ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆସିଲା କରୋନା ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ: ବଙ୍ଗଳା ଫିଲ୍ମର କିମ୍ବଦନ୍ତି ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆସିଲା କରୋନା ଟେଷ୍ଟ ରିପୋର୍ଟ। ତାଙ୍କର ନେଗେଟିଭ ରିପୋର୍ଟ ଆସିଛି। ଅଭିନେତା ସୌମିତ୍ର ଚାଟାର୍ଜୀ ଏବେ କରୋନା ମୁକ୍ତ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।  ଗତ ୫ ତାରିଖ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ୬ ତାରିଖ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଲକାତାର ବେଲେ ଭ୍ୟୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ସେ ଏବେ ସୁସ୍ଥ ଅଛନ୍ତି। ୪୦ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କର ଜ୍ୱର ଆସିନାହିଁ। ତାଙ୍କର ଲିଭର, କିଡ୍‌ନୀ, ହାର୍ଟ ଠିକ୍ ଅଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ନୂତନ ଜଟିଳତା ଦେଖା ଯାଇ ନାହିଁ। ତାଙ୍କର ଚିକିତ୍ସା ପାଇଁ ମ୍ୟୁଜିକ୍‌ ଥେରାପି ଉପରେ ଗୁରୁତ୍ୱ ଦିଆଯାଉଛି। ତାଙ୍କ ପସନ୍ଦ ଅନୁସାରେ ଗୀତ ବାଜୁଛି ଯେମିତି ରବୀନ୍ଦ୍ର ସଙ୍ଗୀତ ଏବଂ ତାଙ୍କ ଅଭିନୀତ ଫିଲ୍ମର ସଙ୍ଗୀତ। ଏଥି ସହିତ ରେମଡସିଭିର ପ୍ଲାଜ୍‌ମା କୋର୍ସ ମଧ୍ୟ ଦିଆଯାଉଥିଲା। ଏବେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଦେଖିବାକୁ ମିଳିଛି ବୋଲି ବେଲେ ଭ୍ୟୁ ହସ୍‌ପିଟାଲରେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

୮୫ ବର୍ଷୀୟ ସୌମିତ୍ର ଚାଟାର୍ଜୀ ବଙ୍ଗଳା ଫିଲ୍ମ ଇଣ୍ଡିଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା। କିମ୍ବଦନ୍ତି ଫିଲ୍ମ ନିର୍ମାତା ସତ୍ୟଜିତ ରୟଙ୍କ ସହିତ ମିଶି ୧୪ଟି ସିନେମାର କାର୍ଯ୍ୟ କରିଛନ୍ତି। ୧୯୫୯ ମସିହାରେ ସତ୍ୟାଜିତଙ୍କ ପିଲ୍ମ ‘ଅପୁର ସଂସାର’ରେ ସେ ଡେବ୍ୟୁ କରିଥିଲେ। ଏହା ବ୍ୟତୀତ ସତ୍ୟଜିତଙ୍କ ନର୍ଦ୍ଦେଶନାରେ ଚାରୁଲତା, ଦେବୀ, ତୀନ କନ୍ୟା, ଘରେ ବାଇରେ, ଗଣଶତ୍ରୁ ଏବଂ ଅନ୍ୟ ଫିଲ୍ମଗୁଡ଼ିକରେ ବି ସେ କାର୍ଯ୍ୟ କରିଛନ୍ତି। ଏଥିସହିତ ‘ଫେଲୁଦା’ ଚରିତ୍ରରେ ସେ ପ୍ରଥମେ ଅଭିନୟ କରିଥିଲେ। କେବଳ ସତ୍ୟଜିତ ରାୟ ନୁହଁନ୍ତି ମ୍ରୃଣାଳ ସେନଙ୍କ ନିର୍ଦ୍ଦେଶନାର ଆକାଶ ‘କୁସୁମ ଫିଲ୍ମ’ରେ ବି ସେ ଅଭିନୟ କରିଥିଲେ। ତେବେ ୨୦୧୯ରେ ମୁକ୍ତିଲାଭ କରିଥିବା ବେଙ୍ଗଲି ଫିଲ୍ମ ‘ସଞ୍ଜବତୀ’ରେ ଶେଷଥର ପାଇଁ ତାଙ୍କୁ ଦେଖିବାକୁ ମିଳିଥିଲା।

 

ଆହୁରି ପଢ଼ନ୍ତୁ

ବିବାଦ ପରେ ବଦଳିଲା ‘ଲକ୍ଷ୍ମୀ ବମ୍’ର ଟାଇଟଲ୍‌

‘ଡ୍ରିମ୍‌’ ୱେଡିଂ ଲେହେଙ୍ଗାକୁ ନେଇ ମୁହଁ ଖୋଲିଲେ ନେହା, କହିଲେ କିଏ କରିଥିଲେ ଗିଫ୍ଟ…

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ ଉପରେ ବର୍ଷିଲେ ମୁକେଶ ଖନ୍ନା, କହିଲେ….

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

You might also like