Khabar Odisha Khabar Odisha -

  • ହୋମ୍
  • ଇଂରାଜୀରେ ପଢନ୍ତୁ
  • ଲାଇଭ୍ ଟିଭିLive TV
  • ଓଡ଼ିଶା
  • ଦେଶ ବିଦେଶ
  • ମନୋରଂଜନ
  • ଜୀବନଶୈଳୀ
    • ସ୍ୱାସ୍ଥ୍ୟ
    • ରୋଷେଇବାସ
    • ଧର୍ମ
  • କ୍ରୀଡ଼ା
  • ବ୍ୟବସାୟ
  • ବିଜ୍ଞାନ
  • ସାହିତ୍ୟ ସଂସ୍କୃତି
  • ଶି‍କ୍ଷା ଓ ନିଯୁକ୍ତି
  • ଅତିଥି ସ୍ତମ୍ଭ
    • ମିହିର ପଟ୍ଟନାୟକ
  • ଭିଡିଓ
  • ଓଟିଭି ବିଶେଷ
  • କରୋନା ଖବର
OTV Khabar.
  • Home
  • ମନୋରଂଜନ
  • ସୋନୁ ସୁଦ୍‌ଙ୍କ ନାଁରେ FIR ଦେଲା BMC

ସୋନୁ ସୁଦ୍‌ଙ୍କ ନାଁରେ FIR ଦେଲା BMC

Edited By OTV Khabar Bureau | By Minati Mishra Last updated Jan 7, 2021
Share

ମୁମ୍ବାଇ: କଙ୍ଗନାଙ୍କ ପରେ ରିଲ୍‌ରୁ ରିୟଲ ହିରୋ ପାଲଟିଥିବା ସୋନୁ ସୁଦ୍‌ଙ୍କୁ ଟାର୍ଗେଟ କରିଛି ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC)। ତାଙ୍କର ବାସଗୃହକୁ ହୋଟେଲ କରିଥିବା ଅଭିଯୋଗ ଆଣି ସୋନୁଙ୍କ ନାମରେ FIR ଦାଏର କରିଛି BMC।

BMC ପୋଲିସରେ ଏକ ଅଭିଯୋଗ ଦାଏର କରି କହିଛି, ସୋନୁ ସୁଦ୍‌ ତାଙ୍କର ୬ ମହଲା ବିଶିଷ୍ଟ ବାସଗୃହ ଶକ୍ତିସାଗରକୁ ହୋଟେଲ କରି ଦେଇଛନ୍ତି।  ହେଲେ ଏଥିପାଇଁ ସେ ଆବଶ୍ୟକ ଅନୁମତି ଆଣି ନାହାନ୍ତି।  ବିଏମ୍‌ସି ନୋଟିସ୍‌ ସତ୍ତ୍ୱେ ସେ  ବେଆଇନ ନିର୍ମାଣ କରିଥିବା ବିଏମସି ଅଭିଯୋଗ ଆଣିଛି।

ତେବେ ସୋନୁ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,  ସେ ଅନୁମତି ଆଣିଛନ୍ତି। ତେବେ ମହାରାଷ୍ଟ୍ର କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ଅଥରିଟି (MCZMA)ଙ୍କଠାରୁ କେବଳ କ୍ଲିୟରାନ୍ସ ଆଣିବେ। ସୋନୁ ଏ ସଂକ୍ରାନ୍ତରେ ନିଜ ମତାମତ ରଖି କହିଛନ୍ତି, ‘ମୁଁ ଘରକୁ ହୋଟେଲ କରିବା ପାଇଁ BMCରୁ ଅନୁମତି ଆଣିଛି। ଏବେ MCZMAଙ୍କ ଅନୁମୋଦନକୁ ଅପେକ୍ଷା କରିଛି। କୋଭିଡ ପାଇଁ ଏହି ଅନୁମୋଦନ ମିଳିବାରେ ବିଳମ୍ବ ହେଉଛି। ଏଥିରେ କିଛି ବେଆଇନ ଭାବେ ହୋଇନାହିଁ। ମୁଁ ସବୁବେଳେ ଆଇନକୁ ମାନି ଆସିଛି। ଏହି ଘର କୋଭିଡ ପାଣ୍ଡାମିକ୍‌ ସମୟରେ କରୋନା ଯୋଦ୍ଧାଙ୍କ ପାଇଁ ବୃବହୃତ ହେଉଛି। ଯଦି ଅନୁମତି ନ ମିଳିବ ତେବେ ଏହାକୁ ପୁଣି ଆବାସିକ ଭବନକୁ ଫେରାଇ ଆଣିବ॥ ବିଏମ୍‌ସି ଅଭିଯୋଗ ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ କରାଯାଇଛି ’ ବୋଲି କହିଛନ୍ତି।

ପୋଲିସ ଏହି ଘଟଣାକୁ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ସୂଚନା ଥାଉ କି, କୋଭିଡ ସମୟରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇ ଳର୍ଚ୍ଚାକୁ ଆସିଥିଲେ ସୋନୁ। କେତେବେଳେ  ୫୦ ଯୁବତୀଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ତ କେତବେଳେ ଲକ୍‌ ଡାଉନ ସମୟରେ JEE, NEET ପରୀକ୍ଷାର୍ଥୀଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ।

ଆହୁରି ପଢ଼ନ୍ତୁ

‘ତାଣ୍ଡବ’ ବିବାଦ: ଆମାଜନ୍‌ ପ୍ରାଇମ୍ ଭିଡିଓକୁ ଜବାବ ତଲବ

16 hours ago

ନୀରବି ଗଲା ଭାରତୀୟ ଶାସ୍ତ୍ରୀୟ ସଂଗୀତର ଆଉ ଏକ ସୁଲଳିତ ସ୍ୱର

1 day ago

ସେତିକି ନୁହେଁ, ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଠାରୁ ଆରମ୍ଭ କରି ଲୋକଙ୍କୁ ଚାକିରି ଦେବା, ପିଲାଙ୍କୁ ମାଗଣାରେ ଶିକ୍ଷା ଏବଂ ଚିକିତ୍ସା ଯୋଗାଇବାରେ ସୋନୁ ସୁଦ ସବୁବେଳେ ସହଯୋଗର ହାତ ବଢ଼ାଇଛନ୍ତି । ୪୭ ବର୍ଷ ବୟସ୍କ ସୋନୁ ମୁମ୍ବାଇରେ ମେଡିକାଲ କର୍ମଚାରୀଙ୍କ ରହିବା ପାଇଁ ଏକ ହୋଟେଲ ମଧ୍ୟ ଯୋଗାଇ ଦେଇଥିଲେ। ସେହିପରି ଜୁଲାଇରେ ମହାରାଷ୍ଟ୍ର ଉପକୂଳରେ ବାତ୍ୟା ନିସର୍ଗ ପ୍ରଭାବରେ ବାସହରା ହୋଇଥିବା ଅନେକ ଲୋକଙ୍କୁ ସେ ବାସ ଯୋଗାଇ ଦେଇଥିଲା।

କରୋନା ବିପତ୍ତି ବେଳେ ଅସହାୟଙ୍କ ସାହା ପାଲଟିଥିବା ଅଭିନେତା ସୋନୁ ସୁଦଙ୍କର ଏହି ମହନୀୟତା ପାଇଁ ବିଭିନ୍ନ ଆଡୁ ଛୁଟିଥିଲା ପ୍ରଶଂସାର ସୁଅ।  ଏପରିକି  ମିଳିତ ଜାତିସଂଘ ଦ୍ୱାରା ସମ୍ମାନଜନକ ସ୍ୱତନ୍ତ୍ର ମାନବିକତା ଆକ୍ସନ୍ ପୁରସ୍କାର (UNDP)ରେ ତାଙ୍କୁ ସମ୍ମାନିତ କରାଯାଇଥିଲା।

 

Maharashtra: Brihanmumbai Municipal Corporation (BMC) has filed a police complaint against actor Sonu Sood (in file photo) for allegedly converting a six-storey residential building in Juhu into a hotel without BMC’s permission. pic.twitter.com/49FU1Y3iGJ

— ANI (@ANI) January 7, 2021

Share

Prev Post

ଧଡ଼ାଧଡ଼ ଘୁରୁଛି ପୃଥିବୀ ! ପୂର୍ବାପେକ୍ଷା ଅଧିକ ବେଗରେ ଗତି କରୁଛି . . .

Next Post

ଏତଲାରେ ନାଁ ଥିଲେ ବି କାହିଁକି ଗିରଫ ହୋଇନାହାନ୍ତି ପ୍ରତାପ ଜେନା?

You might also like
ମନୋରଂଜନ

‘ତାଣ୍ଡବ’ ବିବାଦ: ଆମାଜନ୍‌ ପ୍ରାଇମ୍ ଭିଡିଓକୁ ଜବାବ ତଲବ

ମନୋରଂଜନ

ନୀରବି ଗଲା ଭାରତୀୟ ଶାସ୍ତ୍ରୀୟ ସଂଗୀତର ଆଉ ଏକ ସୁଲଳିତ ସ୍ୱର

ମନୋରଂଜନ

ୱେବ୍‌ ସିରିଜ୍‌ ‘ତାଣ୍ଡବ’କୁ ନେଇ ତାତିଲେ ବିଜେପି ନେତା; କହିଲେ, ଥାନାରେ କେସ୍ କରିବି

ମନୋରଂଜନ

ଦୁର୍ଘଟଣାରେ ‘ବିଗ୍‌ ବସ୍‌ ୧୪’ର ଟ୍ୟାଲେଣ୍ଟ୍‌ ମ୍ୟାନେଜରଙ୍କ ମୃତ୍ୟୁ

GET OTV APP ON

Android-App-Icon
iOS-App-Icon

ଟ୍ରେଣ୍ଡିଙ୍ଗ ନ୍ୟୁଜ

‌ଆଗକୁ ଆସିପାରେ ନୂଆ ନିୟମ, ଅମାନିଆ ଗାଡ଼ି ଚାଳକଙ୍କ ଉପରେ ରହିବ ନଜର

ଲୋଭନୀୟ ଅଫର୍‌ର ମାୟାଜାଲରେ ପଡ଼ି ଚାଲିଗଲା ସର୍ବସ୍ୱ

୨୧ ଯାଏଁ ଘନ କୁହୁଡ଼ି, ସତର୍କ କରାଇଲା SRC

ନୂଆ ପଲିସୀକୁ ବିରୋଧ ପରେ ଏମିତି କହିଲା ହ୍ୱାଟ୍ସଆପ୍ କଂପାନୀ

ପ୍ରତିଦିନ: ଦେଖନ୍ତୁ ସନ୍ଧ୍ୟା ୭ଟାରେ କଣ ରହିଛି ମୁଖ୍ୟ ଖବର

କାହିଁକି ବନ୍ଦ ହେଲା ସମବାୟ ତଦନ୍ତ?

Prev Next 1 of 9,796
© 2020 - All Rights Reserved.
LINKS
  • About Us
  • Feedback
  • Complaint Redressal
  • Privacy Policy
  • Advertisement
  • Contact Us
  • Reference Interconnect Offer
  • Rate Card
Subscribe to our newsletter
Get all latest news articles straight to your inbox.
  • Odisha Reporter
  • Tarang Plus
  • Tarang TV
  • Tarang Music
  • Prarthanatv
  • TarangFM
  • Alankartv
  • Desh TV
  • City Plus