ପ୍ରଫେସରଙ୍କ ଅଭଦ୍ରାମୀର ଶିକାର ହେଲେ ଏହି କଳାକାର

ମୁମ୍ବା‍ଇ : ମନୋରଞ୍ଜନ ଜଗତ ସହିତ ଜଡିତ ମହିଳାମାନେ ଅନେକ ସମୟରେ ସେମାନଙ୍କର ପୋଷାକ, ଶରୀରର ଗଠନ ଓ ଚେହେରା ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହେବା ନଜିର ରହିଛି। ଅଭିନେତ୍ରୀ ତଥା ଗାୟକ ସୌନ୍ଦର୍ଯ୍ୟା ବାଲା ମଧ୍ୟ ସୋସିଆଲ ମିଡିଆରେ ଏହିଭଳି କିଛି ହଇରାଣ ହେବାର ସମ୍ମୁଖୀନ ହୋଇଛନ୍ତି। ଏହି କାରଣରୁ ସୌନ୍ଦର୍ଯ୍ୟା ବିରକ୍ତ ହୋଇ ସୋସିଆଲ ମିଡିଆରେ ପୋଲ ଖୋଲିଛନ୍ତି। ଜଣେ କଲେଜ ପ୍ରଫେସର ସୌନ୍ଦର୍ଯ୍ୟାଙ୍କୁ ଅଶ୍ଳୀଳ ମେସେଜ ପଠାଇ ହଇରାଣ କରୁଥିଲେ। ଏନେଇ ସେ ଏହି ପ୍ରଫେସରଙ୍କୁ ଏକ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସୋସିଆଲ ମିଡିଆରେ ତାଙ୍କ ପୋଲ ଖୋଲିଥିଲେ।

Source : News 18

ଜଣେ କଲେଜ ପ୍ରଫେସରଙ୍କ ଦ୍ଵାରା ଏପରି ବାର୍ତ୍ତା ପଠାଇବା ନେଇ ସୌନ୍ଦର୍ଯ୍ୟା ବହୁତ ଦୁଃଖ ପ୍ରକାଶ କରିଥିଲେ। ସିଙ୍ଗରଙ୍କ ଅନୁଯାୟୀ, ଜଣେ କଲେଜ ପ୍ରଫେସର ହୋଇ ସେ ଏପରି ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି, ଯାହା ଅତ୍ୟନ୍ତ ଦୁଃଖଦାୟକ। ଏହା ସହିତ ସେ କଲେଜରେ ପଢୁଥିବା ଛାତ୍ରୀଛାତ୍ରମାନଙ୍କ ବିଷୟରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଯେଉଁଠାରେ ଏପରି ପ୍ରଫେସରମାନେ ଶିକ୍ଷାଦାନ କରୁଛନ୍ତି ସେଠାରେ ଝିଅମାନେ କିପରି ନିଜକୁ ସୁରକ୍ଷିତ ଅନୁଭବ କରିବେ ସେ ବିଷୟରେ ଗାୟକ ଚିନ୍ତା ପ୍ରକାଶ କରିଛନ୍ତି।

ଏହି ମେସେଜ ପରେ ସୌନ୍ଦର୍ଯ୍ୟା ପ୍ରଫେସରଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍ କରିଛନ୍ତି। ସେ ଲେଖିଛନ୍ତି- “ଜଣେ ପ୍ରଫେସର ଜଣେ ମହିଳାଙ୍କ ସହ ଏହିପରି କଥାବାର୍ତ୍ତା କରୁଛନ୍ତି। ଏହା ବହୁତ ଲଜ୍ଜାଜନକ। ତାଙ୍କ ପ୍ରୋଫାଇଲ୍ ଅନୁଯାୟୀ ସେ ମଦୁରଇର ଜଣେ ପ୍ରଫେସର। ମୁଁ ଚିନ୍ତିତ ଯେ ସେହି କଲେଜର ଝିଅମାନେ ନିଜକୁ ସୁରକ୍ଷିତ ଅନୁଭବ କରୁଛନ୍ତି କି?” ତେବେ ପ୍ରଫେସରଙ୍କ ଠାରୁ ଏଭଳି ଅଭଦ୍ର ମେସେଜ ପାଇବା ପରେ ସୌନ୍ଦର୍ଯ୍ୟା ତୁରନ୍ତ ପଦକ୍ଷେପ ନେବା ସହିତ ସଙ୍ଗେ ସଙ୍ଗେ ତଅଙ୍କୁ ଇନଷ୍ଟାଗ୍ରାମରୁ ବ୍ଲକ୍ କରିଥିଲେ।

Source : Zoom News

ସୌନ୍ଦର୍ଯ୍ୟା ପ୍ରଫେସରଙ୍କ ବିରୁଧରେ ନେଇଥିବା ଏହି ପଦକ୍ଷେପ ପାଇଁ ତାଙ୍କୁ ବର୍ତ୍ତମାନ ସବୁଠାରେ ଭୂରି ଭୂରି ପ୍ରଶଂସା କରାଯାଉଛି। ଅନେକ ଉପଭୋକ୍ତା ସୌନ୍ଦର୍ଯ୍ୟାଙ୍କ ସାହସକୁ ମନ୍ତବ୍ୟ ଦେଇ ତାରିଫ୍ କରିଛନ୍ତି। ତେବେ ଏଭଳି ଅଶ୍ଳୀଳ ମନ୍ତବ୍ୟର ସମ୍ମୁଖୀନ ହେଉଥିବା କେବଳ ସୌନ୍ଦର୍ଯ୍ୟା ନୁହଁନ୍ତି। ଅନେକ ମହିଳା କଳାକାରଙ୍କ ପାଇଁ ଏହା ବହୁତ ସାଧାରଣ ହୋଇଗଲାଣି। ଅନେକ ତାରକା ଅଛନ୍ତି ଯେଉଁମାନେ ନିଜ ପୋଷାକରୁ ଆରମ୍ଭ କରି ନିଜ କାମ ପର୍ଯ୍ୟନ୍ତ ଟ୍ରୋଲ ହେବାର ଶିକାର ହେଉଛନ୍ତି ଓ ଅପବ୍ୟବହାରର ସାମ୍ନା କରୁଛନ୍ତି।

You might also like