ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

ମୁମ୍ବାଇ: ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି। ଆଜି ମହା ଅଷ୍ଟମୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଡପରେ ଲୋକଙ୍କ କମ୍‌ ଗହଳିରେ ଏଥର ଦୁର୍ଗା ପୂଜା ହେଉଛି। ମାଆ ଦୁର୍ଗା ଆସିଲେ ସଂସାରରୁ ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ତେବେ ଏଥର ଦୁର୍ଗା ମଣ୍ଡପରେ କିଛି ନୂଆ ଦେଖିବାକୁ ମିଳିଛି।

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜି ବାସ୍ତବ ଜୀବନର ହିରୋ ହୋଇଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ମୂର୍ତ୍ତକୁ ଦୁର୍ଗା ମଣ୍ଡପରେ ସ୍ଥାନ ଦିଆଯାଇଛି। କୋଲକାତାର ଏକ ଦୁର୍ଗାପୂଜା ମଣ୍ଡପରେ ସୋନୁଙ୍କ ପ୍ରତିମୂର୍ତି ଗଢ଼ାଯାଇଛି।

ପ୍ରଫୁଲ୍ଲ କାନନ ୱେଲଫେୟାର ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ଏହି ପୂଜା ମଣ୍ଡପର ଥିମ୍‌ ରହିଛି ଲକ୍‌ଡାଉନ୍‌ରେ ପ୍ରବାସୀଙ୍କ ଦୁଃଖ। ଏଥିରେ ପ୍ରବାସୀଙ୍କ ଦୁଃଖ ଯନ୍ତ୍ରଣାକୁ ଦେଖାଇବା ସହ ସୋନୁ ସୁଦ୍‌ଙ୍କ ମୂର୍ତ୍ତିକୁ ମଧ୍ୟ ସ୍ଥାନ ଦିଆଯାଇଛି।

ସୋନୁଙ୍କର ଏହି ମୂର୍ତ୍ତି ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହାକୁ ଦେଖି ସୋନୁଙ୍କ ପ୍ରଶଂସକମାନେ ବେଶ୍‌ ଖୁସି ଅଛନ୍ତି। ସୋନୁ ମଧ୍ୟ ଏହି ମୂର୍ତ୍ତି ପାଇଁ ଟ୍ୱିଟ୍‌ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି।

 

You might also like