ରିଲିଜ ହେଲା ‘ଷ୍ଟୁଡେଣ୍ଟ ଅଫ ଦି ଇୟର-୨’
ମୁମ୍ୱାଇ : କଲେଜ ଜୀବନର ମଜାମସ୍ତି, ହାଲକାଫୁଲକା ଲାଇଫ ଓ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ କରନ ଜୋହରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୨’ ଶୁକ୍ରବାର ରିଲିଜ୍ ହୋଇଛି। ହେଲେ ସୋଶାଲ୍ ମିଡ଼ିଆରେ ଏହାକୁ ଦର୍ଶକଙ୍କ ଆଶା ମୁତାବକ ରେସପନ୍ସ ମିଳି ନାହିଁ। କିଛି ଦର୍ଶକ ଏହାକୁ ଠିକ୍ଠାକ୍ କହୁଥିବା ବେଳେ ଆଉ କିଛି ଏହା ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ର ପୁରା କପି ବୋଲି କହିଛନ୍ତି।
ଏଥିରେ ଟାଇଗର ସ୍ରଫ୍ ଲିଡ୍ ରୋଲ ପ୍ଲେ କରୁଥିବା ବେଳେ ତାଙ୍କ ବିପକ୍ଷରେ ୨ ନବାଗତା ତାରା ସୁତରିଆ ଓ ଅନନ୍ୟା ପାଣ୍ଡେ ବଲିଉଡ଼ରେ ଡେବ୍ୟୁ କରୁଛନ୍ତି। ଫିଲ୍ମର ସିନେମାଟୋଗ୍ରାଫି ଓ ପଞ୍ଚ୍ଲାଇନ୍ କିଛି ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମର କାହାଣୀ, କମେଡି ଆଦି ଖାସ୍ ଆକୃଷ୍ଟ କରି ପାରିନି। ତେଣୁ ନିଜ ରିସ୍କରେ ଫିଲ୍ମ ହଲ୍ ଯିବାକୁ ମିଳିଛି କମେଣ୍ଟ।
#SOTY2 is a trash mindless action ,sorry (so called youth oriented college flick) .@iTIGERSHROFF should enroll himself in acrobatic instead of films,#TaraSutaria stands out while #AnanyaPanday is cute , story is trash (old routine drama) with good cinematography.
⭐⭐/5 (2/5) .— Rahul verma (@RahulVerma4860) May 9, 2019
ଆଉ ଜଣେ ୟୁଜର କମେଣ୍ଟ କରି ଫିଲ୍ମର ଷ୍ଟୋରି ଲାଇନ୍ ପୁରୁଣା ହୋଇଥିବା ବେଳେ ସିନେମେଟୋଗ୍ରାଫି ଠିକ୍ ଥିବା ଓ ଏହାର କଣ୍ଟେଣ୍ଟ କିଛି ନ ଥିବା କହିଛନ୍ତି। ଅନନ୍ୟା ଓ ତାରା ନବାଗତା ହିସାବରେ ଠିକ୍ ଥିବା ବେଳେ ଟାଇଗରଙ୍କୁ ଫିଲ୍ମ ବଦଳରେ ଏକ୍ରୋବେଟିକରେ ପୂରାଇ ଦେବା ଉଚିତ ବୋଲି ସେ ଲେଖିଛନ୍ତି।
କିଛି ଲୋକଙ୍କୁ ଫିଲ୍ମରେ ଅନନ୍ୟାଙ୍କ ଆକ୍ଟିଂ ଖୁବ୍ ପସନ୍ଦ ଆସିଛି। ଜଣେ ୟୁଜର ଲେଖିଛନ୍ତି ଯେ, ଅନନ୍ୟାଙ୍କ ଅନ୍ସ୍କ୍ରିନ୍ ପ୍ରେଜେନ୍ସ ଦର୍ଶକଙ୍କୁ ପାଗଳ କରିଦେବ। ସବୁ ସିନ୍ରେ ସେ ଦମଦାର ଆକ୍ଟିଂ କରିଥିବା ବେଳେ ଏହା ତାଙ୍କର ଆୱାର୍ଡ ଜିତିବା ପରି ଡେବ୍ୟୁ ବୋଲି କମେଣ୍ଟ ମଧ୍ୟ ଆସିଛି।
#StudentOfTheYear2 puts up a fairly good total on Day 1… Biz slowed down towards evening shows… Sat and Sun crucial… Substantial growth – especially at plexes – is essential for a healthy total… Fri ₹ 12.06 cr. India biz. #SOTY2 is Tiger’s second highest opener *so far*.
— taran adarsh (@taran_adarsh) May 11, 2019
ପ୍ରଥମ ଦିନରେ ଏହି ଫିଲ୍ମ ୧୨ରୁ ୧୭ କୋଟି କମାଇବ ବୋଲି ଆଶା କରାଯାଉଛି। ଏହା କରନଙ୍କ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ର ପାର୍ଟ ୨। ପ୍ରଥମ ଫିଲ୍ମରେ ଆଲିଆ ଭଟ୍ଟ, ବରୁନ ଧୱନ, ଓ ସିଦ୍ଧାର୍ଥ ମଲହୋତ୍ରା ବଲିଉଡ଼ରେ ଡେବ୍ୟୁ କରିଥିଲେ।