୨୩ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ଖୁସି

ଭୁବନେଶ୍ୱର:ବର୍ଷାକୁ ଖାତିର ନକରି ସକାଳୁ ସକାଳୁ ଘର ପାଖ ସ୍କୁଲକୁ ଯାଇଥିଲା ଖୁସି। ହେଲେ ଦ୍ୱିପହର ବେଳକୁ ତା’ ବାପାଙ୍କୁ ପୁଲିସ ତରଫରୁ ଆସୁଛି ଛାତି ଥରାଇ ଦେବା ଭଳି ଫୋନ କଲ୍ । ପାଶବିକତାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍‌ପିଟାଲ ବେଡ୍‌ରେ ପଡିଛି ଖୁସି। ଏହି ସମୟରେ କ’ଣ ହେଉଛି ପରିବାରର ଅବସ୍ଥା, କେମିତି ପରିସ୍ଥିତି ଦେଇ ଗତି କରୁଥିବେ ବାପା ମା’। ଏମିତି କିଛି ଅସୁମାରୀ ଭାବାବେଗକୁ ନେଇ ନିଖୁଣ ଭାବେ ତିଆରି ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଖୁସି’।

ସାଂପ୍ରତିକ ସମୟର ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଧାରିତ ଏହି ଓଡ଼ିଆ ସିନେମାକୁ  ଆଜି ସ୍ପେଶାଲ୍ ସ୍କ୍ରିନିଂ ଭୁବନେଶ୍ୱରରେ କରାଯାଇଛି। ତରଙ୍ଗ ସିନେପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଫିଲ୍ମ ‘ଖୁସି’କୁ ଭୁବନେଶ୍ୱର ସ୍ଥିତ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ପରିସରରେ ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ ହୋଇଥିଲା।

କୁନି ଝିଅଟିଏ କେମିତି ଉତ୍ପୀଡନର ଶୀକାର ହେଉଛି ଏବଂ ସମାଜର ମୁଖ୍ୟ ସ୍ରୋତରେ ଫେରିବା ପାଇଁ କେତେ ସଂଘର୍ଷ କରୁଛି, ତାକୁ ସ୍ଥାନ ଦିଆଯାଇଛି। ଯୌନ ଉତ୍ପୀଡନର ଶିକାର କୁନି ଝିଅମାନଙ୍କ କିପରି ସାମାଜିକ ସୁରକ୍ଷା ଏବଂ ମାନସିକ ବିକାଶ ହୋଇପାରିବ, ସେନେଇ ସାମଗ୍ରିକ ସଚେତନତା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି ସିନେମା ଖୁସି ।

ପ୍ରଥମ ଥର ପାଇଁ ବ୍ୟାବସାୟିକ ସିନେମାରୁ ପାଦ କାଢ଼ି ଏକ ସମାନ୍ତରାଳ ସିନେମା ନିର୍ମାଣ କରିଛି ତରଙ୍ଗ ସିନେ ପ୍ରଡକ୍ସସନ୍। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ। ଏହି ସିନେମାରେ ବରିଷ୍ଠ ଅଭିନେତା ମିହିର ଦାସ, ମଧୁମିତା, ସୌମା ଭୌମିକଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ଆସନ୍ତା ୨୩ ତାରିଖରେ ବଡ଼ ପରଦାକୁ ଆସିବ ସିନେମା ଖୁସି।

ଆହୁରି ପଢ଼ନ୍ତୁ

ଫିଲ୍ମ ନିର୍ମାତା ନିଶିକାନ୍ତ କାମାତ ଗୁରୁତର; ହସ୍‌ପିଟାଲ୍‌ରେ ଭର୍ତ୍ତି

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

You might also like