର ପାଇଁ ଏକାଠି ବରୁଣ-ଅନୁଷ୍କା

ଅାଜି ରିଲିଜ୍ ହୋଇଛି ହିନ୍ଦୀ ଫିଲ୍ମ ‘ସୁଇ ଧାଗା’ । ପ୍ରଥମ ଥର ପାଇଁ ଅନ୍ ସ୍କ୍ରିନ ସେୟାର କରିଛନ୍ତି ବରୁଣ ଧୱନ ଏବଂ ଅନୁଷ୍କା ଶର୍ମା । ଦରଜୀ ଭୂମିକାରେ ନଜର ଅାସିଥିବା ବରୁଣ ଏକ ଭିନ୍ନ ସ୍ୱାଦର ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ସ୍ୱାମୀ, ସ୍ତ୍ରୀଙ୍କ ସଂଘର୍ଷ କାହାଣୀକୁ ଅତି ନିଖୁଣ ଭାବେ ସିଲଭର୍ ସ୍କିନ୍‌ରେ ଦର୍ଶାଯାଇଛି।

ବଲିଉଡ କମେଡି-ଡ୍ରାମା ଫିଲ୍ମ ସୁଇ-ଧାଗା ୟଶରାଜ ବ୍ୟାନରରେ ନିର୍ମିତ ତଥା ଶରତ କଟରିୟା ନିର୍ଦ୍ଦେଶିତ ଓ ମନିଶ ଶର୍ମା ପ୍ରଯୋଜିତ ଏହି ମୁଭିର ଲିଡ୍‌ରେ ଅଛନ୍ତି ବରୁଣ ଧାଓ୍ୱନ ଓ ଅନୁଷ୍କା ଶର୍ମା । ସରକାରଙ୍କ ମେକ୍ ଇନ୍ ଇଣ୍ଡିଅା କ୍ୟାମ୍ପେନରେ ପ୍ରଭାବିତ ହୋଇ ତିଅାରି କରାଯାଇଛି ଫିଲ୍ମ ।

ଫିଲ୍ମରେ ଶିଳ୍ପୀ ଓ କାରିଗରଙ୍କ ଜୀବନ ଓ ସଂଘର୍ଷ କାହାଣୀ ରହିଛି । କଳା ଅାଉ ଶିଳ୍ପ କେବେବି ମରିପାରେନା, ତାହାକୁ ଅତି ନିଖୁଣ ଭାବେ ପରଦାରେ ଉତାରିଛନ୍ତି ନିର୍ଦ୍ଦେଶକ ।

ଏଥିରେ ସ୍ମଲ୍‌ ସ୍କେଲ ହ୍ୟାଣ୍ଡଲୁମ୍ ଇଣ୍ଡଷ୍ଟ୍ରି କରି କିଭଳି ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇହେବ ତାକୁ ଖୁବ୍ ନିଖୁଣ ଭାବେ ପ୍ରେଜେଣ୍ଟ କରିଛନ୍ତି ଡିରେକ୍ଟର । ବରୁଣ, ସୁଇ ଧାଗା ଫିଲ୍ମରେ ମୌଜି ଚରିତ୍ରରେ ଅଭିନୟ କରୁଥିବା ବେଳେ ବରୁଣଙ୍କ ପତ୍ନୀ ମମତା ଚରିତ୍ରରେ ତାଙ୍କୁ ପ୍ରେରଣା ଦେଇଛନ୍ତି ଅନୁଷ୍କା ।

ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ରଘୁବୀର ୟାଦବ, ଗୋବିନ୍ଦ ପାଣ୍ଡେ ପ୍ରମୁଖ । ଏକ ରିୟଲିଷ୍ଟିକ୍ ଫିଲ୍ମ ହିସାବରେ ‘ସୁଇ ଧାଗା’ର ଟ୍ରେଲରକୁ ଦର୍ଶକ ପସନ୍ଦ କରିଥିବା ବେଳେ  ଫିଲ୍ମଟି ଭଲ ବିଜନେସ୍ କରିବ ବୋଲି ଅାଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା ।

You might also like