ମୁମ୍ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି, ଯେଉଁମାନେ ତାଙ୍କ ଉପରେ ପ୍ରେମ ବର୍ଷା କରନ୍ତି। ପ୍ରତିଦିନ ସୁହାନା ତାଙ୍କର କିଛି ନା କିଛି ଫଟୋ ସେୟାର କରନ୍ତି।

ସୋସିଆଲ୍ ମିଡିଆରେ ଅପେକ୍ଷା କରିଥିବା ତାଙ୍କ ପ୍ରଶଂସକମାନେ ଏହି ସବୁ ଫଟୋ ଦେଖି ତାଙ୍କୁ ଭଲ ପାଇବା ଅଜାଡି ଦିଅନ୍ତି। ସୁହାନା କେବଳ ତାଙ୍କ ସୋନ୍ଦର୍ଯ୍ୟ ପାଇଁ ପ୍ରଶସଂକମାନଙ୍କୁ ପାଗଳ କରନ୍ତି ତାହା ନୁହେଁ ସେ ତାଙ୍କ ଫିଟନେସ୍‌କୁ ନେଇ ମଧ୍ୟ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ପ୍ରାୟତଃ ଏକ ବଡିକନ୍ ଡ୍ରେସ୍‌ରେ ନିଜ ଟୋଣ୍ଡ୍ ବଡିକୁ ସୋ କରିବା ନଜର ଆସନ୍ତି।

ଏଭଳି ପରିସ୍ଥିତିରେ ସୁହାନା ଖାନ ତାଙ୍କ ଫିଟ୍‌ନେସ୍‌ର ରହସ୍ୟ ମଧ୍ୟ ପ୍ରକାଶ କରିଛନ୍ତି। ନିକଟରେ ସେ ତାଙ୍କ ଇନଷ୍ଟାଷ୍ଟୋରୀରେ ଏକ ମିରର୍ ସେଲଫି ସେୟାର କରିଥିଲେ, ଯେଉଁଥିରେ ତାଙ୍କୁ ଜିମରେ ଥିବା ଦେଖାଯାଏ। ତେବେ ଫିଟ୍ ରହିବାକୁ ସୁହାନା ଜିମ୍‌ରେ ବହୁତ ଝାଳ ବୁହାନ୍ତି, ଯାହାର ପ୍ରମାଣ ହେଉଛି ତାଙ୍କର ଏହି ସର୍ବଶେଷ ସେଲ୍‌ଫି। ଷ୍ଟାର୍‌କିଡ୍‌ଙ୍କ ଏହି ଫଟୋଗୁଡ଼ିକ କ୍ଷୀପ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କ ପ୍ରଶଂସକମାନେ ମଧ୍ୟ ଜମେଇକି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ତାଙ୍କର ଫିଟ୍‌ନେସ୍ ଦେଖିବା ପରେ ୟୁଜରମାନେ ତାଙ୍କୁ ପ୍ରଶଂସା ନ କରି ରହିପାରୁ ନ ଥିବା ଦେଖାଯାଏ।

ସୁହାନା ଖାନଙ୍କ ଅନେକ ପ୍ରଶଂସକ ତାଙ୍କର ପୃଷ୍ଠାରୁ ଏହି ଫଟୋଗୁଡିକୁ ସେୟାର କରିଛନ୍ତି। ଖାଲି ସେତିକି ନୁହେଁ, ଉପଭୋକ୍ତାମାନେ ଲାଇକ୍ ଓ କମେଣ୍ଟ ମାଧ୍ୟମରେ ତାଙ୍କ ଫଟୋ ଉପରେ ଅନେକ ପ୍ରେମ ଅଜାଡି ଦେଉଛନ୍ତି। ଯଦିଓ, ସୁହାନା ଅନେକ ସମୟରେ ତାଙ୍କର ଅନେକ ଫଟୋ ସେୟାର କରନ୍ତି, କିନ୍ତୁ ଏହା ହେଉଛି ପ୍ରଥମ ଥର, ଯାହା ସେ ଜିମ୍‌ରୁ ନିଜର ଫଟୋ ସେୟାର କରିଛନ୍ତି।

 

Source : Indian-Express

ତେବେ ଆଜିକାଲି ଷ୍ଟାର୍‌କିଡ୍ ସୁହାନା ତାଙ୍କ ଶିକ୍ଷା ପାଇଁ ନ୍ୟୁୟର୍କରେ ଅଛନ୍ତି। ନିକଟରେ ପିତୃ ଦିବସ ଅବସରରେ ସୁହାନା ପାପା ଶାହାରୁଖ ଖାନଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଥିଲେ, ଯାହା ତାଙ୍କ ପିଲାଦିନର ଥିଲା। ଏହି ଫଟୋ ଉପରେ ତାଙ୍କୁ ଅନେକ କମେଣ୍ଟ୍ ଲାଇକ୍ ମଧ୍ୟ ମିଳିଥିଲା।

Other Stories