ୟୁଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ପ୍ରଥମ ଗୀତ

କରନ୍ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ଫାଷ୍ଟ ଗୀତ ‘ଜବାନି’ ରିଲିଜ ହୋଇଯାଇଛି। ୭୦ ଦଶକରେ ଆସିଥିବା  କିଶୋର କୁମାର ଓ ଆର . ଡି ବର୍ମନଙ୍କ ଲୋକପ୍ରିୟ ଗୀତ ‘ଜବାନି’ କୁ ରିକ୍ରିଏଟ କରାଯାଇ ଦର୍ଶକଙ୍କ ସମ୍ମୁଖରେ ନୂଆ ଭାବେ ଉପସ୍ଥାପନ କରାଯାଇଛି। ଗୀତଟି ଏବଏ ୟ୍ୟୁଟ୍ୟୁବ୍‌ର ଟପ୍‌ ଟ୍ରେଣ୍ଡରେ ରହିଛି। ବର୍ତ୍ତମାନ ସୁଧା ଗୀତଟିକୁ ୨ କୋଟିରୁ ଅଧିକ ଥର ଦେଖାସରିଲାଣି।

୧୯୭୨ ମସିହାରେ ଆସିଥିବା ଫିଲ୍ମ ‘ ଜବାନୀ, ଦିବାନୀ’ ଫିଲ୍ମରେ ରଣଧିର କପୁର ଓ ଜୟା ବଚ୍ଚନଙ୍କ ଉପରେ ଏହି ଗୀତ ପିକଚରାଇଜେସନ ହୋଇଥିଲା। ଏବେ ଏହି ଗୀତର ନୂଆ ଭର୍ସନରେ ଟାଇଗର ସ୍ରଫ,  ତାରା ସୁତାରିଆ ଓ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି। ଏହି ୩ କଳାକାର ସ୍କ୍ରିନ୍‌ରେ ଖୁବ୍‌ ଭଲ ପରର୍ଫମ୍‌ କରିଥିବା ଦେଖିବାକୁ ମିଳୁଛି। ଗୀତଟି ରିଲିଜ ହେବାର ଖୁବ କମ୍‌ ସମୟରେ ଭାଇରାଲ ହେବାରେ ଲାଗିଛି।

‘ଜବାନୀ’ ଗୀତ ରିଲିଜ ପୂର୍ବରୁ କରନ ଜୋହର ନିଜ ଟ୍ୱିଟର ଆକାଉଣ୍ଟରେ ଏହାର ଏକ କ୍ଲିପ ଶେଆର କରିଥିଲେ। ଏଥିରେ ସେ ଲେଖିଥିଲେ ଯେ, ‘ ଗିଲି ଗିଲି ଅକ୍କା ଅକ୍କା ’ ଗୀତ ନୂଆ ଷ୍ଟୁଣ୍ଡେଣ୍ଟଙ୍କ ସହ ପୁଣି ଥରେ ଫେରୁଛି। ଫିଲ୍ମର ହିରୋଇନ ତାରା ସୁତରିଆ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ ଏହାର ଏକ ଫଟୋ ପୋଷ୍ଟ କରି ଲେଖିଲେ କି, ଯେବେ ଆପଣ ନିଜ ଫେଭରାଇଟ୍‌ ଗୀତ ଶୁଣୁଛନ୍ତି, ଆପଣ ନିଜ ଭିତରେ ଏହାର ଡ୍ୟାନ୍ସକୁ ଅନୁଭବ କରିପାରିବେ। ଫିଲ୍ମର ଅନ୍ୟତମ ହିରୋଇନ ଅନନ୍ୟା ପାଣ୍ଡେ ଲେଖିଲେ ଯେ, ଏହି ଗୀତକୁ ଦେଖିବା ଦ୍ୱାରା ସ୍କୁଲର ପୁରୁଣା ଗୀତ ମନେ ପଡିଯିବ।  ଆଉ ଝୁମିବାକୁ ଇଚ୍ଛା ହେବ। ଏହି ଫିଲ୍ମ ଜରିଆରେ ତାରା ଓ ଅନନ୍ୟା ବଲିଉଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଧର୍ମା ପ୍ରଡକସନ୍‌ ବ୍ୟାନରରେ ନିର୍ମିତ ହେଉଥିବା ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ କୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁ ଏକ୍ସାଇଟମେଣ୍ଟ ରହିଛି। କିଛି ଦିନ ପୂର୍ବେ ଏହାର ଟ୍ରେଲର ରିଲିଜ ହୋଇଥିଲା। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଟାଇଗର ସ୍ରଫ୍‌ ଜଣେ ସାଧାରଣ ଯୁବକ  ଭାବେ ରଫ୍‌  ଆଣ୍ଡ ଟଫ୍‌ ଭୂମିକାରେ ନଜର  ଆସିବେ। ମେ ୧୦ ତାରିଖରେ ଏହି ଫିଲ୍ମ ରିଲିଜ ହେବ।  ୨୦୧୨ ମସିହାରେ ଆସିଥିବା ସୁପରହିଟ୍‌  ଫିଲ୍ମ  ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ର ଏହା ସିକ୍ୟୁଏଲ ଅଟେ। ପ୍ରଥମ ଫିଲ୍ମରେ ବରୁନ ଧୱନ, ଆଲିଆ ଭଟ୍ଟ ଓ ସିଦ୍ଧାର୍ଥ ମଲହୋତ୍ରା ବଲିଉଡ଼ରେ ଡେବ୍ୟୁ କରିଥିଲେ।

ଆହୁରି ପଢ଼ନ୍ତୁ

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

You might also like