ମଡେଲିଂ ସ୍ମୃତିକୁ ସେୟାର୍ କଲେ ସୋନୁ ସୁଦ

ମୁମ୍ବାଇ: ସିନେ ଅଭିନେତା ସୋନୁ ସୁଦଙ୍କୁ କିଏ ବା ନ ଜାଣେ। ଗତ ବର୍ଷ ଲକଡାଉନ୍ ପରଠାରୁ ଫିଲ୍ମ ଅପେକ୍ଷା ଅସହାୟ ଲୋକଙ୍କୁ ସହଯୋଗର ହାତ ବଢେଇ ସେ ବେଶ ଚର୍ଚ୍ଚାରେ ଅଛନ୍ତି। କେତେବେଳେ କରୋନା ସଂକ୍ରମିତଙ୍କୁ ବଞ୍ଚେଇବା ନେଇ ସୋନୁ ତାଙ୍କ ପାଖରେ ଠିଆ ହେଉଛନ୍ତି ତ କେତେବେଳେ ଲୋକଙ୍କ ଚାକିରିର ବ୍ୟବସ୍ଥା କରୁଛନ୍ତି। ତାଙ୍କ ପକ୍ଷେ ଯାହା ସମ୍ଭବ ସେ କରୁଛନ୍ତି। ତାଙ୍କର ଏହି ମହତପଣ ଯୋଗୁଁ ସେ ଦରିଦ୍ରଙ୍କ ଭଗବାନ ହୋଇଯାଇଛନ୍ତି। ଯାହାର ଯାହା ଅସୁବିଧା ହେଉଛି ସେମାନେ ପ୍ରଥମେ ସୋନୁ ସୁଦ୍‌ଙ୍କୁ ମନେପକଉଛନ୍ତି।

ସୋନୁ ମଧ୍ୟ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଫଟୋ ଓ ଭିଡିଓ ସେୟାର କରନ୍ତି। ସମ୍ପ୍ରତି, ସେ ତାଙ୍କ ମଡେଲିଂ ଦିନର କିଛି ପୁରୁଣା ଫଟୋ ସେୟାର କରିଛନ୍ତି। ଏହି ସବୁ ଫଟୋ ପୂର୍ବରୁ କେହି ଦେଖି ନ ଥିଲେ। ତାଙ୍କ ପ୍ରଶଂସକମାନେ ଏହିସବୁ ଫଟୋ ଦେଖି ଖୁବ୍ ପସନ୍ଦ କରିଛନ୍ତି।

Source : News 18

ସୋନୁ ସୁଦ ତାଙ୍କର ଦୁଇଟି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ସେ ପୋଜ୍ ଦେଇଥିବା ଦେଖାଯାଉଛି। ସୋନୁ ଏହି ଫଟୋଗୁଡିକ ସେୟାର କରିବା ସହିତ କ୍ୟାପସନ୍ ଦେଇଛନ୍ତି ଯେ – ‘ମୁମ୍ବାଇରେ ମଡେଲିଂ ଦିନକୁ ଫେରିଚାଲ’ । ଏହି ପୁରୁଣା ଫଟୋରେ ସୋନୁ ବହୁତ ସୁନ୍ଦର ଦେଖାଯାଉଛନ୍ତି।

ସୋନୁ ସୁଦଙ୍କ ଏହି ଫଟୋଗୁଡ଼ିକ ଉପରେ ଉପଭୋକ୍ତାମାନେ ବହୁତ କମେଣ୍ଟ କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ “ନମ୍ବର ୱାନ୍ ଆନ୍ନା। ଅନ୍ୟ ଜଣେ ଲେଖିଛନ୍ତି – “ସେତେବେଳେ ବି ଜବରଦସ୍ତ, ଏବେ ବି ଜବରଦସ୍ତ”। କିଛି ପ୍ରଶଂସକ କହିଛନ୍ତି ଯେ- ସୋନୁ ସୁଦ ଆପଣ ଚୀର ସବୁଜ ରହିବେ। ଅନେକ ପ୍ରଶଂସକ ହାର୍ଟ ଏବଂ ଫାୟାର୍ ଇମୋଜି ସେୟାର୍ କରି ନିଜର ଭଲ ପାଇବା ପ୍ରଦର୍ଶନ କରୁଛନ୍ତି।

ପ୍ରକାଶ ଥାଉକି, କିଛି ଦିନ ପୂର୍ବରୁ ହୁମା କୁରେଶୀ ଏକ ଆଲୋଚନାରେ ତାଙ୍କ ମତାମତ ଦେଇ କହିଥିଲେ ଯେ ସୋନୁ ସୁଦ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ। ଏହାର ଜବାବରେ ସୋନୁ ଏକ ସାକ୍ଷାତକାରରେ କହିଛନ୍ତି ଯେ “ଏହା ତାଙ୍କର ମହାନୀୟତା। ଯଦି ସେ ଭାବୁଥାନ୍ତି ଯେ ମୁଁ ଏହି ସମ୍ମାନର ଯୋଗ୍ୟ, ତେବେ ମୁଁ ନିଶ୍ଚୟ କିଛି ଭଲ କାମ କରିଛି। କିନ୍ତୁ ମୁଁ ତାଙ୍କ କଥା ସହ ସହମତ ନୁହେଁ। ଆମ ପାଖରେ ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ଅଛନ୍ତି। ଏପରିକି ମୁଁ ଏ ଦାୟିତ୍ୱ  ନେବାକୁ ବହୁତ ଛୋଟ ଅଟେ। ହଁ, ମୁଁ ଜାଣେ ଯେ ରାଜୀବ ଗାନ୍ଧୀ ୪୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ, କିନ୍ତୁ ସେତେବେଳେ ତାଙ୍କୁ ଏକ ବିଶେଷ ପରିସ୍ଥିତିରେ କରାଯାଇଥିଲା। ଏହା ବ୍ୟତୀତ ସେ ଏକ ରାଜନୈତିକ ପରିବାରରୁ ଆସିଥିଲେ। ମୋର ଏ କ୍ଷେତ୍ରରେ କିଛି ଅଭିଜ୍ଞତା ନାହିଁ।”

You might also like